Mamata Banerjee: ପଶ୍ଚିମବଙ୍ଗ ସିଏମ ମମତା ବାନାର୍ଜୀ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ନିଜ କ୍ଷମତାରେ ସଂଖ୍ୟାଗରିଷ୍ଠତା ପାଇବ ନାହିଁ ଓ ଅନ୍ୟ ଦଳମାନେ ମିଳିତ ଭାବେ ସରକାର ଗଠନ କରିବ । ବିଜେପିର ବନ୍ଦୀତ୍ୱରୁ ମୁକ୍ତ ହେବାକୁ ସେ ଲୋକଙ୍କ ପାଖରେ ନିବେଦନ କରିଛନ୍ତି ।
Trending Photos
Mamata Banerjee prediction on 2024 election: ପଶ୍ଚିମବଙ୍ଗ (West Bengal) ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି (BJP) ଏକାକୀ ନିଜ କ୍ଷମତାରେ ସଂଖ୍ୟାଗରିଷ୍ଠତା ପାଇବ ନାହିଁ ଓ ଅନ୍ୟ ଦଳମାନେ ମିଳିତ ଭାବେ ସରକାର ଗଠନ କରିବ । କୋଲକାତାରେ ଶହୀଦ ଦିବସ ସମାବେଶକୁ ସମ୍ବୋଧିତ କରି ମମତା ବାନାର୍ଜୀ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ (2024 Lok Sabha elections) ଲୋକମାନେ କେନ୍ଦ୍ରରେ ବିଜେପିକୁ କ୍ଷମତାରୁ ହଟାଇବେ । ବାନାର୍ଜୀ ମଧ୍ୟ ଦେଶର ଅନୁଷ୍ଠାନଗୁଡ଼ିକୁ ଧ୍ୱଂସ କରିଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, "ଯେଉଁମାନଙ୍କର ଭାରତର ସ୍ୱାଧୀନତା ସଂଗ୍ରାମରେ କୌଣସି ଭୂମିକା ନଥିଲା, ସେମାନେ ଦେଶର ଇତିହାସକୁ ପୁନର୍ବାର ଲେଖିବାକୁ ଚେଷ୍ଟା କରୁଛନ୍ତି । ୨୦୨୪ ମସିହାରେ ବିଜେପି କ୍ଷମତାରୁ ବହିଷ୍କୃତ ହେବ । ସେମାନେ ପରାସ୍ତ ହେବେ । ମୁଁ ଦୃଢ଼ ଭାବରେ କହୁଛି ଯେ ବିଜେପି ଏକ ନିଜ ଦମରେ ସଂଖ୍ୟାଗରିଷ୍ଠତା ପାଇବ ନାହିଁ ।"
ବିଜେପି ବନ୍ଦୀତ୍ୱରୁ ମୁକ୍ତି ପାଇବାକୁ ଜନସାଧାରଣଙ୍କୁ ମମତାଙ୍କ ନିବେଦନ
ସେ କହିଛନ୍ତି ଯେ ଯଦି ବିଜେପି ସଂଖ୍ୟାଗରିଷ୍ଠତା ହାସଲ ନକରେ ତେବେ ଅନ୍ୟ ଦଳ ଏକାଠି ହୋଇ ପରବର୍ତ୍ତୀ ସରକାର ଗଠନ କରିବେ । ଟିଏମସି ସୁପ୍ରିମୋ ଲୋକମାନଙ୍କୁ ନିବେଦନ କରିଛନ୍ତି, 'ବିଜେପିର ବନ୍ଦୀତ୍ୱରୁ ମୁକ୍ତ ହୁଅ, ୨୦୨୪ ରେ ଜନତାର ସରକାର ଆଣ'। ବାନାର୍ଜୀ ଖାଦ୍ୟ ଜିଏସ୍ଟି ଲାଗୁ କରିବାକୁ ନେଇ ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କହିଛନ୍ତି । ମମତା ବାନାର୍ଜୀ କହିଛନ୍ତି, ଯେତେବେଳେ ବିଜେପି ସବୁ ଜିନିଷ ଉପରେ ଜିଏସଟି ଆଦାୟ କରୁଛି, ଏପରିକି ମୁଡି ଓ କ୍ଷୀର ପାଉଡର ଉପରେ.. ଲୋକମାନେ କ’ଣ ଖାଇବେ? ଏହି ଦେଶରେ ଗରିବ ଲୋକ କିପରି ରହିବେ? '
କାହିଁକି ଜୁଲାଇ ୨୧ ରେ ଶହୀଦ ଦିବସ ପାଳନ କରେ ମମତା ବାନାର୍ଜୀଙ୍କ ପାର୍ଟି?
ଟିଏମସିର ଏହି ରାଲି ମଧ୍ୟ ସ୍ଵତନ୍ତ୍ର ଥିଲା କାରଣ ୨୦୨୧ ବିଧାନସଭା ନିର୍ବାଚନରେ ଦଳର ପୁନର୍ବାର ବିଜୟ ଓ କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାକୁ ଫେରିବା ପରେ ଏହା ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିଲା । ବାନାର୍ଜୀ ବୁଧବାର ଦିନ କହିଥିଲେ ଯେ ଶହୀଦ ଦିବସ ରାଲି କେନ୍ଦ୍ରର "ନିରଙ୍କୁଶ ଶାସନ" ବିରୁଦ୍ଧରେ ହେବ । ୧୯୯୩ ରେ ତତ୍କାଳୀନ ବାମପନ୍ଥୀ ସରକାର ବିରୁଦ୍ଧରେ ଏକ ଯୁବ କଂଗ୍ରେସ ରାଲିରେ ପୋଲିସ୍ ଗୁଳିରେ ନିହତ ହୋଇଥିବା ୧୩ ଜଣଙ୍କ ସ୍ମୃତିରେ ଟିଏମସି ପ୍ରତିବର୍ଷ ଜୁଲାଇ ୨୧ ରେ ଶହୀଦ ଦିବସ ପାଳନ କରିଥାଏ । ଏହି ଘଟଣା ସମୟରେ ବାନାର୍ଜୀ ଯୁବ କଂଗ୍ରେସର ରାଜ୍ୟ ସଭାପତି ଥିଲେ ।
ଏହା ବି ପଢ଼ନ୍ତୁ: ଦେଶର ପ୍ରଥମ ନାଗରିକ ହେଉଛନ୍ତି ରାଷ୍ଟ୍ରପତି ଓ ତୃତୀୟରେ ପିଏମ, ତେବେ ଜାଣନ୍ତୁ ଆପଣଙ୍କ ନମ୍ବର
ଏହା ବି ପଢ଼ନ୍ତୁ: ଗତ ଦୁଇ ବର୍ଷ ମଧ୍ୟରେ କେତେ ଲୋକ ପାଇଛନ୍ତି ସରକାରୀ ଚାକିରି? ସଂସଦରେ ମନ୍ତ୍ରୀ ଦେଲେ ଏହି ଜବାବ