ରାମ ମନ୍ଦିରର ନିର୍ମାଣ କାର୍ଯ୍ୟର ଉଦଘାଟନ ପାଇଁ ଅଯୋଧ୍ୟା ଆସିବାକୁ ପ୍ରଧାନମନ୍ତ୍ରୀଙ୍କୁ ମିଳିଲା ନିମନ୍ତ୍ରଣ
Advertisement
Article Detail0/zeeodisha/odisha704978

ରାମ ମନ୍ଦିରର ନିର୍ମାଣ କାର୍ଯ୍ୟର ଉଦଘାଟନ ପାଇଁ ଅଯୋଧ୍ୟା ଆସିବାକୁ ପ୍ରଧାନମନ୍ତ୍ରୀଙ୍କୁ ମିଳିଲା ନିମନ୍ତ୍ରଣ

ରାମ ମନ୍ଦିରର ନିର୍ମାଣ କାର୍ଯ୍ୟର ଉଦଘାଟନ ପାଇଁ ଅଯୋଧ୍ୟା ଆସିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସ |

ରାମ ମନ୍ଦିରର ନିର୍ମାଣ କାର୍ଯ୍ୟର ଉଦଘାଟନ ପାଇଁ ଅଯୋଧ୍ୟା ଆସିବାକୁ ପ୍ରଧାନମନ୍ତ୍ରୀଙ୍କୁ ମିଳିଲା ନିମନ୍ତ୍ରଣ

ଲକ୍ଷ୍ନୌ: ରାମ ମନ୍ଦିର ନିର୍ମାଣ କାର୍ଯ୍ୟର ଉଦଘାଟନ କରିବା ପାଇଁ ଅଯୋଧ୍ୟା ଗସ୍ତରେ ଆସିବାକୁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସ | ଏନେଇ ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ଏଠାକୁ ପରିଦର୍ଶନ ଆସିବାକୁ ନିମନ୍ତ୍ରଣ ଦିଆଯାଉଛି | 

ଏହା ଉପରେ ପ୍ରତିକ୍ରିୟା ରଖି ମହନ୍ତ ଦାସ କହିଛନ୍ତି, "ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଯୋଧ୍ୟା ପରିଦର୍ଶନ କରିବା ଏବଂ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟର ଉଦଘାଟନ ପାଇଁ ଅନୁରୋଧ କରି ଏକ ଚିଠି ଲେଖିଛୁ | ପୂଜା ଏବଂ ଅନ୍ୟାନ୍ୟ ରୀତିନୀତି ୩ ମାସ ଧରି ଏହି ସ୍ଥାନରେ ଚାଲିଛି | ଆମେ କେବଳ ଚାହୁଁଛୁ ପ୍ରଧାନମନ୍ତ୍ରୀ ଏଠାକୁ ଆସନ୍ତୁ | ଆମେ ଏହା ନିଶ୍ଚିତ କରିବୁ ଏଠାରେ କୌଣସି ଲୋକ ଭିଡ଼ ନାହିଁ | "

ମହନ୍ତ ନୃତ୍ୟ ଗୋପାଳ ଦାସ କହିଛନ୍ତି, ସାଧୁସନ୍ଥ ଚାହାଁନ୍ତି ନାହିଁ ଯେ ରାମ ମନ୍ଦିର ଲାଗି 'ଭୂମି ପୂଜନ' ଭିଡିଓ କନଫରେନ୍ସିଂ କିମ୍ବା ଅନ୍ୟ କୌଣସି ଭର୍ଚୁଆଲ୍ ଉପାୟରେ କରାଯାଉ | ସାଧୁ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ନିଜେ ଅଯୋଧ୍ୟା ଆସି ଏହି କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ | ଆସନ୍ତା ଜୁଲାଇ ୬ ତାରିଖରୁ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା କରାଯାଉଛି |

ପ୍ରଧାନମନ୍ତ୍ରୀ ମୋଦି ଆମ ନିମନ୍ତ୍ରଣକୁ ଗ୍ରହଣ କରିବା ସହ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅଯୋଧ୍ୟାକୁ ଆସିବେ ବୋଲି ମହନ୍ତ ନୃତ୍ୟ ଗୋପାଳ ଦାସ କହିଛନ୍ତି | ଚଳିତ ବର୍ଷ ମାର୍ଚ୍ଚରେ ରାମଲାଲାଙ୍କ ପ୍ରତିମାକୁ ରାମ ଜନ୍ମଭୂମି ପରିସରସ୍ଥିତ ମାନସ ଭବନ ନିକଟରେ ଏକ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଥିଲା | ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ମୂର୍ତ୍ତି ସେଠାରେ ରହିବ |

ଗତ ବର୍ଷ ନଭେମ୍ବର ୯ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ | ମନ୍ଦିର ନିର୍ମାଣର ଯତ୍ନ ନେବା ପାଇଁ ଏକ ଟ୍ରଷ୍ଟ ସ୍ଥାପନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି | ସୁନ୍ନୀ ୱାକଫ ବୋର୍ଡକୁ ପାଞ୍ଚ ଏକର ପରିମିତ ଏକ ଉପଯୁକ୍ତ ଜମି ଦେବାକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି |