ବିମାନରେ ଯାତ୍ରା କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ବଡ଼ ଖବର
Advertisement

ବିମାନରେ ଯାତ୍ରା କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ବଡ଼ ଖବର

ଦେଶବ୍ୟାପୀ ଲକଡାଉନ୍ ଜାରି ରହିଛି । ୩୧ ମଇ ପର୍ଯ୍ୟନ୍ତ ବିମାନ ସେବା ବନ୍ଦ ରହିଛି ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକଡାଉନ୍ ଜାରି ରହିଛି । ୩୧ ମଇ ପର୍ଯ୍ୟନ୍ତ ବିମାନ ସେବା ବନ୍ଦ ରହିଛି । ତେବେ ଜୁନରେ ଉଡ଼ାଣ ଆରମ୍ଭ କରିବା ପାଇଁ କିଛି ବିମାନ କମ୍ପାନୀ ବୁକିଂ ଆରମ୍ଭ କରିଛନ୍ତି । ସୂତ୍ର ଅନୁସାରେ ଏହି ସୂଚନା ମିଳିଛି । 

ଗତ ୨୫ ମଇରୁ ଦେଶରେ ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନକୁ ବାତିଲ କରାଯାଇଛି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବିମାନ ସେବା ବନ୍ଦ ରହିଛି । ଅର୍ଥାତ ଲକଡାଉନ୍ ୪.୦ ସରିବା ପର୍ଯ୍ୟନ୍ତ । ତେବେ ବିମାନ ସେବା କେବେ ଆରମ୍ଭ ହେବ, ସେନେଇ ସରକାରଙ୍କ ପକ୍ଷରୁ କୌଣସି ଗାଇଡଲାଇନ ମଧ୍ୟ ଆସିନି । 

ଅନ୍ୟପଟେ ଏକ ସୂତ୍ର ଅନୁସାରେ, ଘରୋଇ ବିମାନ କମ୍ପାନୀମାନେ ଜୁନ ମାସରୁ ଉଡ଼ାଣ ଭରିବା ପାଇଁ ବୁକିଂ ଆରମ୍ଭ କରିଛନ୍ତି । ସ୍ପାଇସଜେନର ଏକ ସୂତ୍ରରୁ ଜଣାପଡ଼ିଛି, ଉକ୍ତ କମ୍ପାନୀ ୧୫ ଜୁନରୁ ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ବୁକିଂ ଆରମ୍ଭ କରିଛି । ଇଣ୍ଡିଗୋ ଏବଂ ବିସ୍ତାରା ମଧ୍ୟ ଘରୋଇ ଉଡ଼ାଣ ପାଇଁ ବୁକିଂ ଆରମ୍ଭ କରିଛନ୍ତି ।