Millionaire Businessman Bankrupt: ରାତାରାତି ଗୋଟିଏ ଝଟକାରେ କୋଟିପତି ଉଦ୍ୟୋଗପତିରୁ କାଙ୍ଗାଳ; ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1454042

Millionaire Businessman Bankrupt: ରାତାରାତି ଗୋଟିଏ ଝଟକାରେ କୋଟିପତି ଉଦ୍ୟୋଗପତିରୁ କାଙ୍ଗାଳ; ଜାଣନ୍ତୁ କାରଣ

Businessman Bankrupt News: ନିଜ ସ୍ଥିତିକୁ ନେଇ ଜିଆନ କହିଛନ୍ତି ଯେ, ପ୍ରତିଟି ବ୍ୟକ୍ତି ନିଜ ଜୀବନରେ ବହୁ କଷ୍ଟ ଦେଖିଥାଏ ହେଲେ ଭଲ ଜୀବନ ଯାପନ କରୁଥିବା ବ୍ୟକ୍ତି ଯେତେବେଳେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ହୋଇଯାଏ ସେତେବେଳେ ତାକୁ ବହୁତ କଷ୍ଟ ହୋଇଥାଏ। 

Millionaire Businessman Bankrupt: ରାତାରାତି ଗୋଟିଏ ଝଟକାରେ କୋଟିପତି ଉଦ୍ୟୋଗପତିରୁ କାଙ୍ଗାଳ; ଜାଣନ୍ତୁ କାରଣ

Millionaire Businessman Bankrupt: କୋଟିପତି ହେବାକୁ କାହାର ବା ଇଚ୍ଛା ନଥାଏ । ଭଲ ଦି ପଇସା ରୋଜଗାର କରି ନିଜକୁ ସୁଖ ସ୍ୱାଚ୍ଛନ୍ଦ୍ୟରେ ରଖି ଭୁଲିଯିବାକୁ କେଉଁ ମଣିଷ ନଚାହେଁ । ହେଲେ କେବେ କେବେ ହି କୋଟିପତି ହେବାର ସ୍ୱପ୍ନ ଭାଙ୍ଗିଯାଏ ତ କେବେ ଏହି କୋଟିପତି ହେବାର ନିଶା ଦାଣ୍ଡର ଭିକାରୀ କରିଦିଏ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ଏକ କୋଟିପତି ବିଜିନେସ ମ୍ୟାନ ଦେବାଳିଆ ହେବା ପରେ ରାସ୍ତା କଡରେ କବାବ୍ ଦୋକାନ ଖୋଲି ବେପାର କରୁଛନ୍ତି। ଗ୍ରିଲଡ୍ ସସେଜ ବିକ୍ରି କରି ଟଙ୍କା ରୋଜଗାର କରୁଛନ୍ତି। 

କାରଣ ତାଙ୍କ ଉପରେ ୫୨ କୋଟି ଟଙ୍କାର ଋଣବୋଝ ରହିଛି। ଏହାକୁ ଶେଷ କରିବାକୁ ସେ ରାସ୍ତାକଡରେ ଦୋକାନ ଖୋଲି କବାବ ବିକିବାକୁ ନିଷ୍ପତ୍ତି ନେଇଛନ୍ତି। ଚୀନ ସୋସିଆଲ ମିଡିଆରେ ଏହି ପୂର୍ବ କୋଟିପତି ଥିବା ଲୋକଙ୍କର କାହାଣୀ ବେଶ ଭାଇରାଲ ହେବାରେ ଲାଗିଛି। ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟର (China Morning Post) ଅନୁସାରେ, ୫୨ ବର୍ଷୀୟ ତାଙ୍ଗ ଜିଆନ କିଛି ଦିନ ପୂର୍ବରୁ ଜଣେ ଭଲ ବିଜିନେସ ମ୍ୟାନ ଓ କୋଟିପତି ଥିଲେ। ସେ ରେସ୍ତୋଁରା ମାଲିକ ହେବା ସହ ତାଙ୍କ ରେସ୍ତୋରାଁର ଅନେକ ସ୍ଥାନରେ ବ୍ରାଞ୍ଚ ମଧ୍ୟ ରହିଥିଲା। 

Also Read: Sodium Pentothal Injection: ଜାଣନ୍ତୁ କେବେ ଓ କେଉଁ ସମୟରେ ପ୍ରଥମେ ବ୍ୟବହାର ହୋଇଥିଲା Truth Drugs

ସେ ୩୬ ବର୍ଷ ବୟସରେ ହିଁ ସେ କୋଟି କୋଟି ଟଙ୍କାରେ ଖେଳୁଥିଲେ। ମାତ୍ର ୨୦୦୫ ମସିହାରେ ଜିଆନଙ୍କ ଭାଗ୍ୟ ପୁରାପୁରି ଓଲଟି ପଡ଼ିଥିଲା। ପ୍ରକୃତରେ ତାଙ୍କର ଗୋଟିଏ ଭୁଲ୍ ତାଙ୍କୁ ଜୀବନରେ ପୁରା କାଙ୍ଗାଳ ଅବସ୍ଥାକୁ ନେଇଆସିଲା । ସେ ତାଙ୍କର ସବୁ ପୁଞ୍ଜି ଏକ ଉଦ୍ୟୋଗରେ ଲଗାଇଦେଇଥିଲେ। ଯାହା ବିଷୟରେ ସେ ଅଳ୍ପେବହୁତେ କିଛିଟା ଜାଣିଥିଲେ। ଲୋକ ଓ ବନ୍ଧୁବାନ୍ଧବଙ୍କ ବାରଣ ସତ୍ତ୍ୱେ ତାଙ୍ଗ ଜିଆନ ନିଜର ସବୁ ପୁଞ୍ଜିକୁ ଲ୍ୟାଣ୍ଡ ସ୍କେପ ଇଞ୍ଜିନିୟରିଂ ବିଜିନେସ (Land Scape Engineering) ରେ ଲଗାଇଦେଇଥିଲେ । ଏହି ନିଷ୍ପତ୍ତି ତାଙ୍କ ପାଇଁ କାଳ ସାବ୍ୟସ୍ତ ହେଲା। ଦେଖୁ ଦେଖୁ ରାତାରାତି କୋଟିପତିରୁ କାଙ୍ଗାଳ ହୋଇଗଲେ ଜିଆନ। 

Also Read: Border Violance: ଆସାମ-ମେଘାଳୟ ସୀମାରେ ପୁଣି ଉତ୍ତେଜନା, ଜାଣନ୍ତୁ ପୁରା ଘଟଣାବଳି

ଦେଖୁ ଦେଖୁ ତାଙ୍କର ଥିବା ରେସ୍ତୋରାଁର ସବୁ ବିଜିନେସ ଧରାଶାୟୀ ହୋଇଗଲା। କୋଟି କୋଟି ଟଙ୍କାର ଋଣଭାରରେ ବୁଡିଗଲେ ଜିଆନ । ଅବସ୍ଥା ଏମିତି ହୋଇଗଲା ଯେ, ଜିଆନ ନିଜର ଋଣଭାରକୁ କମାଇବାକୁ ଯାଇ ନିଜର ସବୁ ରେସ୍ତୋରାଁ, (Resturant) ଘର, ଗାଡିକୁ ମଧ୍ୟ ବିକିଦେଲେ। ଏହାପରେ ବି ତାଙ୍କ ମୁଣ୍ଡ ଉପରେ ଏବେବି ୫୨ କୋଟିର ଋଣଭାର ରହିଛି। ନିଜ ସ୍ଥିତିକୁ ନେଇ ଜିଆନ କହିଛନ୍ତି ଯେ, ପ୍ରତିଟି ବ୍ୟକ୍ତି ନିଜ ଜୀବନରେ ବହୁ କଷ୍ଟ ଦେଖିଥାଏ ହେଲେ ଭଲ ଜୀବନ ଯାପନ କରୁଥିବା ବ୍ୟକ୍ତି ଯେତେବେଳେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ହୋଇଯାଏ ସେତେବେଳେ ତାକୁ ବହୁତ କଷ୍ଟ ହୋଇଥାଏ। 

Also Read: Columbia Plane Crash: ଆବାସିକ ଅଞ୍ଚଳରେ କୋଠା ସହ ପିଟିହେଲା ବିମାନ, ୮ ମୃତ

ସେ କହିଛନ୍ତି ଯେ, ସେ ଜାଣିନାହାଁନ୍ତି କେବେ ତାଙ୍କ କରଜ ସରିବ ହେଲେ ତାଙ୍କୁ ଏମିତି ରାସ୍ତା କଡରେ କାମ କରିବାକୁ ଆଦୌ ଖରାପ ଲାଗୁନାହିଁ। କାରଣ ଏହି ଭୁଲ ତାଙ୍କ ପାଇଁ ହୋଇଛି। ତେଣୁ ତାକୁ ସୁଧାରିବାକୁ ସେ ସବୁ ପ୍ରକାରର ସ୍ଥିତିକୁ ସାମ୍ନା କରିବାକୁ ରାଜି ବୋଲି ସେ କହିଛନ୍ତି।