ମହାଶିବରାତ୍ରୀରେ ଖସିଲା ତୈଳଦର, ଜାଣି ନିଅନ୍ତୁ କେତେ ରହିଛି ଆପଣଙ୍କ ସହରରେ ଦର
Advertisement

ମହାଶିବରାତ୍ରୀରେ ଖସିଲା ତୈଳଦର, ଜାଣି ନିଅନ୍ତୁ କେତେ ରହିଛି ଆପଣଙ୍କ ସହରରେ ଦର

New Oil Price: ଆସିଯାଇଛି ନୂଆ ତୈଳ ଦର। ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବା ପରେ ଖସିଛି ଦର। ଦେଶର ପ୍ରମୁଖ ସହରରେ ତୈଳଦରରେ ହ୍ରାସ ପାଇଥିବା ବେଳେ କେତେ ରହିଛି ଆପଣଙ୍କ ସହରରେ ଦର, ଜାଣିବା ପଢନ୍ତୁ ପୁରା ରିପୋର୍ଟ...

ମହାଶିବରାତ୍ରୀରେ ଖସିଲା ତୈଳଦର, ଜାଣି ନିଅନ୍ତୁ କେତେ ରହିଛି ଆପଣଙ୍କ ସହରରେ ଦର

new oil price: ନୂଆଦିଲ୍ଲୀ: ଶନିବାର ଦିନ ବିଶ୍ୱ ବଜାରରେ ଅଶୋଧିତ ତୈଳଦରର (Crude Oil) ମୂଲ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଆଜି WTI ଅଶୋଧିତ ବ୍ୟାରେଲ ପିଛା ୨.୧୫ ଡଲାର କିମ୍ବା ୨.୭୪ ପ୍ରତିଶତ ହ୍ରାସ ପାଇ ୭୬.୩୪ ଡଲାରରେ କାରବାର କରୁଛି। ଅନ୍ୟପକ୍ଷରେ, ବ୍ରେଣ୍ଟ ଅଶୋଧିତ ମୂଲ୍ୟ ମଧ୍ୟ ୨.୧୪ ଡଲାର (୨.୫୧%) ହ୍ରାସ ପାଇ ୮୩ ଡଲାରରେ ପହଞ୍ଚିଛି। ଦେଶର ତୈଳ କମ୍ପାନୀଗୁଡିକ ପ୍ରତିଦିନ ସକାଳ ଭଳି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସଂଶୋଧନ କରିଛନ୍ତି। ଅନେକ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପରିବର୍ତ୍ତନ ହୋଇଥିବା ଜଣାପଡିଛି।

ମହାରାଷ୍ଟ୍ରରେ ପେଟ୍ରୋଲ ମୂଲ୍ୟ ୧.୦୨ ଟଙ୍କା ହ୍ରାସ ପାଇ ଲିଟର ପିଛା ୧୦୬.୧୫ ଟଙ୍କା ହୋଇଛି। ୯୯ ପଇସା ହ୍ରାସ ପାଇବା ପରେ ଏଠାରେ ଡିଜେଲ ଲିଟର ପିଛା ୯୨.୬୭ ଟଙ୍କାରେ ବିକ୍ରି ହେଉଛି। ତେବେ ଏହା ବ୍ୟତୀତ ଅନେକ ରାଜ୍ୟରେ ଇନ୍ଧନ ମହଙ୍ଗା ହୋଇଛି। ପଞ୍ଜାବରେ ପେଟ୍ରୋଲ ୨୨ ପଇସା ଏବଂ ଡିଜେଲ ୨୩ ପଇସା ମହଙ୍ଗା ହୋଇଛି। ଉତ୍ତରପ୍ରଦେଶରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୨୨ ପଇସା ବୃଦ୍ଧି ଘଟିଛି। ତାମିଲନାଡୁ, ରାଜସ୍ଥାନ, ହରିୟାଣା ଏବଂ କର୍ଣ୍ଣାଟକରେ ମଧ୍ୟ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇଛି।

ଦିଲ୍ଲୀରେ ପେଟ୍ରୋଲ ଦର ପରିବର୍ତ୍ତନ ପରେ ଆଜି ଲିଟର ପିଛା ୯୬.୭୨ ଟଙ୍କା ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୬.୩୧ ଟଙ୍କା ରହିଥିବା ବେଳେ କୋଲକାତାରେ ୧୦୬.୦୩ ଟଙ୍କା ଓ ଚେନ୍ନାଇରେ ୧୦୨.୬୩ ଟଙ୍କା ରହିଛି। ସେହିପରି ଯଦି ଡିଜେଲ ଦର ଦେଖାଯାଏ ତେବେ ଦିଲ୍ଲୀରେ ୮୯.୬୨ ଟଙ୍କାରେ ବିକ୍ରି ହେଉଛି। ମୁମ୍ବାଇରେ ୯୪.୨୭ ଟଙ୍କା ରହିଥିବା ବେଳେ କୋଲକାତାରେ ୯୨.୭୬ ଟଙ୍କା ଓ ଚେନ୍ନାଇରେ ୯୪.୨୪ ଟଙ୍କାରେ ବିକ୍ରି ହେଉଛି। 

ଅନ୍ୟ ସହର ଗୁଡ଼ିକ ମଧ୍ୟରେ ପେଟ୍ରୋଲ ଲିଟର ପିଛା ନୋଏଡ଼ାରେ ୯୬.୭୯ ଟଙ୍କା, ଗାଜିଆବାଦରେ ୯୬.୫୮ ଟଙ୍କା, ଲକ୍ଷ୍ନୌରେ ୯୬.୪୭ ଟଙ୍କା, ପାଟନାରେ ୧୦୭.୨୪ ଟଙ୍କା, ପୋର୍ଟବ୍ଲେୟାରରେ ୮୪.୧୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି। ସେହିପରି ଡିଜେଲ ଲିଟର ପିଛା ନୋଏଡ଼ାରେ ୮୯.୯୬ ରହିଥିବା ବେଳେ ଗାଜିଆବାଦରେ ୮୯.୭୫ ଟଙ୍କା, ଲକ୍ଷ୍ନୌରେ ୮୯.୬୬ ଟଙ୍କା, ପାଟନାରେ ୯୪.୦୪ ଟଙ୍କା, ପୋର୍ଟ ବ୍ଲେୟାରରେ ୭୯.୭୪ ଟଙ୍କା ରହିଥିବା ଦେଖିବାକୁ ମିଳିଛି। 

ଏଠାରେ କହି ରଖୁ କି ପ୍ରତିଦିନ ସକାଳ ୬ଟାରେ ନୂତନ ତୈଳଦର ସାମ୍ନାକୁ ଆସିଥାଏ। ଏହି ତୈଳଦରକୁ ତୈଳ କମ୍ପାନୀ ଗୁଡ଼ିକ ପ୍ରକାଶ କରିଥାନ୍ତି। ପେଟ୍ରୋଲ ଓ ଡିଜେଲ ଦରରେ ଏକସାଇଜ ଡ୍ୟୁଟି, ଡିଲର କମିଶନ, ଭାଟ ଓ ଅନ୍ୟ କର ସବୁକୁ ଯୋଡ଼ିବା ପରେ ହିଁ ମୂଲ୍ୟ ଧାର୍ଯ୍ୟ କରାଯାଇଥାଏ। ଏହି ସବୁ କର ଲାଗିବା କାରଣରୁ ତୈଳଦର ଦୁଇଗୁଣା ହୋଇଯାଇଥାଏ। ଫଳରେ ଏହିସବୁ କାରଣରୁ ଆମକୁ ଅଧିକ ଦର ଦେଇ ତେଲ କିଣିବାକୁ ପଡ଼ିଥାଏ। 

ଆପଣ ଯଦି ତୈଳ ଦର ଜାଣିବାକୁ ଚାହୁଁଥାନ୍ତି ତେବେ ଆପଣ SMS ଜରିଆରେ ମଧ୍ୟ ତୈଳଦର ଜାଣି ପାରିବେ। ଇଣ୍ଡିଆନ୍ ଅଏଲ୍ ଗ୍ରାହକମାନେ RSP ଏବଂ ସେମାନଙ୍କ ସିଟି କୋଡ୍ 9224992249 କୁ ପଠାଇ ସୂଚନା ପାଇପାରିବେ ଏବଂ BPCL ଗ୍ରାହକମାନେ RSP ଏବଂ ସେମାନଙ୍କ ସିଟି କୋଡ୍ ଟାଇପ୍ କରି 9223112222 କୁ SMS ପଠାଇ ସୂଚନା ପାଇପାରିବେ। ଯେତେବେଳେ କି, HPCL ଗ୍ରାହକମାନେ HPPrice ଏବଂ ସେମାନଙ୍କର ସିଟି କୋଡ୍ 9222201122 କୁ ପଠାଇ ମୂଲ୍ୟ ଜାଣିପାରିବେ।

Also Read: Mahashivratri 2023: ମହାଶିବରାତ୍ରୀରେ ପୂଜାରେ ଚଢାନ୍ତୁ ନାହିଁ ଏହି ଫଳ, ନହେଲେ ମାଡ଼ି ଆସିବ ମହାବିପତ୍ତି