ବେଙ୍ଗାଲୁରୁ: ହିଜାବ ବିବାଦ ପରେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛି କର୍ଣ୍ଣାଟକର ଉଡୁପି ଜିଲ୍ଲା। ଏହି ଜିଲ୍ଲାରେ ଅବସ୍ଥିତ ମାରି ଗୁଡି ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ଯେ ସେମାନେ ଅଣ ହିନ୍ଦୁ ଅଥବା ଅନ୍ୟ କୌଣସି ସମ୍ପ୍ରଦାୟରୁ ଏଥର ସୁଗି ମାରି ପୂଜା ମହୋତ୍ସବରେ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରିନାହିଁ। କେତେକ ହିନ୍ଦୁ ସଙ୍ଗଠନ ପକ୍ଷରୁ କରାଯାଇଥିବା ଅନୁରୋଧ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି।


COMMERCIAL BREAK
SCROLL TO CONTINUE READING

ପ୍ରତିବର୍ଷ ଆୟୋଜିତ ହେଉଥିବା ସୁଗି ମାରି ପୂଜା ମହୋତ୍ସବ ମେଳାର ଦୋକାନ ଖୋଲିବାକୁ ସମସ୍ତ ସମ୍ପ୍ରଦାୟକୁ ଅନୁମତି ପ୍ରଦାନ କରାଯାଉଥିଲା। ହେଲେ ଏଥର ହିନ୍ଦୁ ଜାଗର ବେଦିକେ, ତୁଲୁଣୁଡୁ ହିନ୍ଦୁ ସେନା ପକ୍ଷରୁ କରାଯାଇଥିବା ଆବେଦନ ଅନୁଯାୟୀ ମନ୍ଦିର ପରିଚାଳନା କମିଟି ମୁସଲମାନ ବ୍ୟବସାୟୀଙ୍କୁ ଏହି ମେଳାରେ ଦୋକାନ ଖୋଲିବାକୁ ଅନୁମତି ଦେବ ନାହିଁ। ଚଳିତ ବର୍ଷ ଏହି ମେଳା ମଙ୍ଗଳବାର-ବୁଧବାର ଆୟୋଜିତ ହୋଇଯାଇଛି।


Also Read: ମହାକାଳ ମନ୍ଦିରରେ ପଶିଲେ ଅଣହିନ୍ଦୁ; ମନ୍ଦିର ପ୍ରବେଶ ପାଇଁ ଦେଖାଇଥିଲେ ନକଲି ଆଧାର କାର୍ଡ


ଏପରି ବ୍ୟବସ୍ଥା କାର୍ଯ୍ୟକାରୀ  କରିବା ପଛରେ କେଉଁ କାରଣ ରହିଛି ତାହା ମଧ୍ୟ ଦର୍ଶାଯାଇଛି। ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ପ୍ରଦାନ କରିଥିବା ରାୟକୁ ବିରୋଧ କରି ମୁସଲମାନ ବ୍ୟବସାୟୀ ସେମାନଙ୍କ ଦୋକାନ ବନ୍ଦ କରି ବିରୋଧ ପ୍ରଦର୍ଶନ କରିଥିଲେ। ଯାହା ଦର୍ଶାଉଛି ଯେ ମୁସଲମାନ ସମାଜ ନାଁ ଦେଶର ଆଇନକୁ ମାନୁଛି ନା ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ବିଶ୍ୱାସ ରଖୁଛି। 


ହିନ୍ଦୁ ସଙ୍ଗଠନ ପକ୍ଷରୁ କରାଯାଇଥିବା ଅନୁରୋଧକୁ ସ୍ୱୀକାର କରିଛି ମାରି ଗୁଡି ମନ୍ଦିର ପ୍ରଶାସନ। ଏଥର ମେଳାରେ ହିନ୍ଦୁ ବ୍ୟତୀତ କୌଣସି ଅନ୍ୟ ସମ୍ପ୍ରଦାୟକୁ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରିନାହିଁ। ଏପରି ଭାବେ କର୍ଣ୍ଣାଟକର ଅନ୍ୟ ଜିଲ୍ଲାରୁ ମୁସଲମାନ ବ୍ୟବସାୟୀଙ୍କ ବର୍ଜନ କରିବାର ଖବର ମଧ୍ୟ ଆସୁଛି। 


Also Read: କୋରୋନା ନୁହେଁ: ଏହି କାରଣରୁ କର୍ଣ୍ଣାଟକରେ ବନ୍ଦ ରହିବ ସବୁ ସ୍କୁଲ-କଲେଜ


ହିଜାବ ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ରାୟ ଆସିବା ପରେ ଅମୀର-ଏ-ଶରୀୟତ ଏହାକୁ ବିରୋଧ କରିବା ସହ ଦିନକ ପାଇଁ ସେମାନଙ୍କ ଦୋକାନ ବନ୍ଦ ରଖିବାକୁ ମୁସଲମାନ ସମ୍ପ୍ରଦାୟ ଉଦ୍ଦେଶ୍ୟରେ ନିବେଦନ କରିଥିଲେ। ଏହି ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଆହ୍ୱାନର ପ୍ରଭାବ ରାଜ୍ୟରେ ବ୍ୟାପକ ମାତ୍ରାରେ ଅନୁଭୂତ ହୋଇଥିଲା​।


Also Read: Hijab ବିବାଦ ପ୍ରସଙ୍ଗରେ ଅଜବ ଧରଣର ବୟାନ ରଖି ଚର୍ଚ୍ଚାରେ କଂଗ୍ରେସ ବିଧାୟକ ଜମୀର ଅହମ୍ମଦ


ଏହି ଆହ୍ୱାନକୁ ସମର୍ଥନ ଜଣାଇ ମୁସଲମାନ ବ୍ୟବସାୟୀ ମାର୍ଚ୍ଚ ୧୭ ତାରିଖରେ ସେମାନଙ୍କ ଦୋକାନ ବନ୍ଦ କରି କୋର୍ଟ ରାୟ ପ୍ରତି ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଘଟଣାରେ କର୍ଣ୍ଣାଟକ ହାଇକୋର୍ଟର ୩ ଜଣ ବିଚାରପତିଙ୍କୁ ତାମିଲନାଡୁର ମଦୁରାଇରୁ ଧମକ ଦିଆଯାଇଥିଲା। ବିଚାରପତିଙ୍କୁ ଧମକ ଦେବା ମାମଲାରେ ରହମୁତୁଲ୍ଲା ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଥିଲା ଏବଂ ମଙ୍ଗଳବାର ରାତିରେ କର୍ଣ୍ଣାଟକ ପୋଲିସ ତାକୁ ତାମିଲନାଡୁରୁ କର୍ଣ୍ଣାଟକକୁ ଆଣିଛି।