Advertisement
Article Detail0/zeeodisha/odisha702383

ନିର୍ଦ୍ଧାରିତ ପୂର୍ବରୁ ପହଞ୍ଚିଛି ମୌସୂମୀ, ବର୍ତ୍ତମାନ ସୁଦ୍ଧା ହୋଇଛି ଏତିକି ବର୍ଷା...

ନିର୍ଦ୍ଧାରିତ ସମୟ ପୂର୍ବରୁ ଦେଶର ଅଧିକାଂଶ ଅଞ୍ଚଳକୁ ଛୁଇଁଛି ମୌସୂମୀ। ପାଖାପାଖି ୧୨ ଦିନ ପୂର୍ବରୁ ଦେଶର ବିଭିନ୍ନ ଅଂଶରେ ବର୍ଷିଛି ମୌସୂମୀ ବର୍ଷା। ଶୁକ୍ରବାର ପଞ୍ଜାବ ଓ ରାଜସ୍ଥାନକୁ ମୌସୂମୀ ଛୁଇଁଛି। ପାଣିପାଗ ବିଭାଗ କହିଛି ଯେ ମୌସୁମୀ ବର୍ତ୍ତମାନ ସମଗ୍ର ଦେଶରେ ସକ୍ରିୟ ହୋଇଛି। ତେବେ ରାଜସ୍ଥାନର ସୀମାନ୍ତବର୍ତ୍ତୀ ଅଞ୍ଚଳ ଏବଂ ପଞ୍ଜାବର କେତେକ

ନିର୍ଦ୍ଧାରିତ ପୂର୍ବରୁ ପହଞ୍ଚିଛି ମୌସୂମୀ, ବର୍ତ୍ତମାନ ସୁଦ୍ଧା ହୋଇଛି ଏତିକି ବର୍ଷା...

ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟ ପୂର୍ବରୁ ଦେଶର ଅଧିକାଂଶ ଅଞ୍ଚଳକୁ ଛୁଇଁଛି ମୌସୂମୀ। ପାଖାପାଖି ୧୨ ଦିନ ପୂର୍ବରୁ ଦେଶର ବିଭିନ୍ନ ଅଂଶରେ ବର୍ଷିଛି ମୌସୂମୀ ବର୍ଷା। ଶୁକ୍ରବାର ପଞ୍ଜାବ ଓ ରାଜସ୍ଥାନକୁ ମୌସୂମୀ ଛୁଇଁଛି। ପାଣିପାଗ ବିଭାଗ କହିଛି ଯେ ମୌସୁମୀ ବର୍ତ୍ତମାନ ସମଗ୍ର ଦେଶରେ ସକ୍ରିୟ ହୋଇଛି। ତେବେ ରାଜସ୍ଥାନର ସୀମାନ୍ତବର୍ତ୍ତୀ ଅଞ୍ଚଳ ଏବଂ ପଞ୍ଜାବର କେତେକ ଅଞ୍ଚଳରେ ମୌସୁମୀ ଆସନ୍ତା ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ପହଞ୍ଚିବ ବୋଲି ପାଣିପାଗ ବିଭାଗ  ସୂଚନା ଦେଇଛି। 

ପାଣିପାଗ ବିଭାଗ କହିଛି ଯେ ୨୦୧୩ ମସିହା ପୂର୍ବରୁ ଜୁନ ୧୬ରେ ମୌସୁମୀ ସମଗ୍ର ଦେଶକୁ ଆଚ୍ଛାଦନ କରିଥିଲା। ଏଥର ସାଧାରଣ ବୃଷ୍ଟିପାତ ହେବାର ପୂର୍ବାନୁମାନ କରାଯାଇଛି। ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ସାଧାରଣ ଅପେକ୍ଷା ୨୨ ପ୍ରତିଶତ ଅଧିକ ବର୍ଷା ହୋଇଛି। ପାଣିପାଗ ବିଭାଗ ଅନୁଯାୟୀ, ଏପର୍ଯ୍ୟନ୍ତ ୧୩୫।୬ ମିଲିମିଟର ବର୍ଷା ହୋଇଥିବା ବେଳେ ପ୍ରକୃତ ବର୍ଷା ୧୬୫।୧ ମିଲିମିଟର ହୋଇଛି। ଜୁନ୍-ସେପ୍ଟେମ୍ବର ମାସର ଚାରିମାସ ମଧ୍ୟରେ ମୋଟ ବୃଷ୍ଟିପାତ ୮୮୦ ମିମି ।

ପାଣିପାଗ ବିଭାଗ ଅନୁଯାୟୀ, ଏପର୍ଯ୍ୟନ୍ତ କେନ୍ଦ୍ରୀୟ ଭାରତରେ ସ୍ୱାଭାବିକ ଅପେକ୍ଷା ୪୪ ପ୍ରତିଶତ ଅଧିକ ବର୍ଷା ହୋଇଛି। ଉତ୍ତର-ପଶ୍ଚିମ ଭାରତ ଏବଂ ଉତ୍ତର-ପୂର୍ବରେ ୧୩-୧୩ ପ୍ରତିଶତ ଏବଂ ଦକ୍ଷିଣ ଭାରତରେ ୬ ପ୍ରତିଶତ ଅଧିକ ବର୍ଷା ହୋଇଛି। ପୂର୍ବାଞ୍ଚଳ ଏବଂ ବିହାରରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ଆସନ୍ତା କିଛି ଦିନ ଧରି ସାରା ଦେଶରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ବିଭାଗ କହିଛି, କିନ୍ତୁ ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ ସମେତ କେତେକ ରାଜ୍ୟରେ ମଧ୍ୟ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Add Zee News as a Preferred Source
About the Author