ModiGovt Decision: BHIM UPI ଜରିଆରେ ହେଉଥିବା କାରବାର ଉପରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର। BHIM UPI କାରବାର ପାଇଁ ପ୍ରୋତ୍ସାହନ ରାଶି ଦେବାକୁ ଘୋଷଣା କରିଛନ୍ତି ମୋଦି ସରକାର।
Trending Photos
Modi Cabinet Decision on BHIM UPI: ସ୍ୱଳ୍ପ ପରିମାଣରେ ହେଉଥିବା ଡିଜିଟାଲ କାରବାର ପାଇଁ ମୋଦି ସରକାର ୨୬୦୦ କୋଟି ଟଙ୍କାର ପ୍ରୋତ୍ସାହନ ରାଶିକୁ ଅନୁମୋଦନ କରିଛି। BHIM UPI ଜରିଆରେ ହେଉଥିବା କାରବାର ଉପରେ ଏହି ପ୍ରୋତ୍ସାହନ ଉପଲବ୍ଧ ହେବ। ଏହା ସହିତ ତିନୋଟି ବହୁମୁଖୀ ସମବାୟ ସମିତି ଗଠନ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛି ମୋଦି ସରକାର।
ଏହା ସହିତ ପ୍ରଧାନମନ୍ତ୍ରୀ ମାଗଣା ଖାଦ୍ୟ ଯୋଜନାର (Pradhan Mantri Free Ration Scheme) ନାମ ପରିବର୍ତ୍ତନ କରିବାକୁ ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଠାରୁ ଏହି ଯୋଜନା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (Pradhan Mantri Garib Kalyan Anna Yojana)ନାମରେ ନାମିତ ହେବ। ପୂର୍ବ କ୍ୟାବିନେଟ ବୈଠକରେ ମାଗଣା ଖାଦ୍ୟ ଯୋଜନା ଅବଧିକୁ ଆହୁରି ବର୍ଷେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।
ଏହି ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ (Union Minister Bhupendra Yadav) କହିଛନ୍ତି ଯେ ବହୁମୁଖୀ ରାଜ୍ୟ ସମବାୟ ସମିତି ଅଧିନିୟମ ୨୦୦୨ (Multi State Cooperative Societies Act 2002) ଅଧୀନରେ ଏକ ଜାତୀୟ ସ୍ତରୀୟ ବହୁମୁଖୀ ସମବାୟ ରପ୍ତାନି ସୋସାଇଟି (National Multilateral Cooperative Export Society) ପ୍ରତିଷ୍ଠା ପାଇଁ ମୋଦି ସରକାର (Modi Govt) ଅନୁମୋଦନ କରିଛନ୍ତି। ଯାହା ସମବାୟ ସମିତିରେ ଅନ୍ତର୍ଭୂକ୍ତ ବିକାଶ ମଡେଲ ମାଧ୍ୟମରେ ସହଯୋଗୀ ସମୃଦ୍ଧିର ଲକ୍ଷ୍ୟ ହାସଲ କରିବାରେ
ସହାୟକ ହେବ।
ଅନ୍ନ ଯୋଜନାର ଅବଧୀ ୩୧ ଡିସେମ୍ବରରେ ଶେଷ ହେଉଥିଲା। କୋରୋନା ମହାମାରୀ (Corona Pandemic) ସମୟରେ ଗରିବଙ୍କୁ ମାଗଣା ରାସନ ବାଣ୍ଟିବା (Free Ration Distribution) ପ୍ରକ୍ରିୟା ୨୦୨୦ ଅପ୍ରେଲରେ ଆରମ୍ଭ ହୋଇଥିଲା। ଗତ ଥରର କ୍ୟାବିନେଟ ବୈଠକରେ ଏହାକୁ ଆହୁରି ବର୍ଷେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ଗତ ୪ ତାରିଖରେ ଅନୁଷ୍ଠିତ ହୋଇଥିଲା ମୋଦି ସରକାରଙ୍କ କ୍ୟାବିନେଟ ବୈଠକ। ଏହି ବୈଠକ ଉପରେ ପ୍ରତିକ୍ରିୟା ରଖି କେଦ୍ରମନ୍ତ୍ରୀ ଅନୁରାଗ ଠାକୁର (Union Minister Anurag Thakur) କହିଥିଲେ
ଦେଶରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ଜାତୀୟ ଗ୍ରୀନ ହାଇଡ୍ରୋଜେନ ଅଭିଯାନକୁ (National Green Hydrogen Mission) କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତ ସବୁଜ ହାଇଡ୍ରୋଜେନ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ହବ ରୂପରେ ପରିଣତ ହେବ। ପ୍ରତିବର୍ଷ ୫୦ ଲକ୍ଷ ଟନ୍ ସବୁଜ ହାଇଡ୍ରୋଜେନ ଦେଶରେ ଉତ୍ପାଦନ ହେବ।
ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ୍ ୮ ଲକ୍ଷ କୋଟି ଟଙ୍କା ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ କରିବ ଏବଂ ଏହା ପ୍ରାୟ ୬ ଲକ୍ଷ ଲୋକଙ୍କୁ ରୋଜଗାର ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଦାବି କରିଛନ୍ତି। ଏହା ବ୍ୟତୀତ ହିମାଚଳ ପ୍ରଦେଶ ପାଇଁ ୩୮୨ ମେଗାୱାଟ ସୁନ୍ନି ଡ୍ୟାମ ଜଳ ବିଦ୍ୟୁତ୍ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ତଥା ହମୀରପୁର ଲୋକସଭା ସାଂସଦ ଜଣାଇଛନ୍ତି।