Electric Scooterରେ ଅଗ୍ନିକାଣ୍ତ ମାମଲା; ଏମିତି ବୟାନ ଦେଲେ ପରିପହନ ମନ୍ତ୍ରୀ ନିତିନ ଗଡକରୀ
Advertisement
Article Detail0/zeeodisha/odisha1160767

Electric Scooterରେ ଅଗ୍ନିକାଣ୍ତ ମାମଲା; ଏମିତି ବୟାନ ଦେଲେ ପରିପହନ ମନ୍ତ୍ରୀ ନିତିନ ଗଡକରୀ

କେନ୍ଦ୍ର ମନ୍ତ୍ରୀ ଏକ ଟୁଇଟ୍ ଜରିଆରେ କହିଛନ୍ତି, 'ଏହି ଘଟଣାଗୁଡ଼ିକର ଯାଞ୍ଚ କରିବା ଏବଂ ସଂଶୋଧନ ପଦକ୍ଷେପ ଉପରେ ସୁପାରିଶ କରିବା ପାଇଁ ଆମେ ଏକ ବିଶେଷଜ୍ଞ କମିଟି ଗଠନ କରିଛୁ। ବୈଦ୍ୟୁତିକ ଯାନଗୁଡିକ ପାଇଁ ନୂତନ ଗୁଣାତ୍ମକ-ନିର୍ଦ୍ଦେଶାବଳୀ ଆଣିବା ପାଇଁ ମନ୍ତ୍ରୀ ଗଡକରୀ ପ୍ରତିଶୃତି ମଧ୍ୟ ଦେଇଛନ୍ତି।'

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ପରିବେଶ ସୁରକ୍ଷା ପାଇଁ ବିଦୁତ ଚାଳିତ ଯାନବାହାନର ଅବଦାନ ଅଧିକ। ଏଥିରେ ବିଦ୍ୟୁତ ଚାଳିତ ସ୍କୁଟର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି। କିନ୍ତୁ ଗତ ଦୁଇ ମାସ ମଧ୍ୟରେ ଦେଶର ଏକଧିକ ବିଦ୍ୟୁତ ଚାଳିତ ସ୍କୁଟରରେ ଅଗ୍ନିକାଣ୍ଡ ଘଟିଛି। ଯାହାପରେ ଏହି ସ୍କୁଟର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଗୁରୁବାର ତେଲେଙ୍ଗାନାରେ ଏକ ବିଦ୍ୟୁତ ଚାଳିତ ସ୍କୁଟରରେ ଅଗ୍ନିକାଣ୍ଡ ଘଟିଛି, ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଥିଲେ। ଏହି ଘଟଣା ପରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ନିଜର ପ୍ରତିକ୍ରିୟା ରଖିଛନ୍ତି।

ବୈଦ୍ୟୁତିକ ସ୍କୁଟର (Electric Scooter) ରେ ଅଗ୍ନିକାଣ୍ଡ ସହ ଜଡିତ ଅନେକ ଘଟଣା ସମ୍ପର୍କରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ (Nitin Gadkari) ଗୁରୁବାର କହିଛନ୍ତି ଯେ, ଏହି ଦୁର୍ଘଟଣାର ଏକ ବିଶେଷଜ୍ଞ କମିଟି ଯାଞ୍ଚ କରିବ। ଏହା ସହିତ ସେ ମୋଟା ଅଙ୍କର ଜରିମାନା ବିଷୟରେ ମଧ୍ୟ କହିଥିଲେ। ଏକ ଟ୍ୱିଟ୍‌ରେ ସେ ଲେଖିଛନ୍ତି, 'ଗତ ଦୁଇ ମାସ ମଧ୍ୟରେ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ (Two Wheelers) ସହ ଜଡିତ ଅନେକ ଦୁର୍ଘଟଣା ସାମ୍ନାକୁ ଆସିଛି। ଏହା ଦୁର୍ଭାଗ୍ୟଜନକ ଯେ, କିଛି ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ମଧ୍ୟ ହୋଇଛନ୍ତି।'

Also Read: Russia Ukraine War: ଆମେରିକାର ବଡ଼ ଘୋଷଣା, ବାଇଡେନଙ୍କ ଏହି ପଦକ୍ଷେପକୁ ବିଶ୍ୱ କରୁଛି ପ୍ରଶଂସା

କେନ୍ଦ୍ର ମନ୍ତ୍ରୀ ଏକ ଟୁଇଟ୍ ଜରିଆରେ କହିଛନ୍ତି, 'ଏହି ଘଟଣାଗୁଡ଼ିକର ଯାଞ୍ଚ କରିବା ଏବଂ ସଂଶୋଧନ ପଦକ୍ଷେପ ଉପରେ ସୁପାରିଶ କରିବା ପାଇଁ ଆମେ ଏକ ବିଶେଷଜ୍ଞ କମିଟି ଗଠନ କରିଛୁ। ବୈଦ୍ୟୁତିକ ଯାନଗୁଡିକ ପାଇଁ ନୂତନ ଗୁଣାତ୍ମକ-ନିର୍ଦ୍ଦେଶାବଳୀ ଆଣିବା ପାଇଁ ମନ୍ତ୍ରୀ ଗଡକରୀ ପ୍ରତିଶୃତି ମଧ୍ୟ ଦେଇଛନ୍ତି।' ସେ ଲେଖିଛନ୍ତି, 'ରିପୋର୍ଟକୁ ଆଧାର କରି ଆମେ ଡିଫଲ୍ଟ କମ୍ପାନୀଗୁଡିକ ଉପରେ ଆବଶ୍ୟକ ନିର୍ଦ୍ଦେଶ ଜାରି କରିବୁ। ଆମେ ଶୀଘ୍ର ବୈଦ୍ୟୁତିକ ଯାନ (EV) ପାଇଁ ଗୁଣାତ୍ମକ-ନିର୍ଦ୍ଦେଶାବଳୀ ପ୍ରଦାନ କରିବୁ। ଯଦି କୌଣସି କମ୍ପାନୀ ଏହାର ପ୍ରକ୍ରିୟାରେ ଅବହେଳା କରନ୍ତି, ତେବେ ଜୋରିମାନା ଲାଗୁ ହେବ। ସମସ୍ତ ତ୍ରୁଟିପୂର୍ଣ୍ଣ ଯାନଗୁଡ଼ିକୁ ଫେରାଇ ନେବା ପାଇଁ କମ୍ପାନୀ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି।'

ଯାତ୍ରୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଉଲ୍ଲେଖ କରି ପରିବହନ ମନ୍ତ୍ରୀ କମ୍ପାନୀମାନଙ୍କୁ ଏହି ପ୍ରସଙ୍ଗରେ ସକ୍ରିୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ସେ ଟ୍ୱିଟ୍ କରି କହିଛନ୍ତି ଯେ, ମଝିରେ ମଝିରେ କମ୍ପାନୀଗୁଡିକ ସମସ୍ତ ତ୍ରୁଟିପୂର୍ଣ୍ଣ ଯାନକୁ ତୁରନ୍ତ ଫେରାଇ ନେବା ପାଇଁ ଆଗୁଆ ପଦକ୍ଷେପ ନେଇପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଙ୍କ ନେତୃତ୍ୱରେ ଆମ ସରକାର ପ୍ରତ୍ୟେକ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ପ୍ରତିବଦ୍ଧ ବୋଲି ଗଡକରୀ କହିଛନ୍ତି।