Bank Strike: ଆଜି ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘର ଧମର୍ଘଟ
Advertisement
Article Detail0/zeeodisha/odisha1448182

Bank Strike: ଆଜି ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘର ଧମର୍ଘଟ

Bank Strike: ଆଜି ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘର ଧମର୍ଘଟ । ବିଭିନ୍ନ ଦାବି ନେଇ କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ କରାଯିବ । ଅନଲାଇନ ବ୍ୟାଙ୍କିଂ ସୁବିଧା ବ୍ୟାହାତ ହୋଇପାରେ ।

ସୌଜନ୍ୟ : ସୋସିଆଲ ମିଡିଆ

Bank Strike: ଆଜି ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘର ଧମର୍ଘଟ । ବିଭିନ୍ନ ଦାବି ନେଇ କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ କରାଯିବ । ଅନଲାଇନ ବ୍ୟାଙ୍କିଂ ସୁବିଧା ବ୍ୟାହାତ ହୋଇପାରେ । ରଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଘରୋଇକରଣ ବିରୋଧରେ ନଭେମ୍ବର ୧୯ରେ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ) ଧର୍ମଘଟ ଆହ୍ବାନ ଡ଼ାକରା ଦେଇଛି ।  ବ୍ୟାଙ୍କ ଅଫ୍ ବରୋଦା ଏହି ଧର୍ମଘଟ ଖବରକୁ ସ୍ପଷ୍ଟ କରିଛି। ଏକ ବିବୃତ୍ତିରେ କୁହାଯାଇଛି ଯେ ବ୍ୟାଙ୍କ ଧର୍ମଘଟ ନେଇ ଏଆଇବିଇଏର ନୋଟିସ ପାଇଛି। ସଂଘର ସଦସ୍ୟମାନେ ୧୯ ନଭେମ୍ବରରେ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବ୍ୟାଙ୍କଗୁଡିକର ଘରୋଇକରଣ ବିରୋଧ ତଥା ବ୍ୟାଙ୍କ କର୍ମଚାରୀଙ୍କ ସୁରକ୍ଷା ସମେତ ସେମାନଙ୍କର ବହୁ ଦାବି ନେଇ ଏଆଇବିଇଏର ଦିନିକିଆ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛି।

ବିବାହର ଏହି ଋତୁରେ ବ୍ୟାଙ୍କ ଷ୍ଟ୍ରାଇକ୍ ଯୋଗୁଁ ଗ୍ରାହକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଧର୍ମଘଟ ଯୋଗୁଁ କିଛି ଏଟିଏମରେ ନଗଦ ସମସ୍ୟା ଦେଖା ଦେଇପାରେ। ଯଦି ଆପଣ ଏପରି ଅସୁବିଧାକୁ ଏଡାଇବାକୁ ଚାହାଁନ୍ତି, ତେବେ ଆପଣ ଆଜି ଏଟିଏମରୁ ନଗଦ ଟଙ୍କା ଉଠାଇ ପାରିବେ । ବ୍ୟାଙ୍କଗୁଡିକର ଏହି ଧର୍ମଘଟ ଯୋଗୁଁ ଆର୍ଥିକ କାର୍ଯ୍ୟ ପରିଚାଳନାରେ ସମସ୍ୟା ସୃଷ୍ଟି ହେବ ଏବଂ ଅଧିକାଂଶ ବ୍ୟାଙ୍କ ସେବା ବନ୍ଦ ରହିପାରେ। ଶନିବାର ଦିନ ବ୍ୟାଙ୍କ ଧର୍ମଘଟ ପରେ ବ୍ୟାଙ୍କଗୁଡ଼ିକ ରବିବାର ବନ୍ଦ ରହିବ। ଏପରି ପରିସ୍ଥିତିରେ ବ୍ୟାଙ୍କ୍ କାର୍ଯ୍ୟ ୨ ଦିନ ପର୍ଯ୍ୟନ୍ତ ପ୍ରଭାବିତ ହେବ । ଶନିବାର ହେଉଛି ମାସର ତୃତୀୟ ଶନିବାର । ସେଥିପାଇଁ ଏହି ଦିନ ବ୍ୟାଙ୍କ ଛୁଟି ନଥିଲା। ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ବ୍ୟାଙ୍କ ଛୁଟି ରହିବ ।

ଏହାବି ପଢନ୍ତୁ : Peru Airport: ଉଡ଼ାଣ ଭରିବା ସମୟରେ ବିମାନରେ ଲାଗିଲା ନିଆଁ, ଟ୍ରାକରେ ଥିବା ୨ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା

ଏହାବି ପଢନ୍ତୁ : 7th Pay Commission: ସରକାରୀ କର୍ମଚାରୀଙ୍କ ନିଜ ଘରର ସ୍ୱପ୍ନ ହେବ ସାକାର, ସରକାର କଲେ ବଡ଼ ଘୋଷଣା

ଏହାବି ପଢନ୍ତୁ : Shocking News: ରାସ୍ତାରେ ଯାଉଥିଲା କାର, ଅଚାନକ ଆସି ମାଡ଼ ହେଲା ମିସାଇଲ, ଆଉ ତାପରେ...

ଏହାବି ପଢନ୍ତୁ : Sanjay Raut News: ଅଣ୍ଡା ସେଲରେ ଥିଲେ ସଞ୍ଜୟ ରାଉତ, କହିଲେ ଏପରି ଥିଲା ଜେଲର ମାହୋଲ

ଏହାବି ପଢନ୍ତୁ : PF ଆକାଉଣ୍ଟଧାରୀମାନଙ୍କୁ ମାଗଣାରେ ମିଳିଥାଏ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା! ଏପରି ଉଠାନ୍ତୁ ଲାଭ

ନଭେମ୍ବର ମାସରେ ସମୁଦାୟ ୧୦ ଟି ଛୁଟିଦିନ ରହିବ ବ୍ୟାଙ୍କ । ତେବେ, ସିଲଙ୍ଗ ସର୍କଲ ବ୍ୟତୀତ, ବାକି ମାସ ପାଇଁ କୌଣସି ଅତିରିକ୍ତ ସୂଚନା ରହିବ ନାହିଁ । ୨୩ ନଭେମ୍ବରରେ ସିଲଙ୍ଗ ସର୍କଲରେ ଥିବା ବ୍ୟାଙ୍କଗୁଡିକ ବନ୍ଦ ରହିବ । ଅନ୍ୟପକ୍ଷରେ, ୨୦ ଏବଂ ୨୭ ନଭେମ୍ବର ରବିବାର ଏବଂ୨୬ ନଭେମ୍ବର ଚତୁର୍ଥ ଶନିବାର ହୋଇଥିବାରୁ ବ୍ୟାଙ୍କଗୁଡିକରେ କୌଣସି କାମ ହେବ ନାହିଁ ।