ପ୍ୟାରିସ: ଇସଲାମୀୟ ମୌଳବାଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଠୋର ପଦକ୍ଷେପ କାର୍ଯ୍ୟକାରୀ କରିଛନ୍ତି ଫ୍ରାନ୍ସ ସରକାର। ଇସଲାମବାଦୀ ପ୍ରଚାର ଭଳି ପ୍ରସଙ୍ଗକୁ ସାମ୍ନା କରୁଥିବା ସ୍ଥାନୀୟ ସରକାର ଏଭଳି ସମସ୍ୟାର ସମାଧାନ କରିବାକୁ ଯାଇ ସମଗ୍ର ଦେଶରେ ପ୍ରାୟ ୩୦ ମସଜିଦରେ ତାଲା ପକାଇ ଦେଇଛନ୍ତି। ଦେଶରେ ଧାର୍ମିକ କଟ୍ଟରତା ବ୍ୟାପିବାକୁ ରୋକିବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ଫ୍ରାନ୍ସ ଗୃହମନ୍ତ୍ରୀ ଜେରାଲ୍ଡ ଡାରମାନିନ। 


COMMERCIAL BREAK
SCROLL TO CONTINUE READING

ଫ୍ରାନ୍ସ  ସରକାରଙ୍କ ଏକ ବିବୃତ୍ତି ଅନୁଯାୟୀ ଗତ ୧ ବର୍ଷ ମଧ୍ୟରେ ପ୍ରାୟ ୮୯ ସନ୍ଦିଗ୍ଧ ମସଜିଦ ଉପରେ ଯାଞ୍ଚ କରାଯାଇଥିଲା। ଏହା ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଅର୍ଥାତ୍ ପ୍ରାୟ ୩୦ ମସଜିଦକୁ ବନ୍ଦ କରାଯାଇଛି। ଏହି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସରକାର କିଛି ଚରମପନ୍ଥୀ ସଙ୍ଗଠନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।


Also Read: ମୌଲନା ଆନ୍ଦୋଳନକୁ ନେଇ ଅସ୍ତବ୍ୟସ୍ତ ପାକିସ୍ତାନ


ଦେଶରେ ଅବସ୍ଥିତ ଥିବା ବିବାଦୀୟ ମସଜିଦକୁ ବନ୍ଦ କରିବା ଅଭିଯାନ ଗତ ବର୍ଷ ନଭେମ୍ବର ମାସରୁ ଆରମ୍ଭ କରିଥିଲା ଫ୍ରାନ୍ସ ସରକାର (France Govt)। ଚଳିତ ବର୍ଷ ଜୁଲାଇ ମାସରେ ଫ୍ରାନ୍ସ ସଂସଦରେ (France Parliament) ଏକ ପ୍ରସ୍ତାବ ପାରିତ ଯେଉଁଥିରେ ମସଜିଦ (Mosque) ତଥା ଅନ୍ୟାନ୍ୟ ଧାର୍ମିକ ସଙ୍ଗଠନ ଉପରେ ସରକାରୀ ତଦାରଖ କରିବାକୁ ମଜବୁତ କରିବା ଏବଂ ଇସଲାମୀୟ ଉଗ୍ରବାଦୀ ଆନ୍ଦୋଳନ (Islamic Extremist Movement) ପ୍ରଭାବକୁ ପ୍ରତିହତ କରିବା ଲାଗି ବ୍ୟବସ୍ଥା ରହିଛି। 


ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ରାଜନୈତିକ ଇସଲାମକୁ (Political Islam) ପ୍ରୋତ୍ସାହନ ଦେବା ଅଭିଯୋଗରେ ୫ ମୁସଲିମ ସଙ୍ଗଠନ (Muslim Organisation) ଉପରେ କଟକଣା ଲଗାଯାଇଛି। ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ବିଚ୍ଛିନ୍ନତା ବିରୋଧି ଆଇନ ଅନୁଯାୟୀ ଦେଶରେ ଏପରି ୧୦ ବିବାଦୀୟ ସଙ୍ଗଠନ ବେଆଇନ ଘୋଷଣା କରିବା ଲାଗି ବ୍ୟବସ୍ଥା ହୋଇଛି।


ଫ୍ରାନ୍ସ ଗୃହମନ୍ତ୍ରୀ ଜେରାଲ୍ଡ ଡାରମାନିନଙ୍କ (French Home Minister Gerald Darmanin) କହିବା ଅନୁସାରେ ବିଚ୍ଛିନ୍ନତା ବିରୋଧି ଆଇନ (French Anti Separatism Law) କାର୍ଯ୍ୟକାରୀ ହେବା ପୂର୍ବରୁ ଚରମପନ୍ଥୀଙ୍କୁ ଶରଣ ପ୍ରଦାନ କରୁଥିବା ୬୫୦ ସ୍ଥାନ ବନ୍ଦ କରାଯାଇଛି। ଏଭଳି ଘଟଣାର ଫ୍ରାନ୍ସ ପୋଲିସ (France police) ପକ୍ଷରୁ ଦେଶର ୨୪ ହଜାର ସ୍ଥାନରେ ଯାଞ୍ଚ କରାଯାଇଥିଲା। ଧାର୍ମିକ ଚରମପନ୍ଥକୁ (Religious Extremism ) ପ୍ରୋତ୍ସାହିତ କରୁଥିବା ନେଇ ଅଭିଯୋଗ ଆସିବା ଦେଶରେ ଅବସ୍ଥିତ ଥିବା ବିଭିନ୍ନ ମସଜିଦ ଉପରେ ଅନୁସନ୍ଧାନ କରାଯାଇଥିଲା। ଏ ବାବଦରେ ମିଳିଥିବା ତଥ୍ୟ ଆଧାରରେ ଦେଶର ବିଭିନ୍ନ ଅଞ୍ଚଳରେ ଅବସ୍ଥିତ ୬ ମସଜିଦକୁ ବନ୍ଦ କରିବା ଉପରେ ବିଚାର ବିମର୍ଶ ଜାରି ରହିଛି।


Also Read: କଟ୍ଟରପନ୍ଥୀଙ୍କ ଆଗରେ ହାତେ ଟେକିଦେଲ ଇମରାନ ସରକାର, ଫ୍ରାନ୍ସ ବିରୁଦ୍ଧରେ ନେଲେ ଏହି ପଦକ୍ଷେପ


ଅଥୋରିଟି ଇସଲାମିକ ପ୍ରକାଶକ ନାୱା (Authority Islamic Publisher NAWA), ବ୍ଲାକ୍ ଆଫ୍ରିକାନ ଡିଫେନ୍ସ ଲିଗ୍ (Black African Defense League) ଭଳି ସଂସ୍ଥାକୁ ବନ୍ଦ କରିବା ଉପରେ ବିଚାର କରାଯାଉଛି। ଗତ ବର୍ଷ ଜୁନ୍ ମାସରେ ଏହି ଦୁଇ ସଙ୍ଗଠନ ପ୍ୟାରିସ ଠାରେ ଆମେରିକୀୟ ଦୂତାବାସ ବାହାରେ ପୋଲିସ ହିଂସା ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦେଶର ଦକ୍ଷିଣ ଭାଗରେ ଅବସ୍ଥିତ ଆରିଜ୍ ସହରରେ ନାୱା ଗୋଷ୍ଠୀର ପ୍ରଭାବ ରହିଛି। ଏଠାରେ ସେ ଇହୁଦୀଙ୍କୁ ଭୟଭୀତ କରିବା ଏବଂ ସମଲିଙ୍ଗୀଙ୍କ ବିରୁଦ୍ଧରେ ପଥର ଫିଙ୍ଗିବାକୁ ସମର୍ଥନ କରୁଥିବା ନେଇ ଅଭିଯୋଗ ରହିଛି।


Also Read: ଅଭିଯୋଗ ପରେ ନିଆଗଲା କାର୍ଯ୍ୟାନୁଷ୍ଠାନ; ମସଜିଦରୁ ହଟାଗଲା ଲାଉଡ ସ୍ପିକର


ଏପର୍ଯ୍ୟନ୍ତ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଆଧାରରେ ୨୦୫ ସଂଘର ବ୍ୟାଙ୍କ ଆକାଉଣ୍ଟ ବନ୍ଦ କରାଯିବା ସହ ୨ ମୁସଲିମ ଇମାମଙ୍କୁ ଦେଶରୁ ବହିଷ୍କାର କରାଯାଇଛି। ଯେଉଁମାନେ ଆମ ବିରୁଦ୍ଧରେ ଆତଙ୍କବାଦ ବିସ୍ତାର କରିବାକୁ ଚାହୁଁଛନ୍ତି ଆମେ ସେମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବାକୁ ଚାହୁଁଛୁ। ଆସନ୍ତା ୨୦୨୩ ବର୍ଷରୁ ବିଦେଶୀ ଧାର୍ମିକ ଅଧିକାରୀ ଫ୍ରାନ୍ସ ଆସିପାରିବେ ନାହିଁ। ଏହା ସହିତ ଏଠାକୁ ଆସିଥିବା ବିଦେଶୀ ଧାର୍ମିକ ଅଧିକାରୀଙ୍କ ଆବାସିକ ଅନୁମତି ବୃଦ୍ଧି କରାଯିବ ନାହିଁ।