List of Indian Military Bases Outside India: ଏସବୁ ଦେଶରେ ରହିଛି ଭାରତର ମିଲିଟ୍ରୀ ବେସ୍, ଦେଖନ୍ତୁ ପୂରା ତାଲିକା
Advertisement
Article Detail0/zeeodisha/odisha1162986

List of Indian Military Bases Outside India: ଏସବୁ ଦେଶରେ ରହିଛି ଭାରତର ମିଲିଟ୍ରୀ ବେସ୍, ଦେଖନ୍ତୁ ପୂରା ତାଲିକା

List of Indian Military Bases Outside India: ବିଦେଶୀ ମାଟିରେ ସାମରିକ ବେସ୍ ନିର୍ମାଣର ଅନେକ ଲାଭ ଅଛି । ପ୍ରଥମେ, ଆପଣ ଯେକୌଣସି ତାଲିମ ନେଇପାରିବେ କିମ୍ବା ଦେଇପାରିବେ । ଦ୍ୱିତୀୟତଃ ସେହି ଦେଶର ଲୋକଙ୍କ ମଧ୍ୟରେ ଭାରତୀୟତାର ପ୍ରାଧାନ୍ୟ ବଢ଼ିଥାଏ । ଏହାସହ ପ୍ରତିଷ୍ଠା ବଢ଼େ । ଆହୁରି ମଧ୍ୟ ଶତ୍ରୁର ଗତିବିଧି ଉପରେ ନଜର ରଖିବା ସହଜ ହୋଇଯାଏ । ମିଳିତ ଭାବେ ଦୁଇ ଦେଶ ସାମରିକ ବେସରୁ ସେଠାରେ ଘଟୁଥିବା ଅନେକ ଅନ୍ତର୍ଜାତୀୟ ସୀମା ଓ କାର୍ଯ୍ୟକଳାପ ଉପରେ ନଜର ରଖିନ୍ତି ।

List of Indian Military Bases Outside India: ଏସବୁ ଦେଶରେ ରହିଛି ଭାରତର ମିଲିଟ୍ରୀ ବେସ୍, ଦେଖନ୍ତୁ ପୂରା ତାଲିକା

List of Indian Military Bases Outside India: ବିଦେଶୀ ମାଟିରେ ମିଲିଟ୍ରୀ ବେସ୍ ଅର୍ଥାତ ଭିତ୍ତିଭୂମି ନିର୍ମାଣର ଉଦ୍ଦେଶ୍ୟ ହେଉଛି ସାମରିକ ଉପକରଣ ଓ ସୈନିକମାନଙ୍କୁ ରକ୍ଷା କରିବା । ଅପରେସନ୍ ସହିତ ଅନେକ ପ୍ରକାରର କାର୍ଯ୍ୟ ପାଇଁ ତାଲିମ ଦିଆଯାଏ । ଆହୁରି ମଧ୍ୟ ଯେଉଁ ଦେଶମାନେ ବିଦେଶୀ ସାମରିକ ବେସ୍ ନିର୍ମାଣ କରନ୍ତି ସେମାନେ ଅନ୍ତର୍ଜାତୀୟ ସ୍ତରରେ ନିଜର ଶକ୍ତି ପ୍ରଦର୍ଶନ କରନ୍ତି । ସାରା ଦୁନିଆରେ ଆମେରିକା ହେଉଛି ଏକମାତ୍ର ଦେଶ ଯାହା ପାଖରେ ୩୮ଟି ଅନ୍ତର୍ଜାତୀୟ ସାମରିକ ବେସ୍ ଅଛି । ଆସନ୍ତୁ ଜାଣିବା କେଉଁ ଦେଶରେ ଭାରତର ସାମରିକ ବେସ ରହିଛି । 

ତାଜିକିସ୍ତାନ (Tajikistan)

ତାଜିକିସ୍ତାନ (Tajikistan) ର ରାଜଧାନୀ ଦୁଶାନବେ (Dushanbe) ର  ପ୍ରାୟ ୧୩୦ କିଲୋମିଟର ଦୂରରେ ଦକ୍ଷିଣ-ପୂର୍ବରେ ଅବସ୍ଥିତ ଫାର୍ଖୋର (Farkhor) ରେ ଏକ ଭାରତୀୟ ମିଲିଟ୍ରୀର ଏୟାର ବେସ୍ (Indian Military Air Base) ଅଛି । ଏହା ଭାରତୀୟ ବାୟୁସେନା (Indian Air Force) ଦ୍ୱାରା ପରିଚାଳିତ ହୋଇଥାଏ । ଏହାର ସାଥ୍ ତାଜିକିସ୍ତାନର ବାୟୁସେନା (Tajikistan Air Force) ଦେଇଥାଏ । ଏହା ହେଉଛି ଭାରତର ପ୍ରଥମ ସାମରିକ ବେସ୍, ଯାହା ନିଜ ମାଟି ବାହାରେ ନିର୍ମିତ ହୋଇଛି । ଇରାନରେ ଅବସ୍ଥିତ ଚାବାହାର ପୋର୍ଟ (Chabahar Port) ଓ ଆଫଗାନିସ୍ତାନର ମାଧ୍ୟମରେ ପରିବହନ ସୁବିଧା ମିଳିଥାଏ । ଏଠାରେ ଭାରତୀୟ ବାୟୁସେନା ସୁଖୋଇ -30 ଏମକେ (Sukhoi-30MKI) ଯୁଦ୍ଧ ବିମାନ ମୁତୟନ କରିରଖିଛି ।

ଭୁଟାନ (Bhutan)

ଭୁଟାନରେ ଭାରତର ସାମରିକ ବେସର ଏକ ସ୍ଥାୟୀ ତାଲିମ କେନ୍ଦ୍ର ଅଛି । ଏହାକୁ ଭାରତୀୟ ମିଲିଟ୍ରୀ ଟ୍ରେନିଂ ଟିମ୍ (IMTRAT) କୁହାଯାଏ । ଏହି ତାଲିମ କେନ୍ଦ୍ର ପଶ୍ଚିମ ଭୁଟାନରେ ଅବସ୍ଥିତ । ଏହା ୧୯୬୧-୬୨ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଏହିଠାରେ ଭୁଟାନ (Bhutan) ର ରୟାଲ ଭୁଟାନ ଆର୍ମି (RBA) ର ସୈନିକମାନଙ୍କୁ ତାଲିମ ଦିଆଯାଇଥାଏ । ମିତ୍ର ଦେଶରେ ସ୍ଥିତ ଏହା ହେଉଛି ସର୍ବ ପୁରାତନ ଭାରତୀୟ ସାମରିକ ତାଲିମ କେନ୍ଦ୍ର । ଏଠାରେ କମାଣ୍ଡାଣ୍ଟ ପ୍ରତିରକ୍ଷା ପ୍ରସଙ୍ଗରେ ଭୁଟାନର ରାଜାଙ୍କୁ ପରାମର୍ଶ ଦିଅନ୍ତି । କାରଣ ଏଠାରେ କୌଣସି ପ୍ରତିରକ୍ଷା ମନ୍ତ୍ରୀ ନାହାଁନ୍ତି ।

ମାଡାଗାସ୍କର (Madagascar)

ଭାରତୀୟ ମିଲିଟ୍ରୀ ଉତ୍ତର ମାଡାଗାସ୍କରରେ ଲିସନିଙ୍ଗ ପୋଷ୍ଟ ଓ ଏକ ରାଡାର ସୁବିଧା ସ୍ଥାପନ କରିଛନ୍ତି । ଏହା ୨୦୦୭ରେ ନିର୍ମିତ ହୋଇଥିଲା । ଯାହାଦ୍ୱାରା ଭାରତ ମହାସାଗରରୁ ଜାହାଜଗୁଡ଼ିକର ଗତିବିଧି ଉପରେ ନଜର ରଖାଯାଇପାରିବ । ସାମୁଦ୍ରିକ ସଞ୍ଚାରକୁ ଶୁଣିବା ଓ ବୁଝିବା ପାଇଁ ଏପରି ବ୍ୟବସ୍ଥା କରାଯାଇଛି । ଏହାର ସାହାଯ୍ୟରେ ମାଡାଗାସ୍କର (Madagascar) ର ନୌସେନା ମଧ୍ୟ ନଜର ରଖେ । ଯେହେତୁ ମାଡାଗାସ୍କରର ସେନା (Madagascar Army) ଏତେ ଶକ୍ତିଶାଳୀ ନୁହେଁ କି ସେମାନେ ଅନୁପ୍ରବେଶ କିମ୍ବା ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକି ପାରିବେ । ତେଣୁ ଭାରତୀୟ ସେନା (Indian Army) ସେମାନଙ୍କୁ ସାହାଯ୍ୟ କରୁଛି ।

ମରିସସ୍ (Mauritaius)

ଭାରତ ସରକାର (Indian Government) ମରିସସ (Mauritaius) ର ଉତ୍ତର ଆଗଲେଗା ଦ୍ୱୀପରେ କୋଷ୍ଟାଲ ସର୍ଭିଲାନ୍ସ ରାଡାର ସିଷ୍ଟମ ସ୍ଥାପନ କରିଛନ୍ତି । ଏହି ଦ୍ୱୀପ ଭାରତ ମହାସାଗରରେ ଅବସ୍ଥିତ । ଏହାକୁ ତିଆରି କରିବାର ଉଦ୍ଦେଶ୍ୟ ଥିଲା ଭାରତ ଓ ମରିସସ୍ ମଧ୍ୟରେ ସାମରିକ ସହାୟତା ସୃଷ୍ଟି କରିବା । ଏହା ଏକ ରଣନୈତିକ ସ୍ଥାନ, ଯେଉଁଠାରୁ ଏକ ବୃହତ ସମୁଦ୍ର ଅଞ୍ଚଳ ସିଧାସଳଖ ନଜର ରଖାଯାଏ । ଏହି ସମଗ୍ର ଦ୍ୱୀପ ହେଉଛି ଏକ ଭାରତୀୟ ସାମରିକ ବେସ୍ ।

ଏହା ବି ପଢ଼ନ୍ତୁ:-'ମୋଦି ଜିତିବା ପରେ ଦେଶ ଛାଡ଼ି ଥିଲି, କଂଗ୍ରେସ ଜିତିବ ତ ମୁଁ ଦୁବାଇ ଛାଡ଼ି ଦେବି'

ଏହା ବି ପଢ଼ନ୍ତୁ:-ଚୀନକୁ ପୁଣି ଚେତାବନୀ ଦେଲା ଆମେରିକା, କହିଲା-ବେଜିଂ ଜାଣିଛି US କ'ଣ କରିପାରେ...

ଏହା ବି ପଢ଼ନ୍ତୁ:-ଏହି ପ୍ରସିଦ୍ଧ ଗାୟିକାଙ୍କ MMS ଲିକ୍, ଭାଇରାଲ ହେଉଛି ଭିଡିଓ

 

ଓମାନ (Oman)

ଓମାନ (Oman) ର ରସ ଅଲ ହଦ ନାମକ ଏକ ସ୍ଥାନରେ ଭାରତୀୟ ମିଲିଟ୍ରୀ ଏକ ଲିସିନିଙ୍ଗ ପୋଷ୍ଟ ନିର୍ମାଣ କରିଛି । ଏହା ବ୍ୟତୀତ ମସ୍କାଟ ନୌସେନା ବେସ ଉପରେ ଭାରତର ବର୍ଥିଂ ଅଧିକାର ରହିଛି । ଅର୍ଥାତ ଏଠାରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ, ବୁଡ଼ାଜାହାଜ ଆଦିକୁ ଇନ୍ଧନ ଇତ୍ୟାଦି ସାହାଯ୍ୟ ମିଳିଯାଇଥାଏ । ଏହା ବ୍ୟତୀତ ଡକ୍କ (Duqm) ରେ ଭାରତୀୟ ବାୟୁସେନା ଓ ଭାରତୀୟ ନୌସେନାର ଏକ ଛୋଟ ବେସ୍ ଅଛି ।

ବିଦେଶୀ ମାଟିରେ ସାମରିକ ବେସ୍ ନିର୍ମାଣର ଅନେକ ଲାଭ ଅଛି । ପ୍ରଥମେ, ଆପଣ ଯେକୌଣସି ତାଲିମ ନେଇପାରିବେ କିମ୍ବା ଦେଇପାରିବେ । ଦ୍ୱିତୀୟତଃ ସେହି ଦେଶର ଲୋକଙ୍କ ମଧ୍ୟରେ ଭାରତୀୟତାର ପ୍ରାଧାନ୍ୟ ବଢ଼ିଥାଏ । ଏହାସହ ପ୍ରତିଷ୍ଠା ବଢ଼େ । ଆହୁରି ମଧ୍ୟ ଶତ୍ରୁର ଗତିବିଧି ଉପରେ ନଜର ରଖିବା ସହଜ ହୋଇଯାଏ । ମିଳିତ ଭାବେ ଦୁଇ ଦେଶ ସାମରିକ ବେସରୁ ସେଠାରେ ଘଟୁଥିବା ଅନେକ ଅନ୍ତର୍ଜାତୀୟ ସୀମା ଓ କାର୍ଯ୍ୟକଳାପ ଉପରେ ନଜର ରଖିନ୍ତି ।