ମଦ୍ରାସା ଗୁମର ଖୋଲିଦେଲେ ମଧ୍ୟପ୍ରଦେଶ ମନ୍ତ୍ରୀ, କହିଲେ...
Advertisement
Article Detail0/zeeodisha/odisha770402

ମଦ୍ରାସା ଗୁମର ଖୋଲିଦେଲେ ମଧ୍ୟପ୍ରଦେଶ ମନ୍ତ୍ରୀ, କହିଲେ...

 କାଶ୍ମୀରରେ ଚାଲିଥିବା ଆତଙ୍କବାଦ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ମଧ୍ୟ ପ୍ରଦେଶ ପର୍ଯ୍ୟଟନ ମନ୍ତ୍ରୀ। 
 

ମଦ୍ରାସା ଗୁମର ଖୋଲିଦେଲେ ମଧ୍ୟପ୍ରଦେଶ ମନ୍ତ୍ରୀ, କହିଲେ...

ଭୋପାଳ: ମଧ୍ୟ ପ୍ରଦେଶରେ ହେବାକୁ ଥିବା ଉପନିର୍ବାଚନ (Madhya Pradesh By Poll) ଲାଗି ଏବେ ସରଗରମ ରହିଛି ରାଜ୍ୟର ପାଣିପାଗ। ଏହି ନିର୍ବାଚନ ଉଭୟ ଶାସକ ବିଜେପି (BJP) ଏବଂ କଂଗ୍ରେସ (Congress) ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ନିର୍ବାଚନରେ ବାଜିମାତ କରି ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ବିଜେପି ସଂଘର୍ଷ କରୁଛି ଯାହା ଦ୍ୱାରା ରାଜ୍ୟରେ କ୍ଷମତାସୀନ ଶିବରାଜ ସରକାର (Shivraj Govt) ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିବେ। ଅନ୍ୟପଟେ ବିରୋଧି ଆସନରେ ବସିଥିବା କଂଗ୍ରେସ ସମସ୍ତ ଆସନ ଜିତି ପୁଣିଥରେ କ୍ଷମତାକୁ ଫେରିବାକୁ ଲକ୍ଷ୍ୟ ରଖିଛି। 

ଉପନିର୍ବାଚନକୁ ରାଜ୍ୟରେ ରାଜନୈତିକ ପାଣିପାଗ ସରଗରମ ରହିଥିବା ବେଳେ ମଧ୍ୟ ପ୍ରଦେଶ ପର୍ଯ୍ୟଟନ ମନ୍ତ୍ରୀ (MP Tourism Minister) ଉଷା ଠାକୁର (Usha Thakur) ଧାର୍ମିକ ଶିକ୍ଷାନୁଷ୍ଠାନ ମଦ୍ରାସା (Madrasas) ବାବଦରେ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଏ ପ୍ରସଙ୍ଗରେ ମତ ରଖି ମନ୍ତ୍ରୀ କହିଛନ୍ତି, "ମଦ୍ରାସାରୁ ଆତଙ୍କବାଦୀ ଏବଂ କଟ୍ଟରପନ୍ଥୀ ବାହାରୁଛନ୍ତି। ସେମାନଙ୍କ ବିଚାରଧାରା ଦେଶର ସୁରକ୍ଷା ଲାଗି ସବୁଠୁ ବଡ ବିପଦ। ଦେଶରେ ଅରାଜକତା ବଢାଇବା ସେମାନଙ୍କ ଲକ୍ଷ୍ୟ। "  
 
ମନ୍ତ୍ରୀଙ୍କ ପକ୍ଷରୁ ଏହି ବୟାନ ଆସିବା ପୂର୍ବରୁ ୟୁରୋପୀୟ ଦେଶ ଫ୍ରାନ୍ସ (European country France) ରେ ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି। ଏହି ଦେଶରେ ଜଣେ ଶିକ୍ଷକ ଏକ କାର୍ଟୁନ ଦେଖାଇବା କାରଣରୁ ତାଙ୍କୁ ଇସଲାମିକ କଟ୍ଟରପନ୍ଥୀ ହତ୍ୟା କରିଛନ୍ତି। କାଶ୍ମୀରରେ ଚାଲିଥିବା ଆତଙ୍କବାଦ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ମଧ୍ୟ ପ୍ରଦେଶ ପର୍ଯ୍ୟଟନ ମନ୍ତ୍ରୀ। 
 
ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ମୁସଲିମ ୱାକଫ ବୋର୍ଡ ନିଜେ ଏକ ଶକ୍ତିଶାଳୀ ଅନୁଷ୍ଠାନ। ଏହାର ସରକାରୀ ସହାୟତା ବନ୍ଦ କରାଯିବା ଆବଶ୍ୟକ। ସମସ୍ତ ଛାତ୍ର ସମାନ। ଧାର୍ମିକ ଶିକ୍ଷା କାରଣରୁ ଦେଶରେ କଟ୍ଟରତା ଏବଂ ମୌଳବଦା ବଢିବାରେ ଲାଗିଛି। ୱାକଫ୍ ବୋର୍ଡ ଆର୍ଥିକ ଦୃଷ୍ଟିକୋଣରୁ ଏକ ସମୃଦ୍ଧିଶାଳୀ ଅନୁଷ୍ଠାନ। ମଦ୍ରାସାର ସରକାରୀ ସହାୟତା ମଧ୍ୟ ବନ୍ଦ କରାଯିବା ଆବଶ୍ୟକ। ଯଦି କେହି ବ୍ୟକ୍ତିଗତ ଭାବରେ ଧାର୍ମିକ ରୀତିନୀତି ପାଳନ କରିବାକୁ ଚାହାଁନ୍ତି ସେଥିପାଇଁ ଦେଶର ସମ୍ବିଧାନ ସେମାନଙ୍କୁ ଅଧିକାର ପ୍ରଦାନ କରିଛି। 

ପୂର୍ବରୁ ରାଜ୍ୟରେ କ୍ଷମତାସୀନ ଥିବା କଂଗ୍ରେସ ସରକାରଙ୍କ ଧାର୍ମିକ ତୃଷ୍ଟିକରଣ ରାଜନୀତିକୁ ଟାର୍ଗେଟ କରି ମଧ୍ୟ ପ୍ରଦେଶ ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି ୧୫ ମାସ ଧରି ରାଜ୍ୟରେ କ୍ଷମତାସୀନ ସରକାର ମନ୍ଦିର ଉପରୁ ୧୦ ପ୍ରତିଶତ ଟିକସ ଆଦାୟ କରୁଥିଲୋ । ରାଜକୋଷରୁ ମୁସଲିମ ଧର୍ମଗୁରୁଙ୍କୁ ୫ ହଜାର ଟଙ୍କା ପ୍ରଦାନ କରୁଥିଲା। ଏପରି ତୃଷ୍ଟିକରଣ ରାଜନୀତିର ଜବାବ ଜନସାଧାରଣ ନଭେମ୍ବର ୩ ତାରିଖରେ ହେବାକୁ ଉପନିର୍ବାଚନରେ ଦେବେ।