ଭାରତରେ ୭୦ % ବିଜୁଳି ଉତ୍ପାଦନ କୋଇଲା (Coal) ଦ୍ୱାରା ହୋଇଥାଏ। କିନ୍ତୁ କୋଇଲା ପରିବହନ ପାଇଁ ରେଳୱେ ରେକ୍ ଉପଲବ୍ଧତା କମ ହେବା ଏବଂ କୋଇଲା ଆମଦାନୀ ହ୍ରାସ ଯୋଗୁ ଯୋଗାଣ ବାଧିତ ହୋଇଛି । ଏମିତିରେ ଦେଶରେ ବଢୁଥିବା ବିଜୁଳି ଚାହିଦା ସମ୍ପୂର୍ଣ୍ଣ ହୋଇପାରୁନାହିଁ ।
Trending Photos
ନୂଆଦିଲ୍ଲୀ: ଭୀଷଣ ଗ୍ରୀଷ୍ମ ଏବଂ କୋଇଲା ଅଭାବ ଭିତରେ ଭାରତରେ ନୂଆ ବିଜୁଳି ସଙ୍କଟ ସୃଷ୍ଟି ହୋଇଛି । ବିଜୁଳି ଚାହିଦା ବଢ଼ବାରୁ ପଞ୍ଜାବ, ଉତ୍ତର ପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶ ସମେତ ଅନେକ ରାଜ୍ୟକୁ ବିଜୁଳି କାଟ୍ କରିବାକୁ ପଡ଼ୁଛି । କିଛି ସ୍ଥାନରେ ଏହି କାଟ୍ ୮ ଘଣ୍ଟା ଯାଏ ରହୁଛି । ଏମିତିରେ ଲୋକଙ୍କୁ ଭୀଷଣ ଗରମର ସାମ୍ନା କରିବାକୁ ପଡ଼ୁଛି ।
ଭାରତରେ ୭୦ % ବିଜୁଳି ଉତ୍ପାଦନ କୋଇଲା (Coal) ଦ୍ୱାରା ହୋଇଥାଏ। କିନ୍ତୁ କୋଇଲା ପରିବହନ ପାଇଁ ରେଳୱେ ରେକ୍ ଉପଲବ୍ଧତା କମ ହେବା ଏବଂ କୋଇଲା ଆମଦାନୀ ହ୍ରାସ ଯୋଗୁ ଯୋଗାଣ ବାଧିତ ହୋଇଛି । ଏମିତିରେ ଦେଶରେ ବଢୁଥିବା ବିଜୁଳି ଚାହିଦା ସମ୍ପୂର୍ଣ୍ଣ ହୋଇପାରୁନାହିଁ । କୋରୋନା (Coronavirus) ମହାମାରୀ ହ୍ରାସ ହେବା ପରେ ଆର୍ଥିକ ଗତିବିଧି ପୁଣି ଥରେ ବଢ଼ିବା ଏବଂ ଦେଶରେ ଅତ୍ୟନ୍ତ ଗରମ ହେବାରୁ ବିଜୁଳିର ଚାହିଦା ବଢ଼ିଯାଇଛି ।
୧୯୦୧ ପରେ ନ୍ୟାସନାଲ ଆଭେରେଜ୍ ରେକର୍ଡ ୯୨ ଡିଗ୍ରୀ
ଦେଶର ଅନେକ ଅଞ୍ଚଳରେ ତାପମାତ୍ରା ଲଗାତାର ବଢ଼ିବାରେ ଲାଗିଛି, ଯାହା ଦ୍ୱାରା ପାଣିପାଗ ବିଭାଗ ଅଂଶୁଘାତ ଚେତାବନୀ ଜାରି କରିଛି । ଭାରତୀୟ ପାଣିପାଗ ବିଭାଗ ଅନୁସାରେ, ଦେଶର ରାଜଧାନୀ ନୂଆ ଦିଲ୍ଲୀରେ ଏପ୍ରିଲ ୨୦ରେ ତାପମାତ୍ରା ୧୦୮.୭ ଡିଗ୍ରୀ ଫାରେନହାଇଟ୍ (୪୨.୬ ଡିଗ୍ରୀ ସେଲସିଅସ) ରେକର୍ଡ କରାଯାଇଥିଲା । ଏହା ୫ ବର୍ଷରେ ସବୁଠାରୁ ଗରମ ଦିନ ଥିଲା । ମାର୍ଚ୍ଚରେ ନ୍ୟାସନାଲ ଆଭେରେଜ୍ ରେକର୍ଡ ୯୨ ଡିଗ୍ରୀ ଯାଏ ପହଞ୍ଚିଥିଲା, ୧୯୦୧ ପରେ ସବୁଠାରୁ ଅଧିକ ।
Also Read: ଟ୍ରଫି ଶିକାର ନାଁରେ ବିଶ୍ୱର ସବୁଠୁ ବଡ଼ ଦାନ୍ତ ଥିବା ହାତୀକୁ ହତ୍ୟା, ସରକାର ପାଇଲେ ୪୦ ଲକ୍ଷ ଟଙ୍କା
କୋଇଲାର କେବଳ ୮ ଦିନର ଷ୍ଟକ୍
ଶକ୍ତି ମନ୍ତ୍ରାଳୟ ଅନୁସାରେ, ଏପ୍ରିଲ ୧୯କୁ ବିଜୁଳି ଉତ୍ପାଦକଙ୍କ ପାଖରେ ଯେଉଁ ଷ୍ଟକ୍ ଥିଲା, ଯାହା ହାରାହାରି ୮ ଦିନ ପାଇଁ ଚାଲିଥାନ୍ତା । ଚଳିତ ମାସ ପ୍ରଥମ ଅର୍ଦ୍ଧରେ ଉତ୍ପାଦନରେ ୨୭%ର ବୃଦ୍ଧି ସତ୍ତ୍ୱେ ରାଜ୍ୟ ଅଧିନରେ ଥିବା କୋଲ୍ ଇଣ୍ଡିଆ ଲିମିଟେଡ୍ ଚାହିଦା ପୂରଣ କରିପାରୁନାହିଁ । କୋଲ୍ ଇଣ୍ଡିଆ ଏସିଆର କିଛି ସବୁଠାରୁ ବଡ଼ କୋଇଲା ଖଣିକୁ ପରିଚାଳନା କରିଥାଏ ।
ଚାହିଦା ଅଧିକ, କୋଇଲା କମ୍
ଅଲ୍ ଇଣ୍ଡିଆ ପାୱର ଇଞ୍ଜିନିୟର୍ସ ଫେଡେରେସନର ଶୈଳେନ୍ଦ୍ର ଦୁବେ କହିଛନ୍ତି, 'ଦେଶବ୍ୟାପୀ ଥର୍ମାଲ ପ୍ଲାଣ୍ଟ କୋଇଲା ସଙ୍କଟ ଦେଇ ଗତି କରୁଛି, କାରଣ ରାଜ୍ୟରେ ବିଜୁଳିର ଦର ବଢ଼ିଯାଇଛି । ଏମିତିରେ ଭୀଷଣ ଗରମରେ କୋଇଲା ସଙ୍କଟ କୌଣସି ନୂଆ କଥା ନୁହେଁ । ଏହିପରି ଦୀର୍ଘ ଦିନ ଧରି ଚାଲିଆସୁଛି । ଏହାର ମୁଖ୍ୟ କାରଣ ହେଉଛି କୋଲ୍ ଇଣ୍ଡିଆ ଉତ୍ପାଦନ ବୃଦ୍ଧି କରିବାରେ ଅସମର୍ଥ । ଗତବର୍ଷ ମଧ୍ୟ ଅର୍ଥନୀତି ସୁଧୁରିବା ସମୟରେ ଦେଶରେ ଏଭଳି ସଙ୍କଟ ଦେଖିବାକୁ ମିଳିଥିଲା ।
Also Read: Electric Scooterରେ ଅଗ୍ନିକାଣ୍ତ ମାମଲା; ଏମିତି ବୟାନ ଦେଲେ ପରିପହନ ମନ୍ତ୍ରୀ ନିତିନ ଗଡକରୀ
ଆଗାମୀ ସମୟରେ ବଢ଼ିପାରେ ଅସୁବିଧା
ଆଗାମୀ ସମୟରେ ମୌସୁମୀ ବର୍ଷା ସହ, କୋଇଲା ଖାଦାନରେ ପାଣି ଭର୍ତ୍ତି ହୋଇପାରେ ଏବଂ ପରିବହନରେ ମଧ୍ୟ ଅସୁବିଧା ସୃଷ୍ଟି ହୋଇପାରେ । ଏହା ଦ୍ୱାରା କୋଇଲା ଉତ୍ପାଦନ ଏବଂ ଯୋଗାଣ କମ ହୋଇପାରେ । ମୌସୁମୀ ପୂର୍ବରୁ ପ୍ରଥମେ କୋଇଲା ଷ୍ଟକ୍ ଜମା କରାଯାଇଥାଏ । ତେବେ ଭାରି ଚାହିଦା ଯୋଗୁ ଏହା ହୋଇପାରୁନାହିଁ ।