ଅଭିଯୋଗ ପରେ ନିଆଗଲା କାର୍ଯ୍ୟାନୁଷ୍ଠାନ; ମସଜିଦରୁ ହଟାଗଲା ଲାଉଡ ସ୍ପିକର
Advertisement
Article Detail0/zeeodisha/odisha1013439

ଅଭିଯୋଗ ପରେ ନିଆଗଲା କାର୍ଯ୍ୟାନୁଷ୍ଠାନ; ମସଜିଦରୁ ହଟାଗଲା ଲାଉଡ ସ୍ପିକର

ମସଜିଦ ଠାରେ ଧାର୍ମିକ ପ୍ରାର୍ଥନା କରିବା ଲାଗି ବ୍ୟବହାର କରାଯାଉଥିବା ଡାକବାଜି ଯନ୍ତ୍ରରୁ ନିର୍ଗତ ହେଉଥିବା ଉଚ୍ଚ ସ୍ୱର କାରଣରୁ ଲୋକେ ଅନେକ ପ୍ରକାର ସମସ୍ୟାର ସାମ୍ନା କରୁଥିଲେ। 

ଅଭିଯୋଗ ପରେ ନିଆଗଲା କାର୍ଯ୍ୟାନୁଷ୍ଠାନ; ମସଜିଦରୁ ହଟାଗଲା ଲାଉଡ ସ୍ପିକର

ଜାକାର୍ତ୍ତା: ମସଜିଦ ପରିସରରୁ ଲାଉଡ଼ ସ୍ପିକର ହଟାଇବାକୁ ନେଇ ଜାରି ରହିଛି ଚର୍ଚ୍ଚା। ଆଉ ଯାହାକୁ ନେଇ ସୃଷ୍ଟି ହୋଇଛି ଧାର୍ମିକ ତଥା ରାଜନୈତିକ ବିବାଦ। ଭାରତ ସମେତ ବିଶ୍ୱର ଅନ୍ୟ ଦେଶର ଏହି ପ୍ରସଙ୍ଗ ବିଚାରଧିନ ରହିଛି। କହିବାକୁ ଗଲେ ଏଭଳି ମାମଲାର ସମାଧାନ ଏପର୍ଯ୍ୟନ୍ତ ହୋଇପାରିନାହିଁ। ବର୍ତ୍ତମାନ ସମୟରେ ବିଶ୍ୱର ବିଭିନ୍ନ ଦେଶରେ ମସଜିଦ ପରିସରରେ ଧାର୍ମିକ କାର୍ଯ୍ୟ କରିବା ଲାଗି ଲାଉଡ଼ ସ୍ପିକର ବ୍ୟବହାର କରାଯାଇଥାଏ।

ମସଜିଦ  (Mosque)  ପରିସରରୁ ଲାଉଡ଼ ସ୍ପିକର (Loud  Speaker) ହଟାଇବା ଲାଗି ଅଭିଯୋଗ ମିଳିବା ପରେ ଏହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଶ୍ୱ ସାମ୍ନାରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଇଣ୍ଡୋନେସିଆ ସରକାର (Indonesian Govt)। ଜନସଂଖ୍ୟା ଦୃଷ୍ଟିକୋଣରୁ ବିଶ୍ୱର ସର୍ବବୃହତ୍ତ ଇସଲାମିକ ଦେଶ (Islamic ountry) ଭାବେ ଜଣାଶୁଣା ଏହି ଦକ୍ଷିଣ-ପୂର୍ବ ଏସୀୟ ଦେଶ। ଡାକବାଜି ଯନ୍ତ୍ରରୁ ନିର୍ଗତ ହେଉଥିବା ଉଚ୍ଚ ଧ୍ୱନି ଯୁକ୍ତ ଶବ୍ଦ କାରଣରୁ କେହି ଯେପରି କୌଣସି ପ୍ରକାରର ଅସୁବିଧାର ସାମ୍ନା ନକରିବେ ସେ ନେଇ ଏପରି ପଦକ୍ଷେପ ନିଆଯାଇଛି। 

ମସଜିଦ ଠାରେ ଧାର୍ମିକ ପ୍ରାର୍ଥନା (Islamic Religious Prayer) ଆଜାନ (Azan) ଆୟୋଜନ କରିବା ଲାଗି ଲାଉଡ଼ ସ୍ପିକର ବ୍ୟବହାର କରାଯାଉଥିଲା। ଏଥିରୁ ନିର୍ଗତ ହେଉଥିବା ଉଚ୍ଚ ସ୍ୱର କାରଣରୁ ଏଠାକାର ଲୋକେ ଅନେକ ପ୍ରକାର ସମସ୍ୟାର ସାମ୍ନା କରୁଥିଲେ। ଉଚ୍ଚ ଧ୍ୱନି କାରଣରୁ ଏଠାକାର ଅଧିକାଂଶ ଲୋକଙ୍କୁ ଚିଡାଚିଡାପଣ ଏବଂ ମାନସିକ ଅବସାଦ ଭଳି ସମସ୍ୟାର ସାମ୍ନା କରୁଥିଲେ। 

Also Read: Mosque Loud Speaker; Volume ନିୟନ୍ତ୍ରଣକୁ ନେଇ ବିତର୍କ ଜାରି, ବଦଳିବ ନାହିଁ ନିଷ୍ପତ୍ତି

ଏହି ମାମଲା ଉପରେ ବିଚାର ବମର୍ଶ କରି ଇଣ୍ଡୋନେସିଆ ମସଜିଦ ପରିଷଦ (Mosque Council of Indonesia) ସୁପାରିଶ ପରେ ମସଜିଦ ପରିସରରୁ ଲାଉଡ଼ ସ୍ପିକର ହଟାଇବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ ଲୋକଙ୍କୁ ଉଚ୍ଚ ସ୍ୱରରୁ ଆଶ୍ୱସ୍ତି ମିଳିଥିଲା। ଏନେଇ ପରିଷଦ ପକ୍ଷରୁ କୁହାଯାଇଛି ଦେଶର ଅଧିକାଂଶ ମସଜିଦ ଠାରେ ବ୍ୟବହୃତ ହେଉଥିବା ଡାକବାଜି ଯନ୍ତ୍ର ବ୍ୟବସ୍ଥା ଭଲ ନଥିଲା। ଯେଉଁଥିପାଇଁ ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ ଶବ୍ଦ ନିର୍ଗତ ହେଉଥିଲା।

ଏହି ନିଷ୍ପତ୍ତିକୁ ଦେଶର ରାଜଧାନୀ ଜାକାର୍ତ୍ତା ଠାରେ ସର୍ବପ୍ରଥମେ କାର୍ଯ୍ୟକାରୀ କରାଯାଇଛି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଦେଶର ୭୦ ହଜାର ମସଜିଦରେ ବ୍ୟବହୃତ ହେଉଥିବା ଡାକବାଜି ଯନ୍ତ୍ରରୁ ନିର୍ଗତ ହେଉଥିବା ଉଚ୍ଚ ଧ୍ୱନି ଯୁକ୍ତ ଶବ୍ଦ (Loud Speaker  Volume) ହ୍ରାସ ପାଇଛି। ପ୍ରଥମେ ଏହି ନିଷ୍ପତ୍ତି ରାଜଧାନୀ ଜାକର୍ତ୍ତା ନିକଟସ୍ଥ ମସଜିଦ ଠାରେ କାର୍ଯ୍ୟକାରୀ କରାଯିବା ପରେ ବର୍ତ୍ତମାନ ଏହାକୁ ଦେଶର ଅନ୍ୟ ସ୍ଥାନରେ ଲାଗୁ କରିବାକୁ ପ୍ରୟାସ କରାଯାଉଛି।

Also Read: ଧାର୍ମିକ ସୁଧାର: ମାଲେସିୟାରେ ହିଁ, ଭାରତରେ ନାଁ

ଆଜାନ କାରଣରୁ ନିର୍ଗତ ହେଉଥିବା ଉଚ୍ଚ ସ୍ୱରକୁ ହ୍ରାସ କରିବା ଲାଗି ବାରମ୍ବାର ଅଭିଯୋଗ ଆସୁଥିଲା। ଲୋକେ ଏହା ଦ୍ୱାରା ବିଭିନ୍ନ ସମସ୍ୟାର ସାମ୍ନା କରୁଥିଲେ। ଏନେଉ ସ୍ଥାନୀୟ ଲୋକଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗରେ କୁହାଯାଇଥିଲା  ପ୍ରତ୍ୟେକ ଦିନ ରାତି ୩ଟାରେ ଧାର୍ମିକ ପ୍ରାର୍ଥନା ଆଜାନ କରିବା ଲାଗି ମସଜିଦ ଠାରେ ବ୍ୟବହାର କରାଯାଉଥିବା ଡାକବାଜି ଯନ୍ତ୍ର ବ୍ୟବହାର କରିବା କାରଣରୁ ଲୋକେ ଠିକ୍ ଭାବେ ଶୋଇ ପାରୁନଥିଲେ କିମ୍ବା ଅନ୍ୟ କୌଣସି କାର୍ଯ୍ୟ କରି ପାରୁନଥିଲେ। 

ଲୋକେ ସିଧାସଳଖ ଏ ଘଟଣାରେ ଅଭିଯୋଗ କରିବାକୁ କିମ୍ବା ସ୍ୱର ଉତ୍ତୋଳନ କରିବାକୁ ସାହାସ କରୁନଥିଲେ। କାରଣ ଏପରି କରିବା ଦ୍ୱାରା ସେମାନେ ଧାର୍ମିକ ମୌଳବାଦୀଙ୍କ ଦ୍ୱାରା ନିର୍ଯାତିତ ହେବା ସହିତ ଦଣ୍ଡିତ ହେବାର ଭୟ ରହୁଥିଲା। ଏଠାକାର ଲୋକ ଅନଲାଇନ ମାଧ୍ୟମରେ ଅଭିଯୋଗ କରୁଥିଲେ।  କାରଣ ଏହା ଦ୍ୱାରା ସେମାନଙ୍କ ନାଁ ସାର୍ବଜନୀନ ହେଉନଥିଲା।

ବିଶ୍ୱର ସର୍ବବୃହତ୍ତ ମୁସଲିମ ଦେଶ ଇଣ୍ଡୋନେସିଆରେ ଇସଲାମକୁ ଅପମାନିତ କରିବା ଅଭିଯୋଗରେ କୌଣସି ବ୍ୟକ୍ତିଙ୍କୁ ୫ ବର୍ଶ କାରାଦଣ୍ଡ ଭୋଗିବାର ବ୍ୟବସ୍ଥା ରହିଛି। ଏପରି କାମ କରିବା କାରଣରୁ ଜଣେ ବୌଦ୍ଧ ମହିଳାଙ୍କୁ ଦଣ୍ଡିତ କରାଯାଇଥିଲା। ଆଜାନ କାରଣରୁ ସୃଷ୍ଟି ହେଉଥିବା ଉଚ୍ଚ ଶବ୍ଦ କାରଣରୁ ତାଙ୍କ କାନରେ ଅସୁବିଧା ସୃଷ୍ଟି ହେଉଥିବା କଥା ସେ କହିଥିଲେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ତାଙ୍କୁ ପ୍ରାୟ ଦେଢ ବର୍ଷର କାରାଦଣ୍ଡ ଭୋଗିବାକୁ ପଡି଼ଥିଲା। ଏହା ପରେ ଅନେକ ମୁସଲିମ  ମୌଳିବାଦୀ ଅନେକ ବୌଦ୍ଧ ବିହାରରେ ନିଆଁ ଲଗାଇ ଦେଇଥିଲା। 

Also Read: ପୁଣି ସାମ୍ନାକୁ ଆସିଲା ଚୀନର ମୁସଲମାନ ବିରୋଧି ଚେହେରା, ମସଜିଦ ଭାଙ୍ଗି ନିର୍ମାଣ କଲା ସର୍ବସାଧାରଣ ଶୌଚାଳୟ

ଇଣ୍ଡୋନେସିଆ ପୂର୍ବରୁ ବିଶ୍ୱର ଅନ୍ୟତମ ପ୍ରମୁଖ ଇସଲାମିକ ଦେଶ ସାଉଦି ଆରବ (Saudi Arabia) ଠାରେ ଏଭଳି ମାମଲା ସାମ୍ନାକୁ ଆସିବା ପରେ ସେଠାରେ ଅବସ୍ଥିତ ଥିବା ମସଜିଦ ଠାରେ ସ୍ଥାପିତ ଡାକବାଜି ଯନ୍ତ୍ର ମାଧ୍ୟମରେ ଆଜାନ ଦେବା ପାଇଁ ଏକ ନିୟୟ କାର୍ଯ୍ୟକାରୀ  କରାଯାଇଥିଲା।