Mental Health Condition: ଡାକ୍ତରୀଛାତ୍ରଙ୍କ ମାନସିକ ସ୍ଥିତିକୁ ନେଇ ଆସିଲା ଚାଞ୍ଚଲ୍ୟକର ରିପୋର୍ଟ
Advertisement
Article Detail0/zeeodisha/odisha2386281

Mental Health Condition: ଡାକ୍ତରୀଛାତ୍ରଙ୍କ ମାନସିକ ସ୍ଥିତିକୁ ନେଇ ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ ଟାସ୍କର ଫୋର୍ସ ଦ୍ୱାରା ଡାକ୍ତରୀ ଛାତ୍ର ମାନସିକ ସ୍ଥିତିକୁ ନେଇ ସୋସିଆଲ ମିଡ଼ିଆରେ ଏକ ସର୍ବେକ୍ଷଣ କରାଯାଇଥିଲା।  ଏହି ରିପୋର୍ଟରୁ ଚାଞ୍ଚଲ୍ୟ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଏହି ରିପୋର୍ଟରୁ ଜଣାଯାଇଛି ଯେ ପାଖାପାଖି ୧୫.୩ ପ୍ରତିଶତ ପିଜି ଡାକ୍ତରୀ ଛାତ୍ର ଏବଂ ୨୮ ପ୍ରତିଶତ ୟୁ

Mental Health Condition: ଡାକ୍ତରୀଛାତ୍ରଙ୍କ ମାନସିକ ସ୍ଥିତିକୁ ନେଇ ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

Mental Health Condition : ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ ଟାସ୍କର ଫୋର୍ସ ଦ୍ୱାରା ଡାକ୍ତରୀ ଛାତ୍ର ମାନସିକ ସ୍ଥିତିକୁ ନେଇ ସୋସିଆଲ ମିଡ଼ିଆରେ ଏକ ସର୍ବେକ୍ଷଣ କରାଯାଇଥିଲା।  ଏହି ରିପୋର୍ଟରୁ ଚାଞ୍ଚଲ୍ୟ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଏହି ରିପୋର୍ଟରୁ ଜଣାଯାଇଛି ଯେ ପାଖାପାଖି ୧୫.୩ ପ୍ରତିଶତ ପିଜି ଡାକ୍ତରୀ ଛାତ୍ର ଏବଂ ୨୮ ପ୍ରତିଶତ ୟୁଜି ଡାକ୍ତରୀ ଛାତ୍ର ମାନସିକ ରୋଗରେ ପିଡୀତ। ସେମାନେ ନିଜର ମାନସିକ ସ୍ୱାସ୍ଥ୍ୟର ଚିକିତ୍ସା କରୁଥିବା ନେଇ ସୂଚନା ପ୍ରଦାନ କରିଛନ୍ତି। ଏହି ସର୍ଭେରେ ୨୫,୫୯୦ ସ୍ନାତକୋତ୍ତର ଛାତ୍ର ୫,୩୩୭ ସ୍ନାତକୋତ୍ତର ଛାତ୍ର ଏବଂ ୭,୦୩୫ ଅଧ୍ୟାପକ ଅଂଶ ଗ୍ରହଣ କରିଥିଲେ। 

ତେବେ ଏହି ସର୍ଭେରେ ଆହୁରି ମଧ୍ୟ କୁହାଯାଇଛି କି ରେସିଡେଣ୍ଟ ଡକ୍ଟର ମାନେ ସପ୍ତାହରେ ୭୪ ଘଣ୍ଟାରୁ ଅଧିକ ସମୟ କାର୍ଯ୍ୟ ନ କରିବାକୁ ଉପଦେଶ ଦେଇଛନ୍ତି। ଏହା ସହିତ ସପ୍ତାହରେ ଅତିକମରେ କର୍ମକ୍ଷେତ୍ରରୁ ଛୁଟି ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ସେହିପରି ଦୈନିକ ୮ ରୁ ୯ ଘଣ୍ଟା ଶୋଇବାକୁ ମଧ୍ୟ କୁହାଯାଇଥିବା ନେଇ ରିପୋର୍ଟରେ କୁହାଯାଇଛି। 

ମାନସିକ ସ୍ୱାସ୍ଥ୍ୟ ଏବଂ ଡାକ୍ତରୀ ଛାତ୍ରମାନଙ୍କ କଲ୍ୟାଣ ଉପରେ ନ୍ୟାସନାଲ ଟାସ୍କ ଫୋର୍ସ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ ୧୨ ମାସ ମଧ୍ୟରେ ୧୬.୨ ପ୍ରତିଶତ MBBS ଛାତ୍ର ଆତ୍ମହତ୍ୟା କିମ୍ବା ଆତ୍ମହତ୍ୟା ଚିନ୍ତା କରିଥିବାବେଳେ MD / MS ଛାତ୍ରମାନଙ୍କ ମଧ୍ୟରେ ଏହି ସଂଖ୍ୟା ୩୧ ପ୍ରତିଶତ ରହିଥିଲା।