ଫେସବୁକ କାର୍ଯ୍ୟାଳୟରୁ ଏକ ଫୋନ୍ କଲ୍ ଆସିଥିଲା ଯେ ଜଣେ ବ୍ୟକ୍ତି ହାତ କାଟି ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି । ଯାହାର ଭିଡିଓ ଆପଣଙ୍କୁ ପଠାଯାଇଛି ।
Trending Photos
ନୂଆଦିଲ୍ଲୀ: ଫେସବୁକର ସତର୍କତା ଓ ଦିଲ୍ଲୀ ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଜଣେ ବ୍ୟକ୍ତିଙ୍କୁ ଆତ୍ମହତ୍ୟା କରିବାରୁ ରକ୍ଷା କରାଯାଇ ପାରିଛି । ଯଦି ୫ ମିନିଟର ବିଳମ୍ବ ହୋଇଥାନ୍ତା, ବ୍ୟକ୍ତିଙ୍କୁ ବଞ୍ଚାଇବା କଷ୍ଟକର ହୋଇଥାନ୍ତା । ବର୍ତ୍ତମାନ ସେହି ବ୍ୟକ୍ତିଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।
ଦିଲ୍ଲୀର ଏହି ପୂରା ମାମଲା
ଏହି ସମଗ୍ର ମାମଲା ରାଜଧାନୀ ଦିଲ୍ଲୀର ଅଟେ । ଦିଲ୍ଲୀର CyPAD ଡିସିପି ଅନ୍ୟେଶ୍ ରୟ (DCP Anyesh Roy) କହିଛନ୍ତି ଯେ ମେ ୩-୪ ତାରିଖ ରାତି ପ୍ରାୟ ୧୨.୫୦ ସମୟରେ ସେ ନିଜ ଫୋନରେ ଫେସବୁକ୍ କାର୍ଯ୍ୟାଳୟରୁ (Facebook office) ଏକ କଲ୍ ପାଇଥିଲେ ଯେ ଜଣେ ବ୍ୟକ୍ତି ତାଙ୍କ ହାତ କାଟି ଆତ୍ମହତ୍ୟା (Suicide) କରିବାକୁ ଚେଷ୍ଟା କରୁଛନ୍ତି । ଯାହାର ଭିଡିଓ ଆପଣଙ୍କୁ ପଠାଯାଇଛି । ଏହା ଶୁଣି DCP ଙ୍କ ନିଦ ଉଡିଯାଇଥିଲା ଓ ସେ ତୁରନ୍ତ ହିଁ ଏସିପି ଆଦିତ୍ୟ ଗୌତମଙ୍କ ସହ ନିଜ କର୍ମଚାରୀଙ୍କୁ ସୂଚନା ଦେବା ସହିତ ଏହାକୁ ଟ୍ରେସିଙ୍ଗ କରିବାକୁ କହିଥିଲେ ।
ବ୍ୟକ୍ତିଙ୍କ ଠିକଣା ପଲାମ ଗ୍ରାମ ମିଳିଥିଲା
ରୟ କହିଛନ୍ତି ଯେ ବ୍ୟକ୍ତିର ଠିକଣା ଦିଲ୍ଲୀର (Delhi) ସେକ୍ଟର ପଲାମ ଗ୍ରାମରେ ମିଳିଥିଲା । ପ୍ରାୟ ୨୦ ମିନିଟ୍ ମଧ୍ୟରେ ପୋଲିସ (Police) ତାଙ୍କ ନିକଟରେ ପହଞ୍ଚିଥିଲା । ସେଠାରେ ଯାଇ ପୋଲିସ ଦେଖିଥିଲା ଯେ ବ୍ୟକ୍ତି ଜଣକ ନିଜ ହାତର ଶିର କାଟି ଦେଇଛନ୍ତି । ତାଙ୍କର ହାତରୁ କ୍ରମାଗତ ଭାବରେ ରକ୍ତ ବାହାରୁଛି । ତା’ପରେ ସେହି ବ୍ୟକ୍ତିଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଡାକ୍ତରମାନେ ତାଙ୍କ ଗୁରୁତର ଅବସ୍ଥା ଦେଖି ତାଙ୍କୁ ଦିଲ୍ଲୀର AIIMS ଟ୍ରମା ସେଣ୍ଟରକୁ (AIIMS Trauma Centre) ପଠାଇଥିଲେ । ଯେଉଁଠାରେ ତାଙ୍କ ହାତରେ ଅସ୍ତ୍ରୋପଚାର କରି ତାଙ୍କ ଜୀବନ ରକ୍ଷା କରାଯାଇଥିଲା ।
ଅଧିକ ପଢ଼ନ୍ତୁ: ଋଷ ରାଷ୍ଟ୍ରପତି ପୁତିନ ପିଏମ ମୋଦିଙ୍କୁ କହିଲେ 'ଦାୟିତ୍ୱବାନ' ନେତା, ଦେଲେ ଏହି ବିଶେଷ ବାର୍ତ୍ତା
ଯଦି ପାଞ୍ଚ ମିନିଟ୍ ବିଳମ୍ବ ହୋଇଥାନ୍ତା ..
ଡାକ୍ତରମାନେ ପୋଲିସକୁ କହିଛନ୍ତି ଯେ ଯଦି ୫ ମିନିଟ ବିଳମ୍ବ ହୋଇଥାନ୍ତା ତେବେ ବ୍ୟକ୍ତି ଜଣକୁ ବଞ୍ଚାଇବା କଷ୍ଟକର ହୋଇଥାନ୍ତା । କାରଣ ଶରୀରରୁ ଅତ୍ୟଧିକ ରକ୍ତ ବାହାରି ସାରିଥିଲା । ଏହା ପରେ ପାଲାମ ଗ୍ରାମ ଥାନାର ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।
ପଡ଼ୋଶୀ ସହିତ ହୋଇଥିଲା ବିବାଦ
ପୋଲିସ ଜାଣିବାକୁ ପାଇଲା ଯେ ଆତ୍ମହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତିଙ୍କ ନାମ ହିରା ଲାଲ (୩୯), ଯିଏ ଜଣେ ମିଠା ଦୋକାନ ଚଳାନ୍ତି । ୨୦୧୬ ମସିହାରେ ହିରା ଲାଲଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇସାରିଛି । ହିରା ଲାଲଙ୍କର ଦୁଇଟି ସନ୍ତାନ ଅଛନ୍ତି । ସୂଚନା ଅନୁଯାୟୀ ଆତ୍ମହତ୍ୟା ଉଦ୍ୟମ ପୂର୍ବରୁ ହେରା ଲାଲ ପଡୋଶୀଙ୍କ ସହ ଝଗଡା ହୋଇଥିଲା । ପତ୍ନୀଙ୍କ ମୃତ୍ୟୁ ପରେ ସେ ଡିପ୍ରେସନରେ ଗତି କରୁଥିଲେ ।
ଅଧିକ ପଢ଼ନ୍ତୁ: ବିନା କୌଣସି ଡକ୍ୟୁମେଣ୍ଟରେ ତିଆରି କରିପାରିବେ ଆଧାର କାର୍ଡ, ଜାଣନ୍ତୁ କିପରି?
ଡିସିପିଙ୍କୁ କରାଯାଉଛି ପ୍ରଶଂସା
ଡିସିପି ଅନ୍ୟେଶ୍ ରୟଙ୍କର ଏହି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜଣେ ବ୍ୟକ୍ତିଙ୍କ ଜୀବନ ରକ୍ଷା ହୋଇପାରିଥିଲା । ଯାହାର ପୂରା ଶ୍ରେୟ ଡିସିପିଙ୍କୁ ଦେବା ସହ ପୋଲିସ ବିଭାଗ ଦ୍ୱାରା ତାଙ୍କର ପ୍ରଶଂସା କରାଯାଉଛି । ଏଥି ସହିତ ପୋଲିସ କର୍ମଚାରୀଙ୍କୁ ମଧ୍ୟ କହିବାକୁ ପଡୁଛି ଯେ ଆତ୍ମହତ୍ୟା କରିବା ସବୁ ସମସ୍ୟାର ସମାଧାନ ନୁହେଁ । ତେଣୁ ପରିବାର ସଦସ୍ୟଙ୍କ ସହ କଥା ହୁଅନ୍ତୁ । ଆପଣ ଯେତେ ସମ୍ଭବ ନିଜ ବିଷୟଗୁଡିକ ତାଙ୍କ ସହ ସେୟାର କରନ୍ତୁ ।