ଭଗବାନ ରାମ ଓ ଅଯୋଧ୍ୟାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ନେପାଳ ପ୍ରଧାନମନ୍ତ୍ରୀ ଓଲି
Advertisement

ଭଗବାନ ରାମ ଓ ଅଯୋଧ୍ୟାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ନେପାଳ ପ୍ରଧାନମନ୍ତ୍ରୀ ଓଲି

ନେପାଳର ପ୍ରଧାନମନ୍ତ୍ରୀ ତାଙ୍କ ବାସଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆହୁରି କହିଛନ୍ତି ଯେ, ଭାରତ 'ନକଲି ଅଯୋଧ୍ୟା' ରଖି ନେପାଳର ସାଂସ୍କୃତିକ ତଥ୍ୟକୁ ଅତିକ୍ରମଣ କରିଛି ।

ଭଗବାନ ରାମ ଓ ଅଯୋଧ୍ୟାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ନେପାଳ ପ୍ରଧାନମନ୍ତ୍ରୀ ଓଲି

ନୂଆଦିଲ୍ଲୀ: ନିଜ ବିବାଦୀୟ ପଦକ୍ଷେପ ଯୋଗୁଁ ଭାରତ ପାଇଁ ଆଖିର କଣ୍ଟା ପାଲଟିଥିବା ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ବର୍ତ୍ତମାନ ଏପରି ଏକ ବୟାନ ଦେଇଛନ୍ତି ଯାହା ଦେଶର କୋଟି କୋଟି ଲୋକ ଜମା ପସନ୍ଦ କରିବେ ନାହିଁ । Www.setopati.comର ଖବର ଅନୁଯାୟୀ, ଓଲି ଏକ ବିବାଦୀୟ ବୟାନ ଦେଇ କହିଛନ୍ତି ଯେ, ଅଯୋଧ୍ୟା ନେପାଳରେ ଅଛି ଏବଂ ଭାରତ ଏକ ନକଲି ଅଯୋଧ୍ୟା ଦୁନିଆ ଆଗରେ ରଖି ସାଂସ୍କୃତିକ ଅତିକ୍ରମଣ କରିଛି । ଓଲି ଏତିକିରେ ଅଟକି ନାହାଁନ୍ତି, ସେ କହିଛନ୍ତି ଯେ ପ୍ରଭୁ ରାମ ହେଉଛନ୍ତି ଜଣେ ନେପାଳୀ, ଭାରତର ନୁହେଁ ।

ନେପାଳର ପ୍ରଧାନମନ୍ତ୍ରୀ ତାଙ୍କ ବାସଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆହୁରି କହିଛନ୍ତି ଯେ, ଭାରତ 'ନକଲି ଅଯୋଧ୍ୟା' ରଖି ନେପାଳର ସାଂସ୍କୃତିକ ତଥ୍ୟକୁ ଅତିକ୍ରମଣ କରିଛି । ଭଗବାନ ଶ୍ରୀ ରାମଙ୍କ ସହର ଅଯୋଧ୍ୟା ଉତ୍ତରପ୍ରଦେଶରେ ନୁହେଁ, ବରଂ ନେପାଳର ବାଲ୍ମିକି ଆଶ୍ରମ ନିକଟରେ ଅଛି ।

ଉଲ୍ଲେଖନୀୟ କଥା ହେଉଛି, ବିଗତ ଦିନରେ ନେପାଳ ଏକ ନୂତନ ରାଜନୈତିକ ମାନଚିତ୍ର ଜାରି କରିଥିଲା । ଭାରତର କେତେକ ଅଞ୍ଚଳକୁ ଏହି ମାନଚିତ୍ରରେ ସାମିଲ କରିବାକୁ ନେଇ ବିବାଦ ଦେଇଛି । ଏନେଇ ଭାରତରେ ନେପାଳର ପ୍ରଧାନମନ୍ତ୍ରୀ ଓଲିଙ୍କ ସମାଲୋଚନା ମଧ୍ୟ କରାଯାଉଛି । ଭାରତ ସ୍ପଷ୍ଟ ଭାବେ ମନେ କରେ ଯେ, ନେପାଳ ପ୍ରଧାନମନ୍ତ୍ରୀ ତଥା କମ୍ୟୁନିଷ୍ଟ ପାର୍ଟିର ନେତା କେପି ଶର୍ମା ଓଲି ଏଭଳି ପଦକ୍ଷେପ ଚୀନ ପ୍ରରୋଚନାରେ ନେଉଛନ୍ତି । ଯାହା ତାଙ୍କ ପାଇଁ 'ଆତ୍ମଘାତୀ' ବୋଲି ପ୍ରମାଣିତ ହେବ ।