Modi Govt Plan; ଶସ୍ତା ହେବ ପେଟ୍ରୋଲ, ଡିଜେଲ ଓ LPG ସିଲିଣ୍ଡର! ସରକାର ନେବାକୁ ଯାଉଛନ୍ତି ଏହି ପଦକ୍ଷେପ
Advertisement
Article Detail0/zeeodisha/odisha1349488

Modi Govt Plan; ଶସ୍ତା ହେବ ପେଟ୍ରୋଲ, ଡିଜେଲ ଓ LPG ସିଲିଣ୍ଡର! ସରକାର ନେବାକୁ ଯାଉଛନ୍ତି ଏହି ପଦକ୍ଷେପ

Modi Govt Plan: ଖୁଚୁରା ମୁଦ୍ରାସ୍ଫୀତିକୁ ଦୁଇରୁ ଛଅ ପ୍ରତିଶତ ମଧ୍ୟରେ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ସୀମା ନିର୍ଦ୍ଧାରିତ କରିଥିଲା। ଗତ ବର୍ଷ ଅଗଷ୍ଟ ମାସରେ ମୁଦ୍ରସ୍ଫୀତି ୫.୩୦ ପ୍ରତିଶତ ରହିଥିଲା। ବର୍ଷେ ପରେ ଏହା  ୭ ପ୍ରତିଶତରେ ପହଞ୍ଚିଛି।  ଏପ୍ରିଲ ୨୦୨୨ରେ ସର୍ବକାଳୀନ ରେକର୍ଡ ଭାଙ୍ଗି ଖୁଚୁରା ମୁଦ୍ରାସ୍ଫିତୀ ସର୍ବାଧିକ ୮.୩୮ ପ୍ରତିଶତ ରହିଥିଲା। 

Modi Govt Plan; ଶସ୍ତା ହେବ ପେଟ୍ରୋଲ, ଡିଜେଲ ଓ LPG ସିଲିଣ୍ଡର! ସରକାର ନେବାକୁ ଯାଉଛନ୍ତି ଏହି ପଦକ୍ଷେପ

Modi Government, ନୂଆଦିଲ୍ଲୀ: ମହଙ୍ଗା ମାଡରୁ ଦେଶବାସୀଙ୍କୁ ଆଶ୍ୱସ୍ତି ମିଳିବାକୁ ଯାଉଛି।  ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁଁ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ୭ ପ୍ରତିଶତକୁ ବୃଦ୍ଧି ପାଇଛି। ଅଗଷ୍ଟ ମାସ ପୂର୍ବରୁ କ୍ରମାଗତ ତିନିମାସ ପାଇଁ ମୁଦ୍ରାସ୍ଫୀତିରେ କ୍ରମାଗତ ହ୍ରାସ ଘଟିଥିଲା। ତିନି ମାସର ପରେ ପୁଣି ଖୁଚୁରା ମୁଦ୍ରାସ୍ଫୀତି ଗ୍ରାଫ ଉପର ମୁହାଁ ହୋଇଛି। ପୂର୍ବ ମାସ ଅର୍ଥାତ ଜୁଲାଇରେ ଏହା ୬.୭୧ ପ୍ରତିଶତ ଥିଲା। ତେବେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ଯୋଗୁଁ ଗହମ, ଚାଉଳ ଏବଂ ଡାଲି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ମହଙ୍ଗା ହୋଇଛି। ଆଉ ଏଥିରୁ ନାଗରିକଙ୍କୁ ଆଶ୍ୱସ୍ତି ଦେବା ପାଇଁ ମୋଦି ସରକାର ଏକ ବଡ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହି ଯୋଜନା ସଫଳ ହେଲେ ପେଟ୍ରୋଲ, ଡିଜେଲ ଓ LPG ସିଲିଣ୍ଡର ଦାମ ହ୍ରସ ପାଇବା ସହ ନିତିଦିନିଆ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ଶସ୍ତା ହେବ ବୋଲି କୁହାଯାଉଛି।

ଖୁଚୁରା ମୁଦ୍ରାସ୍ଫୀତିକୁ ଦୁଇରୁ ଛଅ ପ୍ରତିଶତ ମଧ୍ୟରେ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ସୀମା ନିର୍ଦ୍ଧାରିତ କରିଥିଲା। ଗତ ବର୍ଷ ଅଗଷ୍ଟ ମାସରେ ମୁଦ୍ରସ୍ଫୀତି ୫.୩୦ ପ୍ରତିଶତ ରହିଥିଲା। ବର୍ଷେ ପରେ ଏହା  ୭ ପ୍ରତିଶତରେ ପହଞ୍ଚିଛି।  ଏପ୍ରିଲ ୨୦୨୨ରେ ସର୍ବକାଳୀନ ରେକର୍ଡ ଭାଙ୍ଗି ଖୁଚୁରା ମୁଦ୍ରାସ୍ଫିତୀ ସର୍ବାଧିକ ୮.୩୮ ପ୍ରତିଶତ ରହିଥିଲା। ଏହା ସିଧାସଳଖ ପ୍ରଭାବରେ ପେଟ୍ରୋଲ, ବସ୍ତ୍ର, ଖାଦ୍ୟପଦାର୍ଥ, ସ୍ବସ୍ଥ୍ୟ ସହ ସଂପର୍କିତ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ହେଉଛି। ତେବେ ଏଥିରୁ ମୁକ୍ତି ଦେବାକୁ କେନ୍ଦ୍ରର ମୋଦି ସରକାର ଏକ ବଡ ଯୋଜନା କରୁଛନ୍ତି। ତୈଳ କମ୍ପାନୀଗୁଡିକର କ୍ଷତିର ଭରଣା କରିବା ଏବଂ ମୁଦ୍ରାସ୍ଫୀତିରୁ ଦେଶବାସୀଙ୍କୁ ଆରାମ ଦେବା ପାଇଁ ସରକାର ଭାରତୀୟ ତୈଳ ନିଗମ (ଆଇଓସି) ପରି ରାଷ୍ଟ୍ରାୟତ୍ତ ଇନ୍ଧନ କମ୍ପାନୀଙ୍କୁ ୨୦୦୦୦ କୋଟି ଟଙ୍କା ଦେବାକୁ ଚିନ୍ତା କରୁଛନ୍ତି। ଏହା ସହିତ ସରକାର ଇନ୍ଧନ ଖୁଚୁରା ବ୍ୟବସାୟୀଙ୍କ କ୍ଷତି ପୂରଣ କରିବାକୁ ଚେଷ୍ଟା କରୁଛନ୍ତି। 

Also Read: Petrol Diesel Price: ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ପେଟ୍ରୋଲ-ଡିଜେଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

 

ସରକାରଙ୍କ ଏହି ଯୋଜନା କାର୍ଯ୍ୟକାରୀ ହେଲେ, ଆଗାମୀ ସମୟରେ ତୈଳ ଦର ସହ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇପାରେ। ବାସ୍ତବରେ ପେଟ୍ରୋଲ, ଡିଜେଲର ଓ ଘରୋଇ ରନ୍ଧନ ଗ୍ୟାସ ମୂଲ୍ୟ ନିୟନ୍ତ୍ରଣରେ ରଖିବାକୁ ସରକାର ଚେଷ୍ଟା କରୁଛନ୍ତି। ଅର୍ଥନୀତିଜ୍ଞଙ୍କ କହିବା ଅନୁସାରେ,  ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଅନ୍ତର୍ଜାତୀୟ ବଜର ମୂଲ୍ୟରେ ଅଶୋଧିତ ତେଲ କିଣି ତାହାକୁ ବଜାରକୁ ଦେଖି ବିକ୍ରି କରିବାକୁ ପଡୁଛି। କିନ୍ତୁ ଏକ୍ଷେତ୍ରରେ ଘରୋଇ କମ୍ପାନୀ ଗୁଡିକୁ କିଛି ମାତ୍ରାରେ ସ୍ୱାଧିନତା ମିଳିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କମ୍ପାନୀଗୁଡିକର କ୍ଷତିପୂରଣ ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ୨୮୦୦୦ କୋଟି ଟଙ୍କା କ୍ଷତିପୂରଣ ମାଗିଛି। କିନ୍ତୁ, ଅର୍ଥ ମନ୍ତ୍ରଣାଳୟ ୨୦୦୦୦ କୋଟି ଟଙ୍କା ଦେବାକୁ ପ୍ରସ୍ତୁତ ଅଛି। କିନ୍ତୁ ଏ ବାବଦରେ ବର୍ତ୍ତମାନ ସୁଦ୍ଧା କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। 

ବର୍ତ୍ତମାନ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ଗତ ୭ ମାସର ନିମ୍ନ ସ୍ତରରେ ଚାଲିଛି। WTI ଅଶୋଧିତ ତୈଳ ବ୍ୟାରେଲ ପିଛା ୮୭.୫୮ ଡଲାର ଏବଂ ବ୍ରେଣ୍ଟ ଅଶୋଧିତ ତୈଳ ବ୍ୟାରେଲ ପିଛା ୯୩.୭୮ ଡଲାରକୁ ଖସି ଆସିଛି। ଅଶୋଧିତ ତୈଳ ମୂଲ୍ୟ ହ୍ରାସ ଯୋଗୁଁ ତୈଳ କମ୍ପାନୀଗୁଡିକର କ୍ଷତି ମଧ୍ୟ ହ୍ରାସ ପାଇଛି। ମଙ୍ଗଳବାର ଅର୍ଥାତ ସେପ୍ଟେମ୍ୱର ୧୩ରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ (Petrol Diesel Price) ର ନୂଆ ଦର ଜାରି କରିଛନ୍ତି। ଲଗାତର ୧୧୩ ଦିନ ହେବ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ ଘଟି ନାହିଁ। ଇଣ୍ଡିଆନ ଅଏଲ କୋର୍ପୋରେଶନ (IOC) ଅନୁଯାୟୀ, ମଙ୍ଗଳବାର ଜାତୀୟ ରାଜଧାନୀ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୯୬.୭୨ ଟଙ୍କା ଓ ଗୋଟିଏ ଲିଟର ଡିଜେଲ ୮୯.୬୨ ଟଙ୍କା ରହିଛି। ସେପଟେ ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ସ୍ଥିରତା ଦେଖାଦେଇଛି। ଆଜି ଭୁବନେଶ୍ୱରରେ ତୈଲ ଦରରେ ବୃଦ୍ଧି ରେକର୍ଡ କରାଯାଇଛି ।