କୋରୋନା ପରେ ପୁଣି ଡ଼ରାଇଲାଣି Ebola
Advertisement
Article Detail0/zeeodisha/odisha849600

କୋରୋନା ପରେ ପୁଣି ଡ଼ରାଇଲାଣି Ebola

କୋରୋନା ମହାମାରୀ ପାଇଁ ସ୍ବଦେଶୀ ଭ୍ୟାକସିନ ଆସିବା ପରେ ବିଶ୍ୱ ଟିକେ ଆଶ୍ୱସ୍ତି ପାଇଥିଲା । ହେଲେ ମନରେ ପୁଣି ଭୟ ସଞ୍ଚାର କରିଲାଣି ଇବୋଲା ଭାଇରସ ।

କୋରୋନା ପରେ ପୁଣି ଡ଼ରାଇଲାଣି Ebola

ନୂଆଦିଲ୍ଲୀ:  କୋରୋନା ମହାମାରୀରୁ ପୁରା ବିଶ୍ୱ ଶତପ୍ରତିଶତ ଭାବେ ମୁକ୍ତି ପାଇନଥିବା ବେଳେ ଏବେ ପୁଣି ଘାରିଲାଣି ଇବୋଲା ଆତଙ୍କ । କୋରୋନା ମହାମାରୀ ପାଇଁ ସ୍ବଦେଶୀ ଭ୍ୟାକସିନ ଆସିବା ପରେ ବିଶ୍ୱ ଟିକେ ଆଶ୍ୱସ୍ତି ପାଇଥିଲା । ହେଲେ ମନରେ ପୁଣି ଭୟ ସଞ୍ଚାର କରିଲାଣି ଇବୋଲା ଭାଇରସ । କେବଳ ଭୟ ନୁହେଁ ଲୋକଙ୍କୁ ସଂକ୍ରମଣ କରିବା ସହ ଜୀବନ ମଧ୍ୟ ନେଉଛି ।

ପଶ୍ଚିମ ଆଫ୍ରିକୀୟ (West Africa) ରାଷ୍ଟ୍ର ଗିନି (Guinea) ରେ ପୁଣି ଭୟଙ୍କର ଇବୋଲା (Ebola) ରୋଗ ତା ଆତଙ୍କ ଦେଖାଇଛି । ଏହି ଭୂତାଣୁ ଜନିତ ରୋଗରେ ୭ ଜଣ ପୀଡ଼ିତ ହୋଇଥିବା ଚିହ୍ନଟ ହୋଇଥିବା‌ ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଜଣାପଡ଼ିଛି । ଯାହାକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) World Health Organization ର ଚିନ୍ତା ବଢିଯାଇଛି । ଫଳରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଗିନିକୁ ଜରୁରୀ ସହାୟତାର ହାତ ବଢ଼ାଇଛି । ଆଫ୍ରିକା ପାଇଁ ନିଯୁକ୍ତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଆଞ୍ଚଳିକ ନିର୍ଦ୍ଦେଶକ କହିଛନ୍ତି ଯେ, ଗିନିରେ ଇବୋଲା ରୋଗ ବାହାରିବା ଏକ ଗଭୀର ଚିନ୍ତାର ବିଷୟ । 

Also Read: ପୁଣି ମୁଣ୍ଡ ଟେକିଲା ବିବାଦ; ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଦେଇ ଅର୍ଦ୍ଧନଗ୍ନ ହେଲେ Singer Rihana

ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ନର୍ସ ୨୮ ଜାନୁଆରୀ ୨୦୨୧ ରେ ମୃତ୍ୟୁବରଣ କରିଥିଲେ। ତାଙ୍କର ଶେଷକୃତ୍ୟରେ ଯୋଗ ଦେଇଥିବା ୬ ଜଣ ଲୋକ ଇବୋଲା ରୋଗ (Ebola Virus)ରେ ପୀଡ଼ିତ ଥିବା ଜଣାପଡ଼ିଥିଲା । ସେହି ପୀଡ଼ିତଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରିଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏଠାରେ କହିରଖୁଛୁ ଯେ, ବର୍ଷ ୨୦୧୪-୨୦୧୬ରେ ପଶ୍ଚିମ ଆଫ୍ରିକାରେ ଇବୋଲା ଭାଇରସ ତାଣ୍ଡବ ରଚାଇଥିଲା । ତେବେ ସେହି ସମୟରେ ଏହି ଗିନି (Guinea) ଦେଶ ମଧ୍ୟ ଏହି ଭାଇରସରୁ ମୁକୁଳିପାରିନଥିଲା ।

Also Read: ସାରଥୀ ରିଟର୍ଣ୍ଣସ: ପୁଣି ଶୁଣିବାକୁ ମିଳିବ ମାନ୍ୟବର...

ଆଉ ଏବେ ଏହି ଇବୋଲା ଭାଇରସ ପୁଣି ଆତଙ୍କ ଖେଳାଇଥିବା ବେଳେ ପୁରା ଘଟଣା ଉପରେ ନଜର ରଖିଛନ୍ତି ହୁ( WHO) ର ଅଧିକାରୀ । ସେଠାରେ ରହି ନୀରିକ୍ଷଣ କରିବା ସହ ସଂକ୍ରମଣ ରୋକିବା ଏବଂ ସ୍ୱାସ୍ଥ୍ୟ ସୁବିଧା ତଥା ଅନ୍ୟାନ୍ୟ ପ୍ରମୁଖ ସ୍ଥାନଗୁଡିକରେ ଏହି ଭାଇରସ (Virus) କୁ କିପରି ନିୟନ୍ତ୍ର କରିବେ ସେଥିପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ ।