Sushanta Singh Rajput Death Case: ଇଡ଼ି ଯାଞ୍ଚ ନେଇ ଏପରି ଲେଖିଲେ ଫଡନାବିସ
Advertisement
Article Detail0/zeeodisha/odisha721126

Sushanta Singh Rajput Death Case: ଇଡ଼ି ଯାଞ୍ଚ ନେଇ ଏପରି ଲେଖିଲେ ଫଡନାବିସ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୪୬ ଦିନରୁ ଉର୍ଦ୍ଧ୍ୱ ସମୟ ବିତିବାକୁ ବସିଲାଣି। ଉଭୟ ମୁମ୍ବାଇ ଓ ବିହାର ପୋଲିସ ତଦନ୍ତ ଜାରି ରଖିଛନ୍ତି। ବିହାର ପୋଲିସ ମୁମ୍ବାଇରେ ପହଞ୍ଚି ତଦନ୍ତକୁ ଜୋରଦାର କରିଛନ୍ତି। 

Sushanta Singh Rajput Death Case: ଇଡ଼ି ଯାଞ୍ଚ ନେଇ ଏପରି ଲେଖିଲେ ଫଡନାବିସ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୪୬ ଦିନରୁ ଉର୍ଦ୍ଧ୍ୱ ସମୟ ବିତିବାକୁ ବସିଲାଣି। ଉଭୟ ମୁମ୍ବାଇ ଓ ବିହାର ପୋଲିସ ତଦନ୍ତ ଜାରି ରଖିଛନ୍ତି। ବିହାର ପୋଲିସ ମୁମ୍ବାଇରେ ପହଞ୍ଚି ତଦନ୍ତକୁ ଜୋରଦାର କରିଛନ୍ତି। ପ୍ରତିଦିନ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସେପଟେ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି ମଧ୍ୟ ଜୋର ଧରୁଛି। ତେବେ ଏଭଳି କ୍ଷେତ୍ରରେ ସୁଶାନ୍ତଙ୍କ ମୃତ୍ୟୁକୁ ରାଜନୀତିକରଣ ମଧ୍ୟ ଆରମ୍ଭ ହେଲାଣି। 

ନିକଟରେ ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତର କୌଣସି ଆବଶ୍ୟକତା ନାହିଁ ବୋଲି ମହାରାଷ୍ଟ୍ର ଗୃହମନ୍ତ୍ରୀ ସୂଚନା ଦେଇଥିଲେ। ତେବେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାବିସ ସୁଶାନ୍ତ ମୃତ୍ୟୁର ତଦନ୍ତକୁ ନେଇ ଏକ ଟ୍ୱିଟ କରିଛନ୍ତି। ଯାହାକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ଦେବେନ୍ଦ୍ର ଫଡନାବିସ ଲେଖିଛନ୍ତି ଯେ, ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯିବା ପାଇଁ ଦାବିକୁ ଜୋରଦାର କରାଯିବାର ଆବଶ୍ୟକତା ରହିଛି। ଏଥିପାଇଁ ଏକ ବିଶାଳ ଜନଆନ୍ଦୋଳନର ଆବଶ୍ୟକତା ରହିଛି। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲା ରୁଜୁ କରିପାରେ। 

ସେ ଆହୁରି ମଧ୍ୟ କହିଛନ୍ତି କି, ଏହି ହତ୍ୟା ମାମଲାରେ ଅର୍ଥ ହେରଫେର ମାମଲା ସାମ୍ନାକୁ ଆସିଛି। ଏଥିପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇସିଆଇଆର ମାମଲା ରୁଜୁ କରିପାରେ।ଏଠାରେ ଆପଣଙ୍କୁ କହି ରଖୁକି ମହାରାଷ୍ଟ୍ର ସରକାର ଏହି ମାମଲାରେ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଦାବି ଜୋର ଧରୁଛି। ମାତ୍ର ଏହାର କୌଣସି ଆବଶ୍ୟକ ନାହିଁ ବୋଲି ପୂର୍ବରୁ ମହାରାଷ୍ଟ୍ର ସରକାର କହି ସାରିଛନ୍ତି। ଏପଟେ ବିହାର ପୋଲିସ ମୁମ୍ବାଇରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଦେଇଛନ୍ତି। 

ବିହାର ପୋଲିସ ସୁଶାନ୍ତ ସିଂହ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥ ପୈଠାନୀଙ୍କୁ ଆଜି ପୋଲିସ ପଚରାଉଚୁରା କରିପାରେ। ଏହା ବ୍ୟତୀତ ସୁଶାନ୍ତଙ୍କ ଷ୍ଟାଫ ଦିବେଶ ସାଓ୍ୱନ୍ତଙ୍କୁ ମଧ୍ୟ ପଚରାଉଚୁରା କରିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଦିବେଶଙ୍କୁ ମଧ୍ୟ ରିୟା ସୁଶାନ୍ତଙ୍କ ଷ୍ଟାଫ ଭାବେ ଆଣି ରଖିଥିଲେ। ତେବେ ସୁଶାନ୍ତଙ୍କ ବ୍ୟାଙ୍କ ଡିଟେଲ୍ସକୁ ଆଧାର କରି ପାଟନା ପୋଲିସ ୫୦ରୁ ଅଧିକ  ପ୍ରଶ୍ନ କରିପାରେ ବୋଲି ସୂଚନା ରହିଛି। ସୁଶାନ୍ତଙ୍କ ଭଉଣୀ ମିତୁ ସିଂହ ରିୟାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମିତୁ କହିଛନ୍ତି କି, ରିୟା ଚକ୍ରବର୍ତ୍ତି ସୁଶାନ୍ତଙ୍କ ବିପକ୍ଷରେ ତନ୍ତ୍ରମନ୍ତ୍ର କରୁଥିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି। ଏଥିପାଇଁ ରିୟା ଜଣେ ତାନ୍ତ୍ରିକଙ୍କୁ ସୁଶାନ୍ତ ରହୁଥିବା ଘରକୁ ମଧ୍ୟ ଆଣୁଥିବା ନେଇ ସୂଚନା ଦେଇଛନ୍ତି। ସୁଶାନ୍ତଙ୍କୁ ଚିକିତ୍ସା ନାମରେ ତାଙ୍କୁ ତନ୍ତ୍ରମନ୍ତ୍ର ଦ୍ୱାରା ବଶୀକରଣ କରାଯାଉଥିବା ନେଇ ସେ ସୂଚନା ଦେଇଛନ୍ତି।