ଗୁଡ୍ ନ୍ୟୁଜ: LPG ସିଲିଣ୍ଡର ହେଲା ଶସ୍ତା, ଜାଣନ୍ତୁ ଆଜି କେତେ କମିଲା ରେଟ୍
Advertisement
Article Detail0/zeeodisha/odisha1282763

ଗୁଡ୍ ନ୍ୟୁଜ: LPG ସିଲିଣ୍ଡର ହେଲା ଶସ୍ତା, ଜାଣନ୍ତୁ ଆଜି କେତେ କମିଲା ରେଟ୍

LPG Price Today 1st August 2022: ଆଜି ଇଣ୍ଡିଆନ୍ ଅଏଲ୍ ଦ୍ୱାରା ପ୍ରକାଶିତ ନୂତନ ଦର ଅନୁଯାୟୀ ଏଲପିଜି ସିଲିଣ୍ଡରର ମୂଲ୍ୟ ୩୬ ଟଙ୍କା ହ୍ରାସ କରାଯାଇଛି । ଏହି ହ୍ରାସ ସାରା ଦେଶରେ ଘଟିଛି ।

ଗୁଡ୍ ନ୍ୟୁଜ: LPG ସିଲିଣ୍ଡର ହେଲା ଶସ୍ତା, ଜାଣନ୍ତୁ ଆଜି କେତେ କମିଲା ରେଟ୍

ନୂଆଦିଲ୍ଲୀ: LPG Price Today 1st August 2022: ଆଜି (ସୋମବାର) ଅର୍ଥାତ ଅଗଷ୍ଟ ୧ରେ ତୈଳ କମ୍ପାନୀଗୁଡ଼ିକ ଏଲପିଜି ଗ୍ୟାସ ସିଲିଣ୍ଡରର ନୂଆ ଦର (LPG Gas Cylinder Price) ଜାରି କରିଦେଇଛନ୍ତି ।  ଆଜିଠାରୁ ଏଲପିଜି ସିଲିଣ୍ଡର ଶସ୍ତା ହୋଇଛି । ଆଜି ଇଣ୍ଡିଆନ୍ ଅଏଲ୍ ଦ୍ୱାରା ପ୍ରକାଶିତ ନୂତନ ଦର ଅନୁଯାୟୀ ଏଲପିଜି ସିଲିଣ୍ଡରର ମୂଲ୍ୟ ୩୬ ଟଙ୍କା ହ୍ରାସ କରାଯାଇଛି । ଏହି ହ୍ରାସ ସାରା ଦେଶରେ ଘଟିଛି ।

ବ୍ୟବସାୟିକ ସିଲିଣ୍ଡର (Commercial Cylinders) ବ୍ୟବହାରକାରୀଙ୍କୁ ଏଲପିଜି ସିଲିଣ୍ଡର ଦରରେ ରିହାତି ପ୍ରଦାନ କରାଯାଇଛି । ଆଜିଠାରୁ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର (19 kg Commercial Cylinders) ଦିଲ୍ଲୀରେ ୨୦୧୨.୫୦ ଟଙ୍କା ବଦଳରେ ୧୯୭୬.୫୦ ଟଙ୍କାରେ ମିଳିବ । ଏଥି ସହିତ, ଏହା ପୂର୍ବରୁ କୋଲକାତାରେ ୨୧୩୨.୦୦ ଟଙ୍କାରେ ମିଳୁଥିଲା, କିନ୍ତୁ ଅଗଷ୍ଟ ୧ରୁ ଏହି ସିଲିଣ୍ଡର ୨୦୯୫.୫୦ ଟଙ୍କାରେ ଉପଲବ୍ଧ ହେବ । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୨୦୯୫.୫୦ ଟଙ୍କାରେ ମିଳିବ । ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ମୁମ୍ବାଇରେ ୧୯୩୬.୫୦ ଟଙ୍କା ଓ ଚେନ୍ନାଇରେ ୨,୧୪୧ ଟଙ୍କାକୁ ଖସି ଆସିଛି । 

ଆପଣଙ୍କୁ କହି ରଖୁଛୁ ଯେ, ଗତ ଦୁଇ ବର୍ଷ ମଧ୍ୟରେ ସବସିଡିଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବଢ଼ିଚାଲିଛି, କିନ୍ତୁ ନୂତନ ଦର ଅନୁଯାୟୀ ଆଜି ଏହା ମହଙ୍ଗା କିମ୍ବା ଶସ୍ତା ହୋଇନାହିଁ । ଆଜି ମଧ୍ୟ ୬ ଜୁଲାଇ ଦରରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ମିଳୁଛି । ଜୁଲାଇ ୬ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା ।

ଆଜି ମଧ୍ୟ ଘରୋଇ ଏଲପିଜି ସିଲିଣ୍ଡର ଦିଲ୍ଲୀ-ମୁମ୍ବାଇରେ ୧୦୫୩ ଟଙ୍କା, କୋଲକାତାରେ ୧୦୭୯ ଟଙ୍କା ଏବଂ ଚେନ୍ନାଇରେ ୧୦୬୮.୫୦ ଟଙ୍କାରେ ମିଳୁଛି । ଜୁଲାଇ ୧ରେ ମଧ୍ୟ LPG ମୂଲ୍ୟ ପରିବର୍ତ୍ତନ କରାଯାଇଥିଲା । ବ୍ୟବସାୟିକ ସିଲିଣ୍ଡର ଶସ୍ତା ହୋଇଥିବାବେଳେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ କରାଯାଇ ନଥିଲା ।

ଏହା ବି ପଢ଼ନ୍ତୁ:-ସାବଧାନ ! ବିନା OTPରେ ହିଁ ସଫା ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ, ରକ୍ଷା ପାଇବାର ଅଛି ତ କରନ୍ତୁ ଏହି କାମ

ଏହା ବି ପଢ଼ନ୍ତୁ:-ଓଡ଼ିଶାର ବିଧାୟକଙ୍କ ଉପରେ ମହଙ୍ଗା ମାଡ଼! ଦରମା ବଢ଼ାଇବାକୁ ଦାବି

ଏହା ବି ପଢ଼ନ୍ତୁ:-ଖୁସି ଖବର: ଟ୍ରେନକୁ ନେଇ ବଡ଼ ଘୋଷଣା କଲେ ରେଳ ମନ୍ତ୍ରୀ

ଜୁଲାଇ ୧ ପୂର୍ବରୁ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟରେ ଜୁନ ୧ରେ ୧୩୫ ଟଙ୍କା ହ୍ରାସ କରାଯାଇଥିଲା । ଏଠାରେ କହି ରଖୁଛୁ ଯେ, ମୁଦ୍ରାସ୍ଫୀତିରୁ ଲୋକଙ୍କୁ ରିହାତି ଦେବା ପାଇଁ ସରକାର ଉଜ୍ଜ୍ୱଳା ଯୋଜନା ଅଧୀନରେ ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ଘୋଷଣା କରିଥିଲେ । ଏହି ସବସିଡି ବାର୍ଷିକ କେବଳ ୧୨ ସିଲିଣ୍ଡର ପର୍ଯ୍ୟନ୍ତ ଉପଲବ୍ଧ ହେବ । ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ୯ କୋଟିରୁ ଅଧିକ ଗ୍ରାହକ ଉପକୃତ ହୋଇଛନ୍ତି ।

ବର୍ତ୍ତମାନ ସମଗ୍ର ଦେଶରେ ଘରୋଇ LPG ସିଲିଣ୍ଡରର ମୂଲ୍ୟ ୧୦୦୦ ଟଙ୍କା ପାର କରିଛି । ଆପଣଙ୍କୁ କହି ରଖୁଛୁ ଯେ, ଗତ ଏକ ବର୍ଷ ମଧ୍ୟରେ ଦିଲ୍ଲୀର ଘରୋଇ ଏଲପିଜି ସିଲିଣ୍ଡର ୧,୦୦୩ରୁ  ୧,୦୫୩ ଟଙ୍କାକୁ ପହଞ୍ଚିଯାଇଛି । ବର୍ତ୍ତମାନ ସମୟରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର କୋଲକାତାରେ ୧,୦୭୯ ଟଙ୍କା, ଭୁବନେଶ୍ୱରରେ ୧,୦୭୯ ଟଙ୍କା,  ମୁମ୍ବାଇରେ ୧,୦୫୨.୫୦ ଟଙ୍କା ଏବଂ ଚେନ୍ନାଇରେ ୧,୦୬୮.୫୦ ଟଙ୍କା ଟଙ୍କାରେ ମିଳୁଛି ।