ଆଜିକାଲି ଆଧାର କାର୍ଡକୁ (Aadhaar Card) ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବରେ ଗଣତି କରାଯାଉଛି । ଅଧିକାଂଶ ସରକାରୀ ଯୋଜନା (Government Schemes) ପାଇଁ ମଧ୍ୟ ଆଧାର ବାଧ୍ୟତାମୂଳକ ରହିଛି ।
Trending Photos
ନୂଆଦିଲ୍ଲୀ: ଆଜିକାଲି ଆଧାର କାର୍ଡକୁ (Aadhaar Card) ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବରେ ଗଣତି କରାଯାଉଛି । ଅଧିକାଂଶ ସରକାରୀ ଯୋଜନା (Government Schemes) ପାଇଁ ମଧ୍ୟ ଆଧାର ବାଧ୍ୟତାମୂଳକ ରହିଛି । ଏପରି ପରିସ୍ଥିତିରେ ଯଦି କେହି ପ୍ରଥମ ଥର ପାଇଁ ଆଧାର କାର୍ଡ ତିଆରି କରିଥାଏ ତେବେ ଏଥିପାଇଁ ତାଙ୍କୁ ଜନ୍ମ ଓ ଠିକଣା ପ୍ରମାଣ (ID card) ଆବଶ୍ୟକ ହେଉଥିଲା । ବର୍ତ୍ତମାନ ଯଦି ଆପଣଙ୍କର କୌଣସି ଆଇଡି ନାହିଁ, ତଥାପି ଆପଣ ମଧ୍ୟ ଆଧାର କାର୍ଡ ତିଆରି କରିପାରିବେ । ତେବେ ଜାଣନ୍ତୁ କିପରି କରିବେ?
ବିନା ଡକ୍ୟୁମେଣ୍ଟରେ ଏହିପରି ତିଆରି ହୋଇପାରିବ ଆଧାର କାର୍ଡ
କୌଣସି ଡକ୍ୟୁମେଣ୍ଟ ବିନା ଆଧାର କାର୍ଡ ପାଇବାକୁ ହେଲେ ଆପଣଙ୍କୁ ନିକଟସ୍ଥ ଆଧାର ସେବା କେନ୍ଦ୍ର (Adhar Center) ଯିବାକୁ ପଡିବ । ସେଠାରେ ଇଣ୍ଟରଡ୍ୟୁସରଙ୍କ (Introducer) ସାହାଯ୍ୟରେ ସହଜରେ ଆଧାର କାର୍ଡ (Aadhaar Card) ବନାଇପାରିବେ । ଇଣ୍ଟରଡ୍ୟୁସରଙ୍କୁ UIDAI ଦ୍ୱାରା ଆଞ୍ଚଳିକ କାର୍ଯ୍ୟାଳୟରେ ପୋଷ୍ଟ କରାଯାଇଛି । ଯଦିଓ ଇଣ୍ଟରଡ୍ୟୁସରଙ୍କ ପାଖରେ ଆଧାର କାର୍ଡ ରହିବା ଆବଶ୍ୟକ । ଆଧାର କେନ୍ଦ୍ରରେ ସାଧାରଣ ପ୍ରକ୍ରିୟା ମାଧ୍ୟମରେ ଆଧାର କାର୍ଡ଼ ତିଆରି ହେବ ଓ ୯୦ ଦିନ ମଧ୍ୟରେ କାର୍ଡ ଆପଣଙ୍କ ପ୍ରଦତ୍ତ ଠିକଣାକୁ ପୋଷ୍ଟାଲ ମାଧ୍ୟମରେ ପଠାଯିବ ।
ଅଧିକ ପଢ଼ନ୍ତୁ: ଭାରତ ସହ କଥାବାର୍ତ୍ତା ପାଇଁ ଧାର୍ଯ୍ୟହରା ହେଲେ ଇମ୍ରାନ, ମନକୁ ମନ ରଖିଲେ ଏହି ସର୍ତ୍ତ
ଇଣ୍ଟରଡ୍ୟୁସର (Introducer) ଆବେଦନକାରୀଙ୍କ ପରିଚୟ ଓ ଠିକଣା ନିଶ୍ଚିତ କରିବାର କାର୍ଯ୍ୟ କରନ୍ତି । ଏହା ସହିତ ଏନରୋଲମେଣ୍ଟ ଫର୍ମରେ (Aadhaar Enrolment Form) ଦସ୍ତଖତ କରିବା ପାଇଁ ମଧ୍ୟ କାମ କରିଥାନ୍ତି । UIDAI ନିର୍ଦ୍ଦେଶାବଳୀ ଅନୁଯାୟୀ, ଇଣ୍ଟରଡ୍ୟୁସରଙ୍କୁ ଆବେଦନକାରୀଙ୍କ ନାମରେ ଏକ ସାର୍ଟିଫିକେଟ୍ ଜାରି କରିବାକୁ ମଧ୍ୟ ପଡିଥାଏ । ଯାହା ତିନିମାସ ପାଇଁ ବୈଧ ଅଟେ । ଆଧାର ବନାଇବା ପ୍ରକ୍ରିୟା ସମୟରେ ଇଣ୍ଟରଡ୍ୟୁସର ସେଠାରେ ଉପସ୍ଥିତ ରହିବା ବାଧ୍ୟତାମୂଳକ ।