Advertisement
Article Detail0/zeeodisha/odisha2293808
Zee OdishaOdisha National-InternationalUnemployment allowance: ବେକାରୀଙ୍କ ପାଇଁ ଖୁସି ଖବର, କ୍ୟାବିନେଟରେ ଅନୁମୋଦନ ହେଲା ବେକାରୀ ଭତ୍ତା

Unemployment allowance: ବେକାରୀଙ୍କ ପାଇଁ ଖୁସି ଖବର, କ୍ୟାବିନେଟରେ ଅନୁମୋଦନ ହେଲା ବେକାରୀ ଭତ୍ତା

Unemployment allowance: ନୀତୀଶ କ୍ୟାବିନେଟ ବୈଠକରେ ବିହାର ସରକାର ରାଜ୍ୟର ବେକାର ଯୁବକଙ୍କୁ ବେକାରୀ ଭତ୍ତା ପ୍ରଦାନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ MNREGA ଅଧୀନରେ ନୀତୀଶ କୁମାରଙ୍କ ସରକାର ବିହାର ବେରୋଜଗାରୀ ଭତ୍ତା ନିୟମ 2024 କୁ ଅନୁମୋଦନ କରିଛି। ଏହା ବ୍ୟତୀତ ରାଜ୍ୟ କର୍ମଚାରୀଙ୍କ HRA କୁ ମଧ୍ୟ ବୃଦ୍ଧି କରାଯାଇଛି।

Unemployment allowance: ବେକାରୀଙ୍କ ପାଇଁ ଖୁସି ଖବର, କ୍ୟାବିନେଟରେ ଅନୁମୋଦନ ହେଲା ବେକାରୀ ଭତ୍ତା

Unemployment allowance: ବିହାରର ଏନଡିଏ ସରକାର ନେତୃତ୍ୱାଧୀନ ନୀତୀଶ କୁମାର ଯୁବକ ଏବଂ ରାଜ୍ୟ କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ନୀତୀଶ କ୍ୟାବିନେଟ ବୈଠକରେ ବିହାର ସରକାର ରାଜ୍ୟର ବେକାର ଯୁବକଙ୍କୁ ବେକାରୀ ଭତ୍ତା ପ୍ରଦାନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ MNREGA ଅଧୀନରେ ନୀତୀଶ କୁମାରଙ୍କ ସରକାର ବିହାର ବେରୋଜଗାରୀ ଭତ୍ତା ନିୟମ 2024 କୁ ଅନୁମୋଦନ କରିଛି। ଏହା ବ୍ୟତୀତ ରାଜ୍ୟ କର୍ମଚାରୀଙ୍କ HRA କୁ ମଧ୍ୟ ବୃଦ୍ଧି କରାଯାଇଛି।

ବିହାରର ବେକାର ଲୋକ ବେକାରୀ ଭତ୍ତା ପାଇବେ:

ଲୋକସଭା ନିର୍ବାଚନର ପ୍ରାୟ ୩ ମାସ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟ ବଠକ ଡକାଯାଇଥିଲା। ଏହି ବୈଠକରେ ପ୍ରାୟ ୨୫ ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅନୁମୋଦନ ଦିଆଯାଇଥିଲା। ଏହି ନିଷ୍ପତ୍ତି ଅନୁଯାୟୀ ବିହାରର ବେକାର ଲୋକଙ୍କୁ ବେକାରୀ ଭତ୍ତା ପ୍ରଦାନ କରାଯିବ। ଲୋକସଭା ନିର୍ବାଚନ ଫଳାଫଳ ପରେ କେନ୍ଦ୍ରରେ ଏନଡିଏ ସରକାର ଗଠନ ହୋଇଥିଲେ ମଧ୍ୟ ଏହି ନିର୍ବାଚନ ସମୟରେ ବେକାରୀ ସମସ୍ୟା ପ୍ରାଧାନ୍ୟ ବିସ୍ତାର କରି ରହିଛି। ତେଣୁ ନିଜେ ପ୍ରଥମ କ୍ୟାବିନେଟ ବୈଠକରେ ବିହାରର ବେକାର ଲୋକଙ୍କୁ ବେରୋଜଗାର ଭତ୍ତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ ନିଷ୍ପତ୍ତି ନେଇଛନ୍ତି।

Add Zee News as a Preferred Source

ଏହି ନିଷ୍ପତ୍ତି ଅନୁସାରେ, ବିହାର ବେକାରି ଭତ୍ତା ନିୟମ 2024 MNREGA ଅଧୀନରେ ଅନୁମୋଦିତ ହୋଇଛି। ବେକାରୀ ଆବେଦନପତ୍ର ଦାଖଲ କରିବା ପରେ ଯଦି ଆବେଦନକାରୀ ୧୫ ଦିନ ମଧ୍ୟରେ ଚାକିରୀ ନ ପାଆନ୍ତି, ତେବେ ରାଜ୍ୟ ସରକାର ଚାହିଦା ତାରିଖ ଠାରୁ ନିର୍ଦ୍ଧାରିତ ସୀମା ମଧ୍ୟରେ ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କୁ ଦୈନିକ ବେକାରୀ ଭତ୍ତା ପ୍ରଦାନ କରିବେ।

About the Author