Rajdhani Express: ଆଉ ଏକ ଦୁର୍ଘଟଣାର ସମ୍ମୁଖିନ୍ନ ହୋଇଥାଆନ୍ତା ରାଜଧାନୀ ଏକ୍ସପ୍ରେସ, ଅଳ୍ପକେ ବର୍ତ୍ତିଲା ନହେଲେ ଯାଇଥାନ୍ତା ଶତାଧିକ ଜୀବନ !
Advertisement

Rajdhani Express: ଆଉ ଏକ ଦୁର୍ଘଟଣାର ସମ୍ମୁଖିନ୍ନ ହୋଇଥାଆନ୍ତା ରାଜଧାନୀ ଏକ୍ସପ୍ରେସ, ଅଳ୍ପକେ ବର୍ତ୍ତିଲା ନହେଲେ ଯାଇଥାନ୍ତା ଶତାଧିକ ଜୀବନ !

ନୂଆଦିଲ୍ଲୀ: ଏକ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ। ନୂଆଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସ ଝାଡ଼ଖଣ୍ଡରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛି। ବାହାନଗାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମନରୁ ନ ଲିଭୁଣୁ ଏହି ଘଟଣା ରେଳଯାତ୍ରୀଙ୍କୁ ଏକ ଶକ୍ତ ଝଟକା ଦେଇଛି। ଘଟଣାଟି ଘଟିଛି ଝା

Rajdhani Express: ଆଉ ଏକ ଦୁର୍ଘଟଣାର ସମ୍ମୁଖିନ୍ନ ହୋଇଥାଆନ୍ତା ରାଜଧାନୀ ଏକ୍ସପ୍ରେସ, ଅଳ୍ପକେ ବର୍ତ୍ତିଲା ନହେଲେ ଯାଇଥାନ୍ତା ଶତାଧିକ ଜୀବନ !

Rajdhani Express: ନୂଆଦିଲ୍ଲୀ: ଏକ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ। ନୂଆଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସ ଝାଡ଼ଖଣ୍ଡରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛି। ବାହାନଗାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମନରୁ ନ ଲିଭୁଣୁ ଏହି ଘଟଣା ରେଳଯାତ୍ରୀଙ୍କୁ ଏକ ଶକ୍ତ ଝଟକା ଦେଇଛି। ଘଟଣାଟି ଘଟିଛି ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାରେ। 

ଘଟଣାଟି ଏହିପରି। ବୋକାରୋ ଜିଲ୍ଲାର ଭୋଜୁଡ଼ିହି ଷ୍ଟେସନ ଦ୍ରୁତ ଗତିରେ ଅତିକ୍ରମ କରୁଥିବା ବେଳେ ରେଲଓ୍ୱେ କ୍ରସିଂ ଗେଟ ଭାଙ୍ଗି ଟ୍ରାକ ଉପରକୁ ମାଡ଼ି ଆସିଥିଲା ଏକ ଟ୍ରାକ୍ଟର। ପରେ ଟ୍ରାକରେ ପିଟି ହୋଇ ଟ୍ରାକ୍ଟରଟି ରହିଯାଇଥିଲା। ଦୂରରୁ ଏହା ଦେଖିପାରି ରାଜଧାନୀ ଏକ୍ସପ୍ରେସ୍‌ ଡ୍ରାଇଭର ବ୍ରେକ୍‌ ମାରି ଗାଡ଼ି ଉପରେ ନିୟନ୍ତ୍ରଣ ଆଣିଥିଲେ। ଫଳରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ସମସ୍ତେ ରକ୍ଷା ପାଇଯାଇଥିଲେ। ଏହି ଘଟଣା ଯୋଗୁଁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ରାଜଧାନୀ ଏକ୍ସପ୍ରେସ୍‌ ୪୫ ମିନିଟ୍‌ ବିଳମ୍ବ ହୋଇଥିଲା।

ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇ ଯାଇଥିବା ଜଣାଯାଇଛି। ପୁଲିସ୍‌ ଟ୍ରାକ୍ଟରଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ରେଲବାଇ ପକ୍ଷରୁ ସେଠାରେ ମୁତୟନ ହୋଇଥିବା ଗେଟ୍‌ମ୍ୟାନ୍‌ଙ୍କୁ ନିଲମ୍ବିତ କରାଯାଇଛି।

ସୂଚନା ଯୋଗ୍ୟ ଗତ ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲାର ବାହାନଗା ଠାରେ ଭାରତ ଇତିହାସରେ ସବୁଠାରୁ ମର୍ମନ୍ତୁଦ ରେଳ ଦୁର୍ଘଟଣା ଦେଖିଥିଲା ବିଶ୍ୱ। ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନରେ ଠିଆ ହୋଇଥିବା ମାଲବାହୀ ଟ୍ରେନ ଉପରେ ଚଢିଯାଇଥିଲା କରମଣ୍ଡଳ ଏକ୍ସପ୍ରେସ। ଏଥିରେ ବେସରକାରୀ ସୂତ୍ର ଅନୁଯାୟୀ ୩୦୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ହୋଇଥିବା ନେଇ ସୂଚନା ରହିଥିଲା। ଏହାଛଡ଼ା ଅନେକ ଯାତ୍ରୀ ଚାପି ହୋଇ ରହିଛନ୍ତି । ଗତ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭.୧୫ ମିନିଟ୍‌ରେ ଏହି ମର୍ମନ୍ତୁଦ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଷ୍ଟେସନ୍‌ ନିକଟରେ ଘଟିଛି । 

ବାହାନାଗା ରେଳ ଷ୍ଟେସନର ଲୁପ ଲାଇନରେ ଛିଡ଼ା ହୋଇଥିଲା ମାଲ୍‌ବାହୀ ଟ୍ରେନ୍‌। ଠିକ୍‌ ସେହି ସମୟରେ ହାୱାଡ଼ାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍‌ ମାଲ୍‌ବାହୀ ଟ୍ରେନ୍‌ ଉପରେ ଚଢ଼ି ଯାଇଥିଲା। ପ୍ରାୟ ୭ଟି ବଗି ଦୁର୍ଘଟଣା ପରେ ଓଲଟି ପଡ଼ିଥିଲା। ଘନ ଅନ୍ଧକାର ଭିତରେ ଅନେକ ଯାତ୍ରୀ ଚାପି ହୋଇ ଚିତ୍କାର ଚିତ୍କାର କରିଥିଲେ। ସ୍ଥାନୀୟ ଲୋକେ ଯଥା ସମ୍ଭବ ଚେଷ୍ଟା କରି ଯାତ୍ରୀମାନଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ ନେଇଥିଲେ।

Also Read: Oval Test: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଏହା ହେବ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ; ଦୁଇ ବଡ଼ ଖେଳାଳି ପଡିବେ ବାଦ୍!

Also Read: Road Accident: ରେଳ ଦୁର୍ଘଟଣା ମନରୁ ନ ଲିଭୁଣୁ ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ