Hijab ବିବାଦ ପ୍ରସଙ୍ଗରେ ଅଜବ ଧରଣର ବୟାନ ରଖି ଚର୍ଚ୍ଚାରେ କଂଗ୍ରେସ ବିଧାୟକ ଜମୀର ଅହମ୍ମଦ
Advertisement
Article Detail0/zeeodisha/odisha1098423

Hijab ବିବାଦ ପ୍ରସଙ୍ଗରେ ଅଜବ ଧରଣର ବୟାନ ରଖି ଚର୍ଚ୍ଚାରେ କଂଗ୍ରେସ ବିଧାୟକ ଜମୀର ଅହମ୍ମଦ

ହିଜାବ ବିବାଦ ପ୍ରସଙ୍ଗରେ ଅଜବ ଧରଣର ବୟାନ ରଖି ଚର୍ଚ୍ଚାର ପରିସରକୁ ଆସିଛନ୍ତି କର୍ଣ୍ଣାଟକ କଂଗ୍ରେସ ବିଧାୟକ। 

Hijab ବିବାଦ ପ୍ରସଙ୍ଗରେ ଅଜବ ଧରଣର ବୟାନ ରଖି ଚର୍ଚ୍ଚାରେ କଂଗ୍ରେସ ବିଧାୟକ ଜମୀର ଅହମ୍ମଦ

ନୂଆଦିଲ୍ଲୀ: ରାଜ୍ୟରେ ସୃଷ୍ଟି ହୋଇଥିବା ହିଜାବ ବିବାଦ ପ୍ରସଙ୍ଗରେ ଅଜବ ଧରଣର ବୟାନ ରଖି ଚର୍ଚ୍ଚାର ପରିସରକୁ ଆସିଛନ୍ତି କର୍ଣ୍ଣାଟକ କଂଗ୍ରେସ ବିଧାୟକ ଜମୀର ଅହମ୍ମଦ। ହିଜାବ ବିବାଦ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ରଖିଥିବା ବୟାନକୁ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି।

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କର୍ଣ୍ଣାଟକ କଂଗ୍ରେସ ବିଧାୟକ (Karnataka Congress MLA) ଜମୀର ଅହମ୍ମଦ (Zameer Ahmed) କହିଛନ୍ତି ଇସଲାମ (Islam) ଧର୍ମରେ ହିଜାବର ଅର୍ଥ ହେଉଛି ପର୍ଦ୍ଦା। ଯେଉଁ ମହିଳା ହିଜାବ ପିନ୍ଧନ୍ତି ନାହିଁ ସେମାନ ଦୁଷ୍କର୍ମ ଭଳି ଘଟଣାର ସାମ୍ନା କରିଥାନ୍ତି। ବର୍ତ୍ତମାନ ଆପଣ ଦେଖିଥିବେ ଦେଶରେ ଦୁଷ୍କର୍ମ ଭଳି ଘଟଣାର ମାତ୍ରା ବଢିବାରେ ଲାଗିଛି। ଆପଣ ଭାବୁଥିବେ ଏହାର କାରଣ କ’ଣ? ଏହାର କାରଣ ହେଉଛି ଅନେକ ମହିଳା ହିଜାବ ପିନ୍ଧୁନାହିଁନ୍ତି। ହିଜାବ ପିନ୍ଧିବା ବାଧ୍ୟତାମୂଳକ ନୁହେଁ। କେବଳ ଯେଉଁମାନେ ନିଜକୁ ରକ୍ଷା କରିବାକୁ ଚାହୁଁଛନ୍ତି ଏବଂ ଯେଉଁମାନେ ନିଜର ସୌନ୍ଦର୍ଯ୍ୟ ପ୍ରଦର୍ଶନ କରିବାକୁ ଚାହୁଁ ନାହାଁନ୍ତି ସେମାନେ ଏହାକୁ ପିନ୍ଧି ପିନ୍ଧୁଛନ୍ତି। ବର୍ଷ ବର୍ଷ ଧରି ଏହା ପ୍ରଚଳିତ ହୋଇଆସୁଛି।

Also Read: Hijab Controversy: ସମାଜବାଦୀ ପାର୍ଟି ନେତ୍ରୀଙ୍କ ଧମକ ପରେ ଜବାବ ରଖିଲେ UP CM Yogi

ହିଜାବ ବିବାଦ (Hijab Controversy) ପ୍ରସଙ୍ଗରେ କଂଗ୍ରେସ ବିଧାୟକଙ୍କ ଅଜବ ଧରଣର ତର୍କ ଉପରେ ଜବାବ ରଖି କର୍ଣ୍ଣାଟକ ଗୃହମନ୍ତ୍ରୀ କହିଛନ୍ତି ହିଜାବ ପିନ୍ଧିବା ଦ୍ୱାରା ଦୁଷ୍କର୍ମ ଭଳି ଘଟଣା ବନ୍ଦ ହୋଇଯାଇଛି? କଂଗ୍ରେସ ବିଧାୟକ କହୁଛନ୍ତି ହିଜାବ ପିନ୍ଧୁନଥିବା ଲୋକଙ୍କ ସହ ଏଭଳି ଘଟଣା ଘଟୁଛି। ଲୋକେ ଯାହା ଚାହାଁନ୍ତି ତାହା ପିନ୍ଧି ପାରିବେ। ବିଦ୍ୟାଳୟ ପାଇଁ କେବଳ ୟୁନିଫର୍ମ ରହିଛି। ଯଦି ଦୁଷ୍କର୍ମ ଭଳି ଘଟଣା ଘଟେ ତାହେଲେ ଦେଶ କିପରି ଚାଲିପାରିବ। 

କେବଳ ହିଜାବ ନୁହେଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (Rashtriya Swayamsevak Sangh) ଆରଏସଏସ ଗଣ ପୋଷାକକୁ (RSS Uniform) ନେଇ ମଧ୍ୟ ସରଗରମ ହୋଇଉଠିଛି ରାଜନୀତି। ଏ ପ୍ରସଙ୍ଗରେ ମତ ରଖି ରବିବାର ତ୍ରିପୁରା କଂଗ୍ରେସ (Tripura Congress) ଲାଗି ନିଯୁକ୍ତ ହୋଇଥିବା ଏଆଇସିସି ପର୍ଯ୍ୟବେକ୍ଷକ (AICC Observer) ଅଜୟ କୁମାର କହିଛନ୍ତି ଯେ ଯେତେବେଳେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଅଧା ଖାକି ପ୍ୟାଣ୍ଟ (Half Khaki Pant) ପିନ୍ଧନ୍ତି ସେତେବେଳେ ଏହା ଅଶ୍ଳୀଳ ଦେଖାଯାଏ।  ଆରଏସଏସ ସଙ୍ଗଠନର ଅନେକ ବୁଢା ଏବଂ ମୋଟା ନେତା ଏଭଳି ପ୍ୟାଣ୍ଟ ପିନ୍ଧିଥାନ୍ତି।  

ଦଳ ପକ୍ଷରୁ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳୀନକୁ ସମ୍ବୋଧିତ କରି କଂଗ୍ରେସ ନେତା ଅଜୟ କୁମାର କହିଛନ୍ତି  ଆପଣ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ସେହି ଅଧା ଖାକି ପ୍ୟାଣ୍ଟ ପିନ୍ଧିଥିବା ଏକ ପୁରୁଣା ଫଟୋ ଦେଖନ୍ତୁ ତାହା ଅଶ୍ଳୀଳ ଦେଖାଯାଉଛି। ଯେତେବେଳେ ଆପଣ ଅଧା ଖାକି ପ୍ୟାଣ୍ଟ ପିନ୍ଧିଥିବା ଆରଏସଏସ ସଙ୍ଗଠନର ଅନେକ ବୁଢା ଏବଂ ମୋଟା ନେତାଙ୍କୁ ଦେଖନ୍ତି ସେତେବେଳେ ସେମାନେ ଅଦ୍ଭୂତ ଦେଖାଯାନ୍ତି।

Also Read: କୋରୋନା ନୁହେଁ: ଏହି କାରଣରୁ କର୍ଣ୍ଣାଟକରେ ବନ୍ଦ ରହିବ ସବୁ ସ୍କୁଲ-କଲେଜ

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଏଭଳି ପ୍ୟାଣ୍ଟ ନ ପିନ୍ଧିବା ପାଇଁ ଅନୁରୋଧ କରିବା ଉଚିତ ନୁହେଁ ହେଲେ ଏହା ନିଶ୍ଚିତ ଭାବେ ତାଙ୍କ ପାଇଁ ଅନୁକୂଳ ନୁହେଁ। ପୋଷାକ ଏବଂ ଖାଦ୍ୟରେ ସ୍ୱାଧୀନତା ରହିବା ଆବଶ୍ୟକ। ଆପଣ ତ୍ରିପୁରା ମାଟିରେ ଗୁଜୁରାଟୀ ସଂସ୍କୃତି ଏବଂ ଗୁଜୁରାଟ ମାଟିରେ ତ୍ରିପୁରା ଖାଦ୍ୟ ଅଭ୍ୟାସକୁ ଜବରଦସ୍ତ ରଖିପାରିବେ ନାହିଁ।