Weather Update: ଆଗାମୀ ୨୪ ଘଣ୍ଟାରେ ଏହି ୬ ରାଜ୍ୟରେ ପ୍ରବଳ ବର୍ଷା !
Advertisement
Article Detail0/zeeodisha/odisha1456217

Weather Update: ଆଗାମୀ ୨୪ ଘଣ୍ଟାରେ ଏହି ୬ ରାଜ୍ୟରେ ପ୍ରବଳ ବର୍ଷା !

Rain Alert News: ଶୀତ ଦିନେ ପୁଣି ବର୍ଷାର ଆଶଙ୍କା । ଆକଳନ କରିଛି ପାଣିପାଗ ବିଭାଗ । ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଖୁବ୍ ଶୀଘ୍ର ଏକ ସାଇକ୍ଲୋନିକ୍ ଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି । ଯେଉଁ କାରଣରୁ ପ୍ରବଳ ବର୍ଷାର ଅବଧି ଏହି ଅଞ୍ଚଳରେ ପୁଣି ଆରମ୍ଭ ହୋଇପାରେ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ। ଯାହାକୁ ନେଇ ଚାଷୀ ମନରେ ଛନକା ପଶିଛି।

Weather Update: ଆଗାମୀ ୨୪ ଘଣ୍ଟାରେ ଏହି ୬ ରାଜ୍ୟରେ ପ୍ରବଳ ବର୍ଷା !

Weather Update: ନଭେମ୍ବର ମାସ ଶେଷ ହେବାକୁ ବସିଲାଣି । ତଥାପି ଯେଉଁ ସମୟରେ ହାଡ ଭଙ୍ଗା ଶୀତ ଅନୁଭବ ହେବା କଥା ତାହା ଦେଖାଯାଉନି । ଦେଶରେ ଅଜବ ପ୍ରକାରର ପାଣିପାଗ ଦେଖାଦେଉଛି। କିଛି କିଛି ସ୍ଥାନରେ ବର୍ଷା ହେଉଛି, କିଛି କିଛି ସ୍ଥାନରେ ତୁଷାରପାତ ହେଉଛି । ଏବଂ ଅନ୍ୟ କେଉଁଠି ସାମାନ୍ୟ ଖରାଦିନ ପରି ପାଗ ଅନୁଭୂତ ହେଉଛି। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାଗ ଦ୍ରୁତ ଗତିରେ ବଦଳିବାକୁ ଯାଉଛି । ୬ ଟି ରାଜ୍ୟରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ଆକଳନ କରିଛି ପାଣିପାଗ ବିଭାଗ। ଏହାସହ ପ୍ରବଳ ବେଗରେ ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କେତେକ ଅଞ୍ଚଳରେ ତୁଷାରପାତ ହେବ ଏବଂ ସେଠାରେ ଶୀତ ଲହରି ଆସିବା ନେଇ ମଧ୍ୟ ପାଣିପାଗ ବିଭାଗ କହିଛି।

ପାଣିପାଗ ବିଭାଗ (Metrological Department) ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ କର୍ଣ୍ଣାଟକ, ଆଣ୍ଡାମାନ-ନିକୋବର, ଆନ୍ଧ୍ରପ୍ରଦେଶର କିଛି ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ତାମିଲନାଡୁର ଉତ୍ତର ଭାଗରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଗୋଆ, ତେଲେଙ୍ଗାନା ଏବଂ ଲାକ୍ଷାଦ୍ୱୀପର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା (Rain Alert) ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଖୁବ୍ ଶୀଘ୍ର ଏକ ସାଇକ୍ଲୋନିକ୍ ଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି । ଯେଉଁ କାରଣରୁ ପ୍ରବଳ ବର୍ଷାର ଅବଧି ଏହି ଅଞ୍ଚଳରେ ପୁଣି ଆରମ୍ଭ ହୋଇପାରେ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ। 

Also Read: Google Search: ଭୁଲରେ ବି ଗୁଗୁଲରେ କରନ୍ତୁନି ଏମିତି ସର୍ଚ୍ଚ, ନହେଲେ ସିଧା ଜେଲରେ !

ପାଣିପାଗ ବିଭାଗ (ଆଇଏମଡି) Indian Metrological Department) ର ବୈଜ୍ଞାନିକମାନଙ୍କ କହିବାନୁସାରେ, ଆଗାମୀ ତିନିଦିନ ମଧ୍ୟରେ ବିହାର ଏବଂଝାଡ଼ଖଣ୍ଡର ତାପମାତ୍ରା ଦ୍ରୁତଗତିରେ ହ୍ରାସ ପାଇବ । ଏହି ସମୟରେ, ପାଗର ପାରା ଦୁଇରୁ ତିନି ଡିଗ୍ରୀ ସେଲସିୟସ ହ୍ରାସ ପାଇବ, ଯେଉଁ କାରଣରୁ ଲୋକମାନେ ଦିନରେ ମଧ୍ୟ ଥଣ୍ଡା ଅନୁଭବ କରିବେ । ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର ଏବଂ ଉତ୍ତରପ୍ରଦେଶ ପରି ପାହାଡ଼ିଆ ରାଜ୍ୟରେ ତୁଷାରପାତ ଆରମ୍ଭ ହୋଇଯାଇଛି, ଯାହାକି ଦିଲ୍ଲୀ-ଏନସିଆର ପାଣିପାଗ ସମେତ ପାହାଡ଼ିଆ ରାଜ୍ୟ ଉପରେ ପ୍ରଭାବ ପକାଉଛି । ଖାସ୍ ସେଥିପାଇଁ ଲୋକମାନେ ରାତିରେ ପ୍ରବଳ ଥଣ୍ଡା ଅନୁଭବ କରୁଛନ୍ତି।

Also Read: Petrol Diesel Rate Thursday 24 Nov 2022: ତୈଳ ମୂଲ୍ୟରେ ହେଲା ବଡ ଧରଣର ପରିବର୍ତ୍ତନ, ଜାଣନ୍ତୁ ଆପଣଙ୍କ ସହରରେ ଶସ୍ତା ନା ମହଙ୍ଗା ହେଲା ପେଟ୍ରୋଲ ଡିଜେ

ତେବେ ଆଗାମୀ ଏକ ସପ୍ତାହ ପାଇଁ ଦିଲ୍ଲୀ-ଏନସିଆରର  (Delhi Ncr Weather Forecast)ପାଣିପାଗରେ କୌଣସି ବଡ଼ ପରିବର୍ତ୍ତନ ହେବାର ଅଧିକ ଆଶା ନାହିଁ। ବର୍ତ୍ତମାନ ଚଣ୍ଡିଗଡ଼, ପଞ୍ଜାବ, ହରିୟାଣା ଏବଂ ଉତ୍ତର ମଧ୍ୟପ୍ରଦେଶ, ଉତ୍ତର ରାଜସ୍ଥାନର ସର୍ବନିମ୍ନ ତାପମାତ୍ରା ଦିଲ୍ଲୀ-ଏନସିଆର ସମେତ ୧୦ ଡିଗ୍ରୀ ସେଲସିୟସ ରହିଛି। ଦିନର ତାପମାତ୍ରା କ୍ରମାଗତ ଭାବରେ ୨୦ ଡିଗ୍ରୀ ଉପରେ ଚାଲୁଛି । ସେପଟେ ବର୍ଷା ଅଭାବରୁ ପ୍ରଦୂଷଣର ସ୍ତର ମଧ୍ୟ ବହୁତ ବୃଦ୍ଧି ପାଇଛି ।