ଆରମ୍ଭ ହେଲା ନାମାଙ୍କନ ଦାଖଲ ପ୍ରକ୍ରିୟା;ଏନଡିଏ-ମହାମେଣ୍ଟରେ ବାହାରୁନି ସିଟ୍ ସେୟାରିଂ ଫର୍ମୁଲା
Advertisement

ଆରମ୍ଭ ହେଲା ନାମାଙ୍କନ ଦାଖଲ ପ୍ରକ୍ରିୟା;ଏନଡିଏ-ମହାମେଣ୍ଟରେ ବାହାରୁନି ସିଟ୍ ସେୟାରିଂ ଫର୍ମୁଲା

ମାତ୍ର ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଥିବା ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିବାକୁ ନେଇ ସେତେ ମାତ୍ରାରେ ସକ୍ରିୟ ହୋଇଉଠିନାହାଁନ୍ତି । ଏହାର ଏକ ମୁଖ୍ୟ କାରଣ ହେଉଛି ବିଭିନ୍ନ ରାଜନୈତିକ ଦଳଙ୍କୁ ନେଇ ଗଠିତ ହୋଇଥିବା ମେଣ୍ଟରେ ଆସନ ଭାଗବଣ୍ଟାକୁ ନେଇ କୌଣସି ନିଷ୍ପତ୍ତି ହୋଇ ପାରୁନାହିଁ । 

ଆରମ୍ଭ ହେଲା ନାମାଙ୍କନ ଦାଖଲ ପ୍ରକ୍ରିୟା;ଏନଡିଏ-ମହାମେଣ୍ଟରେ ବାହାରୁନି ସିଟ୍ ସେୟାରିଂ ଫର୍ମୁଲା

ପାଟନା: ଚଳିତବର୍ଷ ଅକ୍ଟୋବର-ନଭେମ୍ବର ମାସରେ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ (Bihar Assembly Poll 2020) । ଏଥିପାଇଁ ଦିନ ପାଖେଇ ଆସିଲାଣି । ରାଜ୍ୟରେ ୩ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ନିର୍ବାଚନ । ଚଳିତ ମାସ ୨୮ ତାରିଖରେ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ମତଦାନ । ଏଥିଲାଗି ଅକ୍ଟୋବର ପହିଲା ଅର୍ଥାତ ଆଜି ଠାରୁ ଆରମ୍ଭ ହୋଇଯାଇଛି ନାମାଙ୍କନ ଦାଖଲ (Nomination File) ପ୍ରକ୍ରିୟା । 

ମାତ୍ର ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଥିବା ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିବାକୁ ନେଇ ସେତେ ମାତ୍ରାରେ ସକ୍ରିୟ ହୋଇଉଠିନାହାଁନ୍ତି । ଏହାର ଏକ ମୁଖ୍ୟ କାରଣ ହେଉଛି ବିଭିନ୍ନ ରାଜନୈତିକ ଦଳଙ୍କୁ ନେଇ ଗଠିତ ହୋଇଥିବା ମେଣ୍ଟରେ ଆସନ ଭାଗବଣ୍ଟାକୁ ନେଇ କୌଣସି ନିଷ୍ପତ୍ତି ହୋଇ ପାରୁନାହିଁ । ଯାହାର ଫଳସ୍ୱରୂପ କେଉଁ ଆସନରୁ କେଉଁ ଦଳର ପ୍ରାର୍ଥୀ ନିର୍ବାଚନ ଲଢିବେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିର ହୋଇ ପାରୁନାହିଁ । ଏଥରର ନିର୍ବାଚନରେ ମୁଖ୍ୟତଃ ଏନଡିଏ-ମହାମେଣ୍ଟ ମଧ୍ୟରେ ଦ୍ୱିପାକ୍ଷିକ ପ୍ରତିଦ୍ୱନ୍ଦିତା ହେବ । 

ଏନଡିଏରେ ସାମିଲ ଥିବା ଦଳ ହେଉଛନ୍ତି ବିଜେପି (BJP), ଜେଡିୟୁ (JDU), ଏଲଜେପି (LJP), ହାମ (HAM) । ସେହିପରି ମହାମେଣ୍ଟରେ ଅଂଶୀଦାର ଥିବା ଦଳ ହେଉଛନ୍ତି କଂଗ୍ରେସ (Congress), ଆରଜେଡି (RJD), ବିଆଇପି (VIP) । ଅନ୍ୟପଟେ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଥିବା ଅନ୍ୟ ଦଳ ହେଉଛନ୍ତି ଆରଏଲଏସପି (RLSP), ବିଏସପି (BSP), ଏଆଇଏମଆଇଏମ (AIMIM) । 
 
ନିର୍ବାଚନର ଦିନ ପାଖେଇ ଆସୁଥିବା ବେଳେ ଆସନ ବୁଝାମଣାକୁ ନେଇ ଏନଡିଏରେ ସାମିଲ ଥିବା ଦଳଙ୍କ ମଧ୍ୟରେ କଥାବାର୍ତ୍ତା ଜାରି ରହିଛି । କେଉଁ ଦଳ କେଉଁ ଆସନରେ ପ୍ରତିଦ୍ୱନ୍ଦିତା କରିବ ସେ ନେଇ ବିଜେପି ଉଭୟ କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିସାରିଛି । ଆସନ ବଣ୍ଟାକୁ ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କ ଆଲୋଚନା କରିବା ଲାଗି ପାଟନା ଗସ୍ତରେ ଅଛନ୍ତି ବିଜେପି ନେତା ଭୂପେନ୍ଦ୍ର ଯାଦବ ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ । 

ଅନ୍ୟପଟେ ଏନଡିଏରେ ସାମିଲ ଥିବା ଏଲେଜପି ସୁପ୍ରିମୋ ଚିରାଗ ପାଶ୍ୱାନଙ୍କ ସହ ଆସନ ଭାଗବଣ୍ଟା ବାବଦରେ ଆଲୋଚନା କରାଯିବ । ଦିନେ ଦୁଇ ଦିନ ମଧ୍ୟରେ ଆସନ ଭାଗବଣ୍ଟାକୁ ଚୂଡାନ୍ତ ରୂପ ଦେବାକୁ ଲକ୍ଷ୍ୟ ରଖିଛି ଏନଡିଏ ।  
ବିହାରରେ ଏନଡିଏର ୩ ପ୍ରମୁଖ ଅଂଶୀଦାର ଦଳର ବିଜେପି, ଜେଡିୟୁ, ଏଲଜେପିର ଅନେକ ନେତା ବୁଧବାର ଦିନ ଦିଲ୍ଲୀରେ ଉପସ୍ଥିତ ରହି ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏନେଇ ଅପରାହ୍ନରେ ଆୟୋଜିତ ହୋଇଥିବା ବୈଠକରେ ବିଜେପି ସଭାପତି ଜେପି ନଡ୍ଡା ନିର୍ବାଚନ ପ୍ରଚାର ପ୍ରସଙ୍ଗରେ ରାଜ୍ୟ ନେତୃତ୍ୱବୃନ୍ଦଙ୍କ ସହ ଆଲୋଚନା କରିଥିଲେ । ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ, ସାଧାରଣ ସମ୍ପାଦକ ଭୂପେନ୍ଦ୍ର ଯାଦବ, ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ, ବିହାର ବିଜେପି ନିର୍ବାଚନ ପ୍ରଭାରୀ ଦେବେନ୍ଦ୍ର ଫଡନାଭିସ୍, ରାଜ୍ୟ ସଭାପତି ଡ.ସଞ୍ଜୟ ଜୈସୱାଲ, ବିହାର ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ, ଦଳର ସଙ୍ଗଠନ ମନ୍ତ୍ରୀ ନାଗେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ବୈଠକ ପରେ ଭୂପେନ୍ଦ୍ର ଯାଦବ କହିଛନ୍ତି ଯେ ଏନଡିଏ ମିଳିତ ଭାବେ ନିର୍ବାଚନ ଲଢିବ । ନୀତୀଶ କୁମାରଙ୍କ ନେତୃତ୍ୱରେ ଏହି ନିର୍ବାଚନରେ ଏନଡିଏ ​​ପ୍ରତିଦ୍ୱନ୍ଦ୍ୱିତା କରିବ ଏବଂ ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ । ବିଜେପି, ଜେଡିୟୁ, ଏଲଜେପି ସମସ୍ତେ ଏକାଠି ନିର୍ବାଚନ ଲଢିବେ । ଜେଡିୟୁକୁ ସମର୍ଥନ କରୁଥିବା ଜିତନ ରାମ ମାଞ୍ଝିଙ୍କ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା-ହାମ (HAM) ମଧ୍ୟ ଏକାଠି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ବିହାର ନିର୍ବାଚନ ଦାୟିତ୍ୱ ପ୍ରଦାନ କରିବାକୁ ଘୋଷଣା କରାଯାଇଥିଲା । ସହଯୋଗୀ ଦଳଙ୍କ ଆଲୋଚନା କରିବେ ବିଜେପିର ଏହି ଦୁଇ ନେତା ।

ଏହି ବୈଠକରେ ବିଜେପି ନେତା ରାଜ୍ୟର ବିଧାନସଭା ଆସନକୁ ପାଞ୍ଚଟି ଶ୍ରେଣୀରେ ବିଭକ୍ତ କରିଛନ୍ତି । ସେମାନଙ୍କ ଅନୁଯାୟୀ ରଣନୀତି ଉପରେ ବିଚାର କରାଯାଉଛି । ଏହି ସଭାରେ ବିହାର ଏବଂ ବିରୋଧି ଦଳର ରାଜନୈତିକ ସମୀକ୍ଷା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହା ବ୍ୟତୀତ ନିର୍ବାଚନ ପ୍ରଚାର ପାଇଁ ପ୍ରସ୍ତୁତି ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । କାରଣ କୋରୋନା ସଂକଟ ସମୟରେ ବଡ ଧରଣର ଦଳୀୟ ସମାବେଶ ବଦଳରେ ଭର୍ଚୁଆଲ୍ ମାଧ୍ୟମ ପ୍ରଚାରର ଗୁରୁତ୍ୱ ବଢିଯାଇଛି ।

ଆସନ ଭାଗବଣ୍ଟାକୁ ନେଇ ଏନଡିଏର ଅନ୍ୟତମ ଅଂଶୀଦାର ଦଳ ଏଲଜେପି ସହ ଆଉ ଥରେ ଆଲୋଚନା କରାଯିବ । ଏହା ପରେ ୩ ଦଳର ଦଳର ନେତା ଏକାଠି ବସି ଆସନ ବାଣ୍ଟିବା କାର୍ଯ୍ୟକୁ ଶେଷ କରିବେ । ଏହି ସମୟରେ ଭୁପେନ୍ଦ୍ର ଯାଦବ ଏବଂ ଦେବେନ୍ଦ୍ର ଫଡନାଭିସ୍ ପାଟନାରେ ପହଞ୍ଚି ନୀତୀଶ କୁମାରଙ୍କ ସହ କଥା ହେବେ । ଏଠାରେ କେନ୍ଦ୍ରୀୟ ନେତୃତ୍ୱ ଚିରାଗ ପାସୱାନଙ୍କ ସହ ଆଲୋଚନା କରାଯିବ ।

ଅନ୍ୟପଟେ ମହାମେଣ୍ଟର ଦୁଇ ପ୍ରମୁଖ ଦଳ ଆରଜେଡି-କଂଗ୍ରେସ ମଧ୍ୟରେ ଆସନ ବାଣ୍ଟିବାକୁ ନେଇ ଛକାପଞ୍ଝା ଜାରିରହିଛି । ଏହା ସତ୍ତ୍ୱେ ଦଳ କହିଛି ଦୁଇ ଦଳ ଏକାଠି ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ । କଂଗ୍ରେସ ହାଇକମାଣ୍ଡ ଓ ଆରଜେଡି ନେତା ତେଜସ୍ୱୀ ଯାଦବ ଖୁବ ଶୀଘ୍ର ଏହି ପ୍ରସଙ୍ଗରେ ଆଲୋଚନା କରିବେ ।

ବିହାର ପ୍ରଦେଶ କଂଗ୍ରେସ ସଭାପତି ମଦନ ମୋହନ ଝା, ବିଧାନସଭା ଦଳର ନେତା ସଦାନନ୍ଦ ସିଂ, ରାଜ୍ୟ ପ୍ରଭାରୀ ଶକ୍ତି ସିଂ ଗୋହିଲ ଏବଂ ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ଅବିନାଶ ପାଣ୍ଡେଙ୍କ ସହ ଦୀର୍ଘ ସମୟ ଧରି ବୈଠକ କରିଥିଲେ । ଏହି ବୈଠକ ପରେ ବିହାର କଂଗ୍ରେସ କମିଟି ଅଧ୍ୟକ୍ଷ କହିଛନ୍ତି ଯେ ଆମେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା କରିଛୁ । ବିଧାନସଭାର ପ୍ରାୟ ସମସ୍ତ ଆସନରେ ଟିକେଟ୍ ପାଇଁ ଆବେଦନ ଗ୍ରହଣ କରାଯାଇଛି । ଆରଜେଡି ସହ ମିଶି ନିର୍ବାଚନ ଳଢିବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ ।

ଉଭୟ ଦଳ ଆସନ ଭାଗବଣ୍ଟାକୁ ନେଇ ପରସ୍ପର ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି । କଂଗ୍ରେସ ଅତି କମରେ ୭୫ଟି ସିଟ୍ ଦାବି କରୁଥିବାବେଳେ ଆରଜେଡି ୬୦ଟି ସିଟ୍ ଦେବାକୁ ପ୍ରସ୍ତୁତ ଅଛି । ଏନେଇ କଂଗ୍ରେସ ପକ୍ଷରୁ କୁହାଯାଇଛି ମହାମେଣ୍ଟରୁ ଆରଏଲଏସପି ଓ ହାମ ବାହାରିଯିବା ପରେ ଦଳକୁ ଅଧିକ ଆସନ ମିଳିବା ଦରକାର ।