Liquor Quantity for Storage: ଆପଣ ଜାଣନ୍ତି କି କେତେ ଟଙ୍କାର ମଦ ଘରେ ରଖିପାରିବେ, କଣ ରହିଛି ଏଥିପାଇଁ ନିୟମ
Advertisement

Liquor Quantity for Storage: ଆପଣ ଜାଣନ୍ତି କି କେତେ ଟଙ୍କାର ମଦ ଘରେ ରଖିପାରିବେ, କଣ ରହିଛି ଏଥିପାଇଁ ନିୟମ

୨୦୦୯ ମସିହାରେ ଆସିଥିବା ଏକ ମାମଲା ଅନୁଯାୟୀ ଜଣେ ବ୍ୟକ୍ତି ନିଜ ଘରେ ୧୩୨ଟି ମଦ ବୋତଲ ମିଳିଥିଲା। ଏଥିରେ, ୫୧.୮ ଲିଟର ହ୍ୱିସ୍କି, ଜିନ, ରମ, ଭୋଡ଼କା ପ୍ରମୁଖ ସାମିଲ ରହିଥିଲା। ସେହିପରି ୫୫.୪ ଲିଟର ବିଅର ଘରୁ ଜବତ ହୋଇଥିଲା। ଯେଉଁ ପରିବାର ନିକଟରୁ ଏହି ମଦ ସବୁ ମିଳିଥିଲା, ତାହା ଏକ ଯୌଥ ପରିବାର ରହିଥିଲା।

 Liquor Quantity for Storage: ଆପଣ ଜାଣନ୍ତି କି କେତେ ଟଙ୍କାର ମଦ ଘରେ ରଖିପାରିବେ, କଣ ରହିଛି ଏଥିପାଇଁ ନିୟମ

Liquor Quantity for Storage :  ନୂଆଦିଲ୍ଲୀ: ଘରେ ମଦ ସଂରକ୍ଷଣ (Liquor Storage) ନେଇ ଦିଲ୍ଲୀ ହାଇକୋର୍ଟରେ (Delhi High Court) ଏକ ମାମଲା ରୁଜୁ ହୋଇଥିଲା। ଯେଉଁଥିରେ ଗୋଟିଏ ଘରୁ ମୋଟ ୧୩୨ ବୋତଲ ମଦ ମିଳିଥିଲା ​​| ଏଭଳି ପରିସ୍ଥିତିରେ କୋର୍ଟଙ୍କ ନିଷ୍ପତ୍ତିରେ କୁହାଯାଇଛି ଯେ ଆପଣ ନିଜ ଘରେ କେତେ ମଦ ରଖିପାରିବେ। ଦିଲ୍ଲୀ ହାଇକୋର୍ଟ (Delhi Highcourt) ଏକ ମାମଲାର ଶୁଣାଣୀ କରି କହିଥିଲେ କି ୨୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ମାତ୍ରାରେ ମଦ ଘରେ ରଖିପାରିବ। ଶୁଣାଣୀରେ ହାଇକୋର୍ଟ କହିଥିଲେ କି ଏହି ୨୫ ବର୍ଷିୟ ବ୍ୟକ୍ତି ୯ ଲିଟରର ହ୍ୱିସ୍କି, ଜିନ, ରମ ସହିତ ଭୋଡ଼କା (Vodka) ରଖିପାରିବେ। ସେହିପରି ୧୮ ଲିଟର ପର୍ଯ୍ୟନ୍ତ ବିୟର ରଖିପାରିବ। ଏହା ସହିତ ଓ୍ୱାଇନ (Wine) ଓ ଏଲ୍କୋପପ୍ସ ମଧ୍ୟ ୧୮ ଲିଟର ପର୍ଯ୍ୟନ୍ତ ରଖିପାରିବ ବୋଲି ହାଇକୋର୍ଟ ତାଙ୍କ ଶୁଣାଣୀରେ ରଖିପାରିବ। 

୨୦୦୯ ମସିହାରେ ଆସିଥିବା ଏକ ମାମଲା ଅନୁଯାୟୀ ଜଣେ ବ୍ୟକ୍ତି ନିଜ ଘରେ ୧୩୨ଟି ମଦ ବୋତଲ ମିଳିଥିଲା। ଏଥିରେ, ୫୧.୮ ଲିଟର ହ୍ୱିସ୍କି, ଜିନ, ରମ, ଭୋଡ଼କା ପ୍ରମୁଖ ସାମିଲ ରହିଥିଲା। ସେହିପରି ୫୫.୪ ଲିଟର ବିଅର ଘରୁ ଜବତ ହୋଇଥିଲା। ଯେଉଁ ପରିବାର ନିକଟରୁ ଏହି ମଦ ସବୁ ମିଳିଥିଲା, ତାହା ଏକ ଯୌଥ ପରିବାର ରହିଥିଲା। ଏହି ପରିବାରରେ ୬ରୁ ଅଧିକ ଲୋକ ରହିଥିଲେ। ଆଉ ସେମାନଙ୍କର ବୟସ ୨୫ ବର୍ଷରୁ ଅଧିକ ରହିଥିଲା। ଦିଲ୍ଲୀରେ ଲାଗୁ ହୋଇଥିବା ଅବକାରୀ ନୀତି ଅନୁଯାୟୀ ଏହି ପରିବାର କୌଣସି ଆଇନ ଭଙ୍ଗ କରୁନଥିଲା। 

ସେପଟେ ଏନେଇ ପୋଲିସ କହିଛି କି ଉକ୍ତ ପରିବାରରେ ବିପୁଳ ମାତ୍ରା ମଦ ରହିଥିବା ନେଇ ସୂଚନା ମିଳିଥିଲା। ବେଆଇନ ଭାବେ ବିପୁଳ ମାତ୍ରାରେ ମଦ ରଖାଯାଇଥିବା ନେଇ ସୂଚନା ରହିଛି। ସୂଚନା ପାଇବା ପରେ ଉକ୍ତ ଘରୁ ବିପୁଳ ମାତ୍ରାରେ ମଦ ବୋତଲ ଜବତ କରିଥିଲା ପୋଲିସ। ତେବେ ଚଢାଉ ସମୟରେ ମାତ୍ର ୧୩୨ ବୋତଲ ମଦ ମିଳିଥିବା ନେଇ ପୋଲିସ ସୂଚନା ପ୍ରଦାନ କରିଥିଲା। 

ସୂଚନା ଯୋଗ୍ୟ ଆଜି ଏହି ବିଶାକ୍ତ ମଦ ବିଭିଷିକା ଦେଖିବାକୁ ମିଳିଛି ବିହାରରେ। ବିହାରର ଛପରିଆରେ ବିଶାକ୍ତ ମଦ ପିଇ ପ୍ରାୟ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଛପରିଆ ସମେତ ମଶରକ ଓ ଏହା ସୀମାବର୍ତ୍ତି ଅଞ୍ଚଳ ଇସୁଆପୁରର ଦୋଇଲା ଗ୍ରାମରେ ମଙ୍ଗଳବାର ରାତିରେ ୧୦ ରୁ ୧୨ଜଣଙ୍କ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ହଟାତ ବିଗିଡି ଯାଇଥିବା ନେଇ ସୂଚନା ମିଳିଥିଲା। ଏଥିରେ ସାତ ଜଣ ଲୋକଙ୍କର ଜଣକ ପରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଅମନୌର ଓ ହୁସ୍ସେପୁର ଅଞ୍ଚଳରେ ୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହା ବ୍ୟତୀତ ମଢୌରାର ଲାଲା ଟୋଲା ଅଞ୍ଚଳରେ ମଧ୍ୟ ଜଣକର ମୃତ୍ୟୁ ହୋଇଥିଲା। ଏମାନଙ୍କର ବିଶାକ୍ତ ମଦ୍ୟ ପାନ କାରଣରୁ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଥିଲା। ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। କିନ୍ତୁ ଏନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇନାହିଁ। 

ଉଲ୍ଲେଖ ଯୋଗ୍ୟ ବିହାରରେ ମଦ ବ୍ୟାନ ହୋଇଥିଲେ ମଧ୍ୟ ମଦମୃତ୍ୟୁ ଥମିବାର ନାଁ ଧରୁନାହିଁ। ଗତ ସପ୍ତାହରେ ବୈଶାଳୀ ଜିଲ୍ଲାରେ ମହନାର ଅଞ୍ଚଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ବିଶାକ୍ତ ମଦ୍ୟପାନରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଆଶଙ୍କା ପ୍ରକାଶ କରାଯାଉଥିଲା। ସେହିପରି ଅଗଷ୍ଟ ମାସରେ ୧୮, ମାର୍ଚ୍ଚରେ ୩୭ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ତେବେ ରାଜ୍ୟରେ ମଦ ବ୍ୟାନ ନେଇ ସରକାର ଘୋଷଣା କରିସାରିଥିବା ବେଳେ ଏତେ ମାତ୍ରାରେ ମଦମୃତ୍ୟୁ କିପରି ଘଟୁଛି ତାହା ଉପରେ ଏବେ ବଡ଼ ପ୍ରଶ୍ନ ଛିଡ଼ା ହୋଇଛି। ଏହି ମଦ ମୃତ୍ୟୁ ପାଇଁ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ସରକାରୀ ସ୍ତରରେ ମଦକୁ ରାଜ୍ୟ ବନ୍ଦ ହୋଇଥିଲେ ମଧ୍ୟ ବିଶାକ୍ତ ତଥା ଖୋଲା ଦେଶୀ ମଦର ବନ୍ୟ ଏବେବି ରାଜ୍ୟରେ ବହୁଛି। ଯାହାର ପ୍ରମାଣ ଏହି ମଦମୃତ୍ୟୁରୁ ସ୍ପଷ୍ଟ ବାରି ହୋଇ ପଡୁଛି। ଏପରି ମଦ ବ୍ୟବସାୟ କରି ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ମଦ ମାଫିଆମାନେ। କିନ୍ତୁ ସେପଟେ ଏହି ବିଶାକ୍ତ ମଦ ପିଇ ରାଜ୍ୟ ଦିନକୁ ଦିନ ମଦମୃତ୍ୟୁ ମାମଲା ବଢିବାରେ ଲାଗିଛି। ଏହି ଚୋରା ମଦ ବ୍ୟବସାୟ ଉପରେ କଟକଣା ଲଗାଇବାକୁ ଜୋରଦାର ଦାବି ହେଉଛି। 

Also Read: ବିହାରରେ ମଦ ବନ୍ଦ, ତଥାପି ବଢୁଛି ମଦମୃତ୍ୟୁ, ଆସୁଛି କେଉଁଠୁ ମଦ ଜାଣନ୍ତୁ ପୁରା ତଥ୍ୟ