'ପିଏମ ମୋଦିଙ୍କ ସାହାରାରେ ଗାଦି ବଞ୍ଚାଇବାକୁ ଚାହୁଁଛନ୍ତି ନୀତିଶ'
Advertisement
Article Detail0/zeeodisha/odisha779734

'ପିଏମ ମୋଦିଙ୍କ ସାହାରାରେ ଗାଦି ବଞ୍ଚାଇବାକୁ ଚାହୁଁଛନ୍ତି ନୀତିଶ'

ଜେଡିୟୁ ମନ୍ତ୍ରୀ ଜନସାଧାରଣଙ୍କ ସ୍ୱାର୍ଥ ଲାଗି କିଛି କରିନାହାଁନ୍ତି।

'ପିଏମ ମୋଦିଙ୍କ ସାହାରାରେ ଗାଦି ବଞ୍ଚାଇବାକୁ ଚାହୁଁଛନ୍ତି ନୀତିଶ'

ପାଟନା: ବିହାର ବିଧାନସଭା ନିର୍ବାଚନ ୨୦୨୦ (Bihar Assembly Poll 2020) ଲାଗି ଚଳିତ ମାସ ୭ ତାରିଖ ଶନିବାର ହେବାକୁ ଯାଉଛି ଅନ୍ତିମ ପର୍ଯ୍ୟାୟ ମତଦାନ। ଏଥିଲାଗି ସମୟ ଗଣନା (Countdown) ଆରମ୍ଭ ହୋଇଗଲାଣି। ଅନ୍ୟପଟେ ଏହି ନିର୍ବାଚନ ଲାଗି ପ୍ରଚାର ଶେଷ ପର୍ଯ୍ୟାୟରେ ଆସି ପହଞ୍ଛିଛି। ଦଳ ଲାଗି ପ୍ରଚାର କରିବା ବେଳେ ଦଳୀୟ ନେତା ବିଭିନ୍ନ ପ୍ରସଙ୍ଗରେ ବିରୋଧି ପକ୍ଷଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି।     
 
ଏହି କ୍ରମରେ ରାଜ୍ୟର ବିକାଶ ପ୍ରସଙ୍ଗରେ ଲୋକ ଜନଶକ୍ତି ପାର୍ଟି-ଏଲଜେପି (Lok Janashakti Party-LJP) ମୁଖ୍ୟ ଚିରାଗ ପାଶ୍ୱାନ, ଶାସକ ଜନତା ଦଳ ୟୁନାଇଟେଡ-ଜେଡିୟୁ (JDU-Janata Dal United) ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର (CM Nitish Kumar) ଙ୍କୁ  ଟାର୍ଗେଟ କରିଛନ୍ତି। 
    
ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏଲଜେପି ମୁଖ୍ୟ କହିଛନ୍ତି, " ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଦ୍ୱାରା ହୋଇଥିବା କାର୍ଯ୍ୟକୁ ଗଣନା କରିବା ଭଳି କିଛି ନାହିଁ। ସେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ଯୋଜନାର ସାହାରା ନେଇ ନିଜ ଗାଦି ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। " 

ଏହା ସହିତ ଚିରାଗ କହିଛନ୍ତି, "ପ୍ରଧାନମନ୍ତ୍ରୀ ମୋଦିଙ୍କ ସାହାର ଏବଂ ମହାଗଠବନ୍ଧନ ଡର ଦେଖାଇ ନିର୍ବାଚନରେ ​​ଜିତିବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ। ସେ ନିଜେ କ’ଣ କରିଛନ୍ତି ତାହା କେହି ଜାଣନ୍ତି ନାହିଁ। ୨୦୧୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିରୋଧ କରୁଥିବା ଲୋକ ଏବେ ନିଜକୁ ଗାଦିକୁ ବଞ୍ଚାଇବାକୁ ପାଇଁ ବ୍ୟାକୁଳ ହୋଇ ତାଙ୍କ ପଛେ ପଛେ ବୁଲୁଛନ୍ତି। "

 

ବୁଧବାର କରିଥିବା ଟ୍ୱିଟରେ ଏଲଜେପି ମୁଖ୍ୟ କହିଛନ୍ତି," ନୀତୀଶ କୁମାର ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମରେ ବିଧାନସଭା ନିର୍ବାଚନରେ ​​ଜିତିବାକୁ ଚାହୁଁଛନ୍ତି ଏବଂ ବିରୋଧି ଦଳଙ୍କୁ ନେଇ ଗଠିତ ମହଗଠବନ୍ଧନ ମେଣ୍ଟର ଭୟ ଦେଖାଉଛନ୍ତି। ବିଗତ ୫ ବର୍ଷ ମଧ୍ୟରେ ସେ ନିଜେ ଯାହା କରିଛନ୍ତି ତାହା ଏକ ରହସ୍ୟ। "

ଜେଡିୟୁ ରାଜ୍ୟକୁ ବର୍ବାଦନ କରିଦେଇଥିବା ନେଇ ଅଭିଯୋଗ କରି ସେ ଲେଖିଛନ୍ତି ଏହି ଦଳର ନେତା କେବଳ କେନ୍ଦ୍ର ସରକାରଙ୍କ ଯୋଜନା ଗଣନା କରୁଛନ୍ତି। ଜେଡିୟୁ ମନ୍ତ୍ରୀ ଜନସାଧାରଣଙ୍କ ସ୍ୱାର୍ଥ ଲାଗି କିଛି କରିନାହାଁନ୍ତି।

ବିହାର ବିଧାନସଭା ନିର୍ବାଚନ ୨୦୨୦ ଲାଗି ଜେଡିୟୁ ପକ୍ଷରୁ ଘୋଷଣା କରାଯାଇଥିବା ୭ ନିଶ୍ଚୟ ଯୋଜନାରେ ଦୁର୍ନୀତି ପ୍ରସଙ୍ଗ ଉଠାଉଛନ୍ତି। ଯଦି ଏଲଜେପି ସରକାର ଗଠନ ହୁଏ ତାହେଲେ ଜେଡିୟୁ ମୁଖ୍ୟଙ୍କୁ ଜେଲ ପଠାଯିବ। ସେ ୭ଟି ନିଶ୍ଚୟ ଯୋଜନା ମାଧ୍ୟମରେ ଲାଭ ମିଳିଛି କି ନାହିଁ ସେନେଇ ନୀତିଶ ସରକାରଙ୍କ ପକ୍ଷରୁ ସାଧାରଣ ଲୋକଙ୍କୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖି  ଜନସାଧାରଣ ନାଁ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ମିଛ କହୁଥିବ ବ୍ୟକ୍ତି  କିଭଲି ବିକାଶ କରିବେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।