ଦୀପାବଳି ପରେ ମହଙ୍ଗା ହେବ ଦିଆସିଲି; ୧୪ ବର୍ଷ ପରେ ଡ଼ବଲ ହେବ ଦାମ୍
Advertisement
Article Detail0/zeeodisha/odisha1013346

ଦୀପାବଳି ପରେ ମହଙ୍ଗା ହେବ ଦିଆସିଲି; ୧୪ ବର୍ଷ ପରେ ଡ଼ବଲ ହେବ ଦାମ୍

Matchbox Price Hike: ୧୪ ବର୍ଷ ପରେ ଦିଆସିଲି ମୂଲ୍ୟ ଦ୍ୱିଗୁଣିତ ହେବାକୁ ଯାଉଛି । ପୂର୍ବରୁ ଯେଉଁଠାରେ ୧ ଟଙ୍କା ପ୍ରତି ଦିଆସିଲି ଥିଲା, ବର୍ତ୍ତମାନ ତାହା  ୨ ଟଙ୍କାରେ ଉପଲବ୍ଧ ହେବ । ଦିଆସିଲି ବନାଉଥିବା କମ୍ପାନୀଗୁଡିକର ପ୍ରତିନିଧୀମାନେ ମିଳିତ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି ।

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: Matchbox Price Hike: ବଢ଼ୁଥିବା ମୁଦ୍ରାସ୍ଫୀତି ସାଧାରଣ ଜନତାଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ବର୍ତ୍ତମାନ ଏହି କ୍ରମରେ, ୧୪ ବର୍ଷ ପରେ ଦିଆସିଲି ଦାମ୍ ମଧ୍ୟ ବୃଦ୍ଧି ପାଇଛି । ଅର୍ଥାତ ଗ୍ୟାସ୍ ପରେ ବର୍ତ୍ତମାନ ଚୁଲି ଜଳାଇବା ମଧ୍ୟ ମହଙ୍ଗା ହେବାକୁ ଯାଉଛି । ପୂର୍ବରୁ ଯେଉଁଠାରେ ୧ ଟଙ୍କା ପ୍ରତି ଦିଆସିଲି ଥିଲା, ବର୍ତ୍ତମାନ ତାହା ୨ ଟଙ୍କାରେ ଉପଲବ୍ଧ ହେବ । ଦିଆସିଲି ବନାଉଥିବା କମ୍ପାନୀଗୁଡିକର ପ୍ରତିନିଧୀମାନେ ମିଳିତ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି । ଆପଣଙ୍କୁ କହି ରଖିବୁ ଯେ ପୂର୍ବରୁ ୨୦୦୭ ରେ ଦିଆସିଲି ଦାମ୍ ୫୦ ପଇସାରୁ ବୃଦ୍ଧି ହୋଇ ୧ ଟଙ୍କାକୁ ବୃଦ୍ଧି ହୋଇଥିଲା ।

ବୃଦ୍ଧି ପାଇଲା ଦିଆସିଲି ଦାମ୍
୧୪ ବର୍ଷ ପରେ ଅଲ ଇଣ୍ଡିଆ ଚାମ୍ବର ଅଫ୍ ମ୍ୟାଚି଼ସ ଦିଆସିଲି ଦାମ୍ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । କମିଟିର ଲୋକମାନେ କହିଛନ୍ତି ଯେ କଞ୍ଚାମାଲର ଦର ବୃଦ୍ଧି ଓ ମୁଦ୍ରାସ୍ଫୀତି ବୃଦ୍ଧି ଯୋଗୁଁ ଦିଆସିଲି ଦାମ୍ ବୃଦ୍ଧି କରାଯାଇଛି । ନିର୍ମାତାଙ୍କ ଅନୁଯାୟୀ, ଏକ ମ୍ୟାଚି଼ସ ବକ୍ସ ତିଆରି କରିବାକୁ ୧୪ ଭିନ୍ନ ଭିନ୍ନ ପ୍ରକାରର କଞ୍ଚାମାଲ ଆବଶ୍ୟକ । ଏହି ସାମଗ୍ରୀଗୁଡ଼ିକ ମଧ୍ୟରୁ ଅନେକ ଏପରି ଅଛି ଯାହାର ଦାମ୍ ଦ୍ୱିଗୁଣିତ ହୋଇଛି ।

ଏହା ବି ପଢ଼ନ୍ତୁ: ଅଧିନାୟକ ପଦ ଛାଡିବାକୁ ବିରାଟଙ୍କ ଉପରେ ଚାପ ପକାଇ ଥିଲା କି BCCI? ଗାଙ୍ଗୁଲି ଦେଲେ ଏହି ଜବାବ

ଜାଣନ୍ତୁ ଗୋଟିଏ ମ୍ୟାଚି଼ସ ବକ୍ସରେ ଦାମ୍ କେତେ ବୃଦ୍ଧି ହୋଇଛି?
ବର୍ଦ୍ଧିତ ମୂଲ୍ୟକୁ ଦେଖିଲେ ରେଡ୍ ଫସଫରସ୍ ହାର ୪୨୫ ରୁ ୮୧୦ ଟଙ୍କାକୁ ବୃଦ୍ଧି ପାଇଛି । ମହମ ମୂଲ୍ୟ ୫୮ ରୁ ୮୦ ଟଙ୍କାକୁ ବୃଦ୍ଧି ପାଇଛି । ଆଉଟର ବକ୍ସ ବୋର୍ଡର ମୂଲ୍ୟ ୩୬ ରୁ ୫୫ ଟଙ୍କାକୁ ବୃଦ୍ଧି ପାଇଛି । ଇନର ବକ୍ସ ବୋର୍ଡର ମୂଲ୍ୟ ୩୨ ରୁ ୫୮ ଟଙ୍କାକୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ କାଗଜ, ସ୍ପ୍ଲିଣ୍ଟ, ପୋଟାସିୟମ କ୍ଲୋରାଟ, ସଲଫର ଭଳି ପଦାର୍ଥର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଏହି ସମସ୍ତ କାରଣ ଯୋଗୁଁ ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହା ବି ପଢ଼ନ୍ତୁ: ISRO ରେ କାମ କରିବାର ସୁଯୋଗ, କେବଳ ଇଣ୍ଟରଭ୍ୟୁ ଦେଇ କରନ୍ତୁ ଚାକିରୀ

ବଣ୍ଡଲ ପ୍ରତି ୬୦% ମୂଲ୍ୟ ବୃଦ୍ଧି
ଜାତୀୟ କ୍ଷୁଦ୍ର ମ୍ୟାଚ୍ ବକ୍ସ ଉତ୍ପାଦକ ସଂଘର ସଚିବ ଭି.ଏସ୍ ସେଥୁରୁଥନାମ ଏକ ସାକ୍ଷାତକାରରେ କହିଛନ୍ତି, “ଉତ୍ପାଦକମାନେ ବର୍ତ୍ତମାନ ୬୦୦ ମ୍ୟାଚ୍ ବକ୍ସର ଏକ ବଣ୍ଡଲ୍ ୨୭୦-୩୦୦ ଟଙ୍କାରେ ବିକ୍ରି କରୁଛନ୍ତି । ପ୍ରତ୍ୟେକ ମ୍ୟାଚରେ ୫୦ ଟି ସ୍ପ୍ଲେନ୍ ଅଛି । ଆମେ ମୂଲ୍ୟ ୬୦ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛୁ । ବର୍ତ୍ତମାନ ଆମେ ବଣ୍ଡଲ ପ୍ରତି ୪୩୦-୪୮୦ ଟଙ୍କାରେ ମ୍ୟାଚ୍ ବିକ୍ରି କରିବୁ । ଏଥିରେ ୧୨ ପ୍ରତିଶତ ଜିଏସ୍ଟି ଏବଂ ପରିବହନ ମୂଲ୍ୟ ଅଲଗା ଅଟେ ।