ନବାବ ମଲ୍ଲିକଙ୍କ ଉପରେ ଆକ୍ସନ! Waqf Board ଜମି ସ୍କାମରେ ୭ ଟି ସ୍ଥାନରେ ED ର ରେଡ୍
Advertisement

ନବାବ ମଲ୍ଲିକଙ୍କ ଉପରେ ଆକ୍ସନ! Waqf Board ଜମି ସ୍କାମରେ ୭ ଟି ସ୍ଥାନରେ ED ର ରେଡ୍

ED Raid: ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ପୁଣେ ୱାକଫ ବୋର୍ଡ ଜମି ସ୍କାମ ମାମଲାର ତଦନ୍ତ ନିଜ ଅଧୀନରେ ରଖିଛି । ଆଜି ଏହି ମାମଲାରେ ଇଡି ଅନେକ ସ୍ଥାନରେ ଚଢ଼ାଉ କରିଛି । ୱାକଫ ବୋର୍ଡ ନବାବ ମଲିକଙ୍କ ଅଧୀନରେ ଆସେ ।

 

ନବାବ ମଲ୍ଲିକଙ୍କ ଉପରେ ଆକ୍ସନ! Waqf Board ଜମି ସ୍କାମରେ ୭ ଟି ସ୍ଥାନରେ ED ର ରେଡ୍

ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାରଙ୍କ ବରିଷ୍ଠ ଏନସିପି ନେତା ତଥା ମନ୍ତ୍ରୀ ନବାବ ମଲ୍ଲିକଙ୍କ (Nawab Malik) ସମସ୍ୟା ବଢ଼ିପାରେ । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ପୁଣେ ୱାକଫ ବୋର୍ଡ ଜମି ସ୍କାମ (Pune Waqf Board) ମାମଲାର ତଦନ୍ତ ନିଜ ଅଧୀନରେ ରଖିଛି । ଆଜି ଏହି ମାମଲାରେ ED ଅନେକ ସ୍ଥାନରେ ଚଢ଼ାଉ କରିଛି । ୱାକଫ ବୋର୍ଡ ନବାବ ମଲ୍ଲିକଙ୍କ ଅଧୀନରେ ଆସେ । କୁହାଯାଉଛି ଯେ ୭ ଟି ସ୍ଥାନରେ ଇଡି ଚଢ଼ାଉ କରିଛି ।

କୋଟି କୋଟି ଟଙ୍କାର ସ୍କାମ
ଏହି ମାମଲାରେ ପୁଣେ ପୋଲିସ ଅଗଷ୍ଟରେ ଦୁଇଜଣ ଅଧିକାରୀଙ୍କୁ ଗିରଫ କରିଥିଲା । ଏହି ଅଧିକାରୀମାନେ ଅଫିସରେ ଥିବାବେଳେ ୭.୭୬ କୋଟି ଟଙ୍କା ଆୟ କରିଥିବା ଅଭିଯୋଗ ହୋଇଥିଲା । ବର୍ତ୍ତମାନ ED ଏହି ମାମଲାର ତଦନ୍ତ କରୁଛି । ତେବେ ED ଚଢ଼ାଉ କେଉଁ କେଉଁଠାରେ ଚାଲିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ବିଜେପି ନେତାଙ୍କୁ ଲଗାତାର ଟାର୍ଗେଟ କରୁଛନ୍ତି ନବାବ ମଲ୍ଲିକ 
କହିରଖୁଛୁ ଯେ ସେତେବେଳେ ପୁଣେ ୱାକଫ ବୋର୍ଡ ବିରୋଧରେ ଇଡି ଏହି ପଦକ୍ଷେପ ନେଇଛି ଯେଉଁ ସମୟରେ ନବାବ ମଲ୍ଲିକ କ୍ରୁଜ ଡ୍ରଗ୍ସ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଲିସଙ୍କ (Devendra Fadnavis) ସମେତ ବହୁ ବିଜେପି ନେତାଙ୍କ ଉପରେ ଟାର୍ଗେଟ କରୁଛନ୍ତି । ସିଏମ ଥିବାବେଳେ ଦେବେନ୍ଦ୍ର ଫଡନାଭିସଙ୍କ ଅଣ୍ଡରୱାର୍ଲ୍ଡର ଲୋକଙ୍କୁ ଭିନ୍ନ ଭିନ୍ନ ପୋଷ୍ଟ ଦେବା ଏବଂ ନକଲି ନୋଟ ରାକେଟ ଚଳାଇଥିବାର ଅଭିଯୋଗ ନବାବ ମଲ୍ଲିକ କରିଛନ୍ତି ।

ମଲ୍ଲିକଙ୍କ ପରିବାର ଫଡନାଭିସଙ୍କୁ ମାନହାନୀର ନୋଟିସ ପଠାଇଛି
ଉଲ୍ଲେଖନୀୟ କଥା ହେଉଛି, ଦେବେନ୍ଦ୍ର ଫଡନାଭିସଙ୍କ ବିପକ୍ଷରେ ତାଙ୍କ ଝିଅ ଏବଂ ଜ୍ୱାଇଁ ସମୀର ଖାନ 5 କୋଟି ଟଙ୍କା ମାନହାନୀ ନୋଟିସ ପଠାଇଛନ୍ତି । ଏ ସମ୍ପର୍କରେ ନବାବ ମଲ୍ଲିକ କହିଛନ୍ତି ଯେ ଫଡନାଭିସ କିଛି ଦିନ ପୂର୍ବରୁ ଅଭିଯୋଗ କରିଥିଲେ ଯେ ମୋ ଜ୍ୱାଇଁଙ୍କଠାରୁ ଡ୍ରଗ୍ସ ମିଳିଥିଲା । ବର୍ତ୍ତମାନ ମୋ ଝିଅ ଏହି ଅଭିଯୋଗ ଉପରେ ଫଡନାଭିସଙ୍କ ନୋଟିସ୍ ପଠାଇ କ୍ଷମା ମାଗିବାକୁ କହିଛନ୍ତି । ଯଦି ସେ କ୍ଷମା ମାଗିବି ନାହିଁ, ତେବେ ସେ ମାନହାନି ମକଦ୍ଦମା ଦାୟର କରିବେ ।"

ଏହା ବି ପଢ଼ନ୍ତୁ: ରେଳ ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ! ଖୁବ୍ ଶୀଘ୍ର ହ୍ରାସ ହେବାକୁ ଯାଉଛି ଟ୍ରେନ୍ ଭଡ଼ା, ମିଳିବ ଅନେକ ସୁବିଧା

ଏହା ବି ପଢ଼ନ୍ତୁ: PM Kisan ଯୋଜନାରେ ଦ୍ୱିଗୁଣିତ ହେବାକୁ ଯାଉଛି ଟଙ୍କା? ଏହି ପରି ଚେକ୍ କରନ୍ତୁ କିସ୍ତି ଷ୍ଟେଟସ୍

ଏହା ବି ପଢ଼ନ୍ତୁ: Headaches: ଚା’ ପିଇବା ଦ୍ୱାରା ପ୍ରକୃତରେ ମୁଣ୍ଡବିନ୍ଧା କମ୍ ହୁଏ କି?