Mosque Loud Speaker; Volume ନିୟନ୍ତ୍ରଣକୁ ନେଇ ବିତର୍କ ଜାରି, ବଦଳିବ ନାହିଁ ନିଷ୍ପତ୍ତି
Advertisement
Article Detail0/zeeodisha/odisha912992

Mosque Loud Speaker; Volume ନିୟନ୍ତ୍ରଣକୁ ନେଇ ବିତର୍କ ଜାରି, ବଦଳିବ ନାହିଁ ନିଷ୍ପତ୍ତି

ଇସଲାମିକ ମାନ୍ୟତା ଅନୁସାରେ ସବୁଠାରୁ ପବିତ୍ର ଧାର୍ମିକ ସ୍ଥଳ ରହିଥିବା ଦେଶରେ ଏପରି ନିର୍ଦ୍ଦେଶନାମା ଜାରି ହେବାକୁ ନେଇ ବିଭିନ୍ନ ସାମାଜିକ ଗଣାମାଧ୍ୟମରେ ଜାରି ରହିଛି ବିତର୍କ।

Mosque Loud Speaker; Volume ନିୟନ୍ତ୍ରଣକୁ ନେଇ ବିତର୍କ ଜାରି, ବଦଳିବ ନାହିଁ ନିଷ୍ପତ୍ତି

ରିୟାଦ: ମସଜିଦରେ ବ୍ୟବହାର ହେଉଥିବା ଡାକବାଜି ଯନ୍ତ୍ରର ଶବ୍ଦ ନିୟନ୍ତ୍ରଣକୁ ନେଇ ନିଆଯାଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ମାମଲାରେ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ସାଉଦି ଆରବ। ଏନେଇ ସ୍ଥାନୀୟ ସରକାରଙ୍କ ପକ୍ଷରୁ କୁହାଯାଇଛି ମସଜିଦରେ ବ୍ୟବହାର ହେଉଥିବା ଡାକବାଜି ଯନ୍ତ୍ରର ଶବ୍ଦକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଛି। ଏହି ନିର୍ଦ୍ଦେଶକୁ ଉଂଲଘନ କରୁଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।          

ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସାଉଦି ଆରବ ସରକାରଙ୍କ (Saudi Arab Govt) ଇସଲାମିକ ବ୍ୟାପାର ମନ୍ତ୍ରୀ (Islamic Affairs Minister) ଶୈଖ ଅବ୍ଦୁଲ ଲତିଫ ଅଲ ଶୈଖ (Sheikh Abdullatif Al-Sheikh) କହିଛନ୍ତି ଏନେଇ ଲୋକଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି।     

ମସଜିଦ (Mosque) ଠାରେ ବ୍ୟବହାର ହେଉଥିବା ଡାକବାଜି ଯନ୍ତ୍ରରୁ (Loud Speaker) ନିର୍ଗତ ଉଚ୍ଚ ଧ୍ୱନି (High Sound) ଉପରେ ପୂର୍ବରୁ ନଜର ରଖାଯାଇନଥିଲା। ଏବେ ଡାକବାଜି ଯନ୍ତ୍ରରୁ ନିର୍ଗତ ହେଉଥିବା ଶବ୍ଦକୁ ନିୟନ୍ତ୍ରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯେଉଁମାନେ ସାଉଦି ଆରବ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରୁଛନ୍ତି ସେମାନେ ଦେଶର ଶତ୍ରୁ। କେତେକ ତତ୍ତ୍ୱ ଏହି ନିଷ୍ପତ୍ତି ବିରୁଦ୍ଧରେ ସ୍ୱର ଉଠାଇବା ଲୋକଙ୍କୁ ଉସକାଉଛନ୍ତି। ସରକାରଙ୍କ ଏହି ନିର୍ଦ୍ଦେଶକୁ ଉଂଲଘନ କରୁଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇଛନ୍ତି ସାଉଦି ଆରବ ଇସଲାମିକ ବ୍ୟାପାର ମନ୍ତ୍ରୀ।  

Also Read: ଆଲା ହଜରତ ଦରଗାହାରେ ଆଲକୋହଲଯୁକ୍ତ ସାନିଟାଇଜର ବ୍ୟବହାରକୁ ବିରୋଧ

ଇସଲାମିକ ମାନ୍ୟତା ଅନୁସାରେ ସବୁଠାରୁ ପବିତ୍ର ଧାର୍ମିକ ସ୍ଥଳ (Holy Islamic Religious Place) ରହିଥିବା ଦେଶରେ ଏପରି ନିର୍ଦ୍ଦେଶନାମା ଜାରି ହେବାକୁ ନେଇ ବିଭିନ୍ନ ସାମାଜିକ ଗଣାମାଧ୍ୟମରେ ଜାରି ରହିଛି ବିତର୍କ। ଗତ ସପ୍ତାହରେ ଏପରି ନିର୍ଦ୍ଦେଶ ଜାରି କରିଥିଲେ ସାଉଦି ସରକାର। ଏ ପ୍ରସଙ୍ଗରେ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ କୁହାଯାଇଥିଲା ମସଜିଦରେ ବ୍ୟବହୃତ ହେଉଥିବା ଡାକବାଜି ଯନ୍ତ୍ରର ସ୍ୱର ଏହାର ସର୍ବୋଚ୍ଚ ମାତ୍ରାରୁ ଏକ-ତୃତୀୟାଂଶ ମଧ୍ୟରେ ରହିବା ଆବଶ୍ୟକ। ଏହା ଠାରୁ ଅଧିକ ରହିବା ଠିକ ନୁହେଁ। 

Also Read: ଏସପି ସାଂସଦଙ୍କ ଅଜବ ବୟାନ- କୋରୋନା ଏକ ରୋଗ ନୁହେଁ, ପାପର ଦଣ୍ଡ ଦେଉଛନ୍ତି ଆଲ୍ଲା

ଦେଶର ସରକାରୀ ଗଣମାଧ୍ୟମ ଜରିଆରେ ସାଉଦି ଧାର୍ମିକ ବ୍ୟାପାର ମନ୍ତ୍ରୀଙ୍କ ଦ୍ୱାରା ଜାରି ହୋଇଥିବା ବୟାନରେ କୁହାଯାଇଥିଲା ଯିଏ ନମାଜ (Namaz) ପଢିବାକୁ ଚାହୁଁଛି ସେ ମସଜିଦରେ ଆଜାନ (Masjid Azan) ବାଜିବା  ପର୍ଯ୍ୟନ୍ତ ଅପେକ୍ଷା କରିନଥାଏ। ମସଜିଦରେ ଡାକବାଜି ଯନ୍ତ୍ରର ସୀମିତ ବ୍ୟବହାର ହେବା ଆବଶ୍ୟକ। ସମସ୍ତଙ୍କୁ ପୈଗମ୍ବର ଏ ଇସ୍ଲାମ ହଜରତ ମହମ୍ମଦଙ୍କ (Prophet-e-Islam Hazrat Muhammad) ନିର୍ଦ୍ଦେଶକୁ ପାଳନ କରିବା ଆବଶ୍ୟକ। ସମସ୍ତ ମଣିଷ ନୀରବରେ ତାଙ୍କ ପ୍ରଭୁଙ୍କୁ ପ୍ରାର୍ଥନା କରିଥାନ୍ତି। ସେଥିପାଇଁ ଜଣେ ଅନ୍ୟଜଣକୁ ବିବ୍ରତ କରିବା ଠିକ ନୁହେଁ। ପ୍ରାର୍ଥନା କରିବା ସମୟରେ ଅନ୍ୟର ସ୍ୱରରେ ସ୍ୱର ଉତ୍ତୋଳନ କରିବା ଉଚିତ ନୁହେଁ। 

Also Read: India on the path of Hindu Nation! ହିନ୍ଦୁ ରାଷ୍ଟ୍ର ପାଇଁ ଭାରତୀୟ ମୁସଲମାନ ନେତା କେତେ ଦାୟୀ?

ଏହା ସହିତ ଇସଲାମିକ ବ୍ୟାପାର ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ତାଙ୍କ ପାଖକୁ ଦେଶରୁ ବାରମ୍ବାର ଅଭିଯୋଗ ଆସୁଥିଲା। ଯେଉଁଥିରେ କୁହାଯାଇଥିଲା ଡାକବାଜି ଯନ୍ତ୍ରରୁ ନିର୍ଗତ ଉଚ୍ଚ ଧ୍ୱନି କାରଣରୁ ଦୈନନ୍ଦିନ ଜୀବନର ଅନେକ କାର୍ଯ୍ୟ ପ୍ରଭାବିତ ହେଉଥିବା ଜଣାଇଥିଲେ ଅଭିଯୋଗକାରୀ। ଏ ମାମଲାରେ ମିଳିଥିବା ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସାଉଦି ଆରବ କ୍ରାଉନ ପ୍ରିନ୍ସ (Saudi Arab Crown Prince) ମହମ୍ମଦ ବିନ ସଲମାନ (Mohammed bin Salman) ନିଜ ଦେଶକୁ ଏକ ଉଦାରବାଦୀ ରାଷ୍ଟ୍ର (Liberal State) ଭାବେ ବିଶ୍ୱ ସମୁଦାୟରେ ପରିଚିତ କରାଇବାକୁ ଚାହିୁଁଛନ୍ତି। 

Also Read: ପୁଣି ସାମ୍ନାକୁ ଆସିଲା ଚୀନର ମୁସଲମାନ ବିରୋଧି ଚେହେରା, ମସଜିଦ ଭାଙ୍ଗି ନିର୍ମାଣ କଲା ସର୍ବସାଧାରଣ ଶୌଚାଳୟ

ମସଜିଦ ପରିସରରେ ଡାକବାଜି ଯନ୍ତ୍ରର ବ୍ୟବହାରକୁ ନେଇ ନିଆଯାଇଥିବା ନିଷ୍ପତ୍ତି ବାବଦରେ ଟ୍ୱିଟ ମାଧ୍ୟମରେ ଦେଶବାସୀଙ୍କୁ ଅବଗତ କରାଇଥିଲେ ସାଉଦି ଆରବ ସରକାର। ଏନେଇ ସରକାରଙ୍କ ପକ୍ଷରୁ କମ ଧ୍ୱନୀ ବିଶିଷ୍ଟ ସ୍ୱରରେ ଡାକବାଜି ଯନ୍ତ୍ର ବ୍ୟବହାର କରି ମସଜିଦ ଠାରେ ଆଜାନ କରାଯାଇପାରିବ। ଯଦି କେହି ଏହି ନିୟମକୁ ଉଲଂଧନ କରନ୍ତି ତାହେଲେ ତାଙ୍କ ବିରୁଦ୍ଧର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ହୋଇଥିଲା ବ୍ୟବସ୍ଥା। 

Also Read: କୋରୋନା ଟିକା ଉପରେ ଆସିଲା ଫତୱା

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିଗତ ୨ ବର୍ଷ ଧରି ମସଜିଦ ପରିସରରେ ଡାକବାଜି ଯନ୍ତ୍ରର ବ୍ୟବହାର ଉପରେ ବିଚାରବିମର୍ଶ ଜାରି ରହିଥିଲା। ଚଳିତ ବର୍ଷ ଏ ମାମଲାରେ ନୂତନ ନିୟମ ଲାଗୁ କରିଛନ୍ତି ସାଉଦି ଆରବ ସରକାର। ଏନେଇ କୁହାଯାଇଛି ଉଚ୍ଚ ସ୍ୱର କାରଣରୁ ଲୋକେ ଯେପରି କୌଣସି ପ୍ରକାର ଅସୁବିଧାର ସାମ୍ନାନକରିନ୍ତି ସେ ନେଇ ଏପରି ନିଷ୍ପତ୍ତି ନିଆଯାଇଛି।        

ଏହା ପ୍ରଥମ ଥର ହୋଇନାହିଁ। ପୂର୍ବରୁ ଗତ ୨୦୧୯ ଏପ୍ରିଲ ମାସରେ ରମଜାନ ସମୟରେ ମସଜିଦରେ ଡାକବାଜି ଯନ୍ତ୍ରରୁ ନିର୍ଗତ ହେଉଥିବା ଶବ୍ଦକୁ କମ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ଦେଶର ଧାର୍ମିକ ବ୍ୟାପର ମନ୍ତ୍ରୀ। ସେତେବେଳେ ଏହି ନିଷ୍ପତ୍ତି ବିରୁଦ୍ଧରେ ସ୍ୱର ଉଠାଇଥିଲେ ସ୍ଥାନୀୟ କଟ୍ଟରପନ୍ଥୀ ନେତା। କେବଳ ସାଉଦି ଆରବ ନୁହେଁ ଭାରତରେ ମଧ୍ୟ ଏନେଇ ବିଚାର ବିମର୍ଶ ଜାରି ରହିଛି।     

Also Read: ଚିନ୍ତାରେ ମୁସଲମାନ; କୋରୋନା ଟିକାରେ ଘୁଷୁରୀ ମାଂସ ଗୁଜବ

ହେଲେ ଦେଶର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏହି ନିର୍ଦ୍ଦେଶନାମାକୁ ସ୍ଥାନୀୟ ଧାର୍ମିକ କଟ୍ଟରପନ୍ଥୀ ଲୋକ ବିରୋଧ କରୁଛନ୍ତି। ଏପରିକି ସେମାନେ ଏହି ନିଷ୍ପତ୍ତି ବିରୁଦ୍ଧରେ ଦେଶର ସରକାରଙ୍କୁ ସୋସିଆଲ ମିଡ଼ିଆ ଜରିଆରେ ଟାର୍ଗେଟ କରିବାରେ ଲାଗିଛନ୍ତି। ସେମାନଙ୍କ କହିବା କଥା ଧର୍ମାନୁଷ୍ଠାନ ସହିତ ରେସ୍ତୁରାଁ, କ୍ୟାଫେ, ବଜାର, ମଲ ଠାରେ ବ୍ୟବହାର ହେଉଥିବା ଡାକବାଜି ଯନ୍ତ୍ର ଉପରେ ପ୍ରତିବନ୍ଧକ ଲଗାଯିବା ଆବଶ୍ୟକ।