କୋରୋନା ନୁହେଁ: ଏହି କାରଣରୁ କର୍ଣ୍ଣାଟକରେ ବନ୍ଦ ରହିବ ସବୁ ସ୍କୁଲ-କଲେଜ
Advertisement
Article Detail0/zeeodisha/odisha1092140

କୋରୋନା ନୁହେଁ: ଏହି କାରଣରୁ କର୍ଣ୍ଣାଟକରେ ବନ୍ଦ ରହିବ ସବୁ ସ୍କୁଲ-କଲେଜ

କୋର୍ଟ କହିଛନ୍ତି ଯେ ସରକାର ଆକଳନ ଉପରେ ନିଷ୍ପତ୍ତି ନେଇ ପାରିବେ ନାହିଁ। 

କୋରୋନା ନୁହେଁ: ଏହି କାରଣରୁ କର୍ଣ୍ଣାଟକରେ ବନ୍ଦ ରହିବ ସବୁ ସ୍କୁଲ-କଲେଜ

ବେଙ୍ଗାଲୁରୁ: କୋରୋନା ମହାମାରୀ କାରଣରୁ ଗତ ୨ ବର୍ଷ ଧରି ଦେଶର ବିଭିନ୍ନ ରାଜ୍ୟରେ ଅଧିକାଂଶ ସମୟ ଧରି ବନ୍ଦ ରହିଛି ଶିକ୍ଷାନୁଷ୍ଠାନ। ସରକାରଙ୍କ ପକ୍ଷରୁ ଜାରି କରାଯାଉଥିବା କଟକଣାକୁ ମାନି ବିଭିନ୍ନ ସମୟରେ ସାମୟିକ ଭାବେ ଖୋଲୁଛି ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ। 

ହେଲେ ସଦ୍ୟ ରାଜ୍ୟରେ ୩ ଦିନ ପାଇଁ ବିଦ୍ୟାଳୟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ସରକାର। ହିଜାବ ପିନ୍ଧି ଶିକ୍ଷାନୁଷ୍ଠାନ ଆସିବା ନେଇ ବିବାଦ ତେଜିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହି ମାମଲାରେ ପ୍ରତିକ୍ରିୟା ରଖି ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟ ଆନ୍ତର୍ଜାତୀୟ ସମଗ୍ର ବିଶ୍ୱ ସମୁଦାୟ ଆମକୁ ଦେଖୁଛି। ଏହା ଠିକ୍ ନୁହେଁ। ରାଜ୍ୟର କେତେକ ମହାବିଦ୍ୟାଳୟ ପରିସରରେ ହିଜାବ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ହୋଇଥିବା ଏକ ଆବେଦନ ଶୁଣାଣି ବେଳେ ହାଇକୋର୍ଟ କହିଛନ୍ତି ଯେ ଭାବନାକୁ ଦୂରେଇ ରଖିାଯିବା ଏବଂ ସମ୍ବିଧାନ ଅନୁସାରେ ଚାଲିବାକୁ ନିଷ୍ପତ୍ତି ନିଆଯାଉ।

ହିଜାବ ବିବାଦ ତେଜିବା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଟ୍ୱିଟ କରି କହିଛନ୍ତି ମୁଁ ସମସ୍ତ ଛାତ୍ର, ଶିକ୍ଷକ ବିଦ୍ୟାଳୟ ତଥା ମହାବିଦ୍ୟାଳୟର ପରିଚାଳକଙ୍କ ସମେତ ରାଜ୍ୟବାସୀଙ୍କୁ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା କରିବାକୁ ନିବେଦନ କରୁଛି। ଆସନ୍ତା ୩ ଦିନ ପାଇଁ ମୁଁ ସମସ୍ତ ହାଇସ୍କୁଲ ଏବଂ କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। 

Also Read: ବିପଦରେ ମହାବିକାଶ ଅଘାଡି ସରକାର! ଶିବସେନା-କଂଗ୍ରେସ ମଧ୍ୟରେ ବଢୁଛି ଫାଟ

ହିଜାବ ବିବାଦ ମାମଲା ଉପରେ ଶୁଣାଣି କରି ଜଷ୍ଟିସ କୃଷ୍ଣ.ଏସ ଦୀକ୍ଷିତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ମୋ ପାଇଁ ସମ୍ବିଧାନ ହେଉଛି ଭଗବଦ୍ ଗୀତା। ଆମକୁ ସମ୍ବିଧାନ ଅନୁଯାୟୀ କାର୍ଯ୍ୟ କରିବାକୁ ହେବ। ସମ୍ବିଧାନର ଶପଥ ନେବା ପରେ ମୁଁ ଏହି ସ୍ଥିତିକୁ ଆସିଛି। ଏହି ପ୍ରସଙ୍ଗରେ ଭାବନାକୁ ଅଲଗା ରଖାଯିବା ଆବଶ୍ୟକ। ହିଜାବ ପିନ୍ଧିବା ଏକ ଭାବନାତ୍ମକ ବିଷୟ ହେବା ଠିକ୍ ନୁହେଁ।

ସରକାରଙ୍କୁ ଏହି ପ୍ରସଙ୍ଗରେ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ହେବ। ମୋ ପାଖକୁ ଅସଂଖ୍ୟ ନମ୍ବରରୁ ଅନେକ ବାର୍ତ୍ତା ମିଳୁଛି। ପୁରା ହ୍ୱାଟ୍ସ୍ ଆପ୍ ଚାଟ୍ ଏହି ଆଲୋଚନାରେ ପରିପୂର୍ଣ୍ଣ ରହିଛି।  ସରକାରୀ ସଂସ୍ଥା କେବଳ ସମ୍ବିଧାନ ଅନୁଯାୟୀ କାର୍ଯ୍ୟ କରିପାରିବେ। ସରକାର ନିର୍ଦ୍ଦେଶ ଦେଇପାରିବେ ହେଲେ ଲୋକେ ସେମାନଙ୍କୁ ପ୍ରଶ୍ନ କରିପାରିବେ।

କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସରକାର ଆକଳନ ଉପରେ ନିଷ୍ପତ୍ତି ନେଇ ପାରିବେ ନାହିଁ। ସରକାର ଛାତ୍ରୀଙ୍କୁ ୨ ମାସ ପାଇଁ ହିଜାବ୍ ପିନ୍ଧିବାକୁ ଅନୁମତି ଦେବାକୁ ନେଇ ଆବେଦନକାରୀଙ୍କ ଅନୁରୋଧ ଉପରେ ସହମତ ନୁହଁନ୍ତି। ଯୋଗ୍ୟତା ଆଧାରରେ ବିଚାର କରାଯିବା ଆବଶ୍ୟକ। ହିଜାବ ବିବାଦକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଛି ଏବଂ ଛାତ୍ରୀ ରାସ୍ତାରେ ଅଛନ୍ତି। ମୁଁ ଏହି ଘଟଣାର ସମସ୍ତ ଦିଗ ଉପରେ ନଜର ରଖିଛି।

ସରକାର କୋରାନ ବିରୋଧରେ କୌଣସି ରାୟ ଦେଇପାରିବେ ନାହିଁ। ନିଜ ପସନ୍ଦ ମୁତାବକ ପୋଷାକ ପିନ୍ଧିବା ଏକ ମୌଳିକ ଅଧିକାର। ହିଜାବ ପିନ୍ଧିବା ଏକ ମୌଳିକ ଅଧିକାର। ତଥାପି ସରକାର ମୌଳିକ ଅଧିକାର ଉପରେ ପ୍ରତିବନ୍ଧକ ଲଗାଇ ପାରିବେ। ୟୁନିଫର୍ମ ଉପରେ ସରକାରଙ୍କ ତରଫରୁ କୌଣସି ସ୍ପଷ୍ଟ ଆଦେଶ ନାହିଁ। ହିଜାବ ପିନ୍ଧିବା ଗୋପନୀୟତାର ବିଷୟ। ଏ ବାବଦରେ ସରକାରୀ ଆଦେଶ ଗୋପନୀୟତାର ସୀମା ଉଲ୍ଲଂଘନ କରୁଛି।

Also Read: ସହରର ନାଁ ବଦଳାଇବାକୁ ନେଇ ମୁହାଁମୁହିଁ ଶିବସେନା-କଂଗ୍ରେସ, ବିଜେପି କହିଲା ଲୋକ ଦେଖାଣିଆ

ଜଷ୍ଟିସ ଦୀକ୍ଷିତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ ଇସଲାମ ଧର୍ମଗ୍ରନ୍ଥର କେଉଁଠାରେ କୁହାଯାଇଛି ହିଜାବ ପିନ୍ଧିବା ବାଧ୍ୟତାମୂଳକ। ବିଚାରପତି ମଧ୍ୟ କୋର୍ଟ ପାଠାଗାରରୁ କୋରାନର ଏକ ନକଲ ମାଗିଥିଲେ। ଏହା କେଉଁଠାରେ କୁହାଯାଇଛି ତାହା ବୁଝିବା ପାଇଁ ଆବେଦନକାରୀଙ୍କୁ କୋରାନ ପଢିବାକୁ କହିଥିଲେ। ସମସ୍ତ ପରମ୍ପରା ହେଉଛି ମୌଳିକ ପ୍ରଥା ହେଲେ ଏହାର ଅଧିକାର କ୍ଷେତ୍ର କ’ଣ ତାହା ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।

ସମସ୍ତ ସ୍ଥାନରେ ଏହାକୁ ଅଭ୍ୟାସ କରିବାକୁ ପଡିବ କି ନାହିଁ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। କୋର୍ଟ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରି କହିଛନ୍ତି ୨ ମାସ ପାଇଁ ହିଜାବ ପିନ୍ଧିବାକୁ କାହିଁକି ଅନୁମତି ଦେଇ ପାରିବେ ନାହିଁ ଏବଂ ଏଥିରେ ଅସୁବିଧା କ’ଣ? ଏହି ସମୟରେ ଆବେଦନକାରୀଙ୍କ ଓକିଲ କହିଛନ୍ତି ସରକାର ସେହି କେବଳ ସେହି ମାମଲାରେ ହସ୍ତକ୍ଷେପ କରିପାରିବେ ଯାହା ଯେ ଧର୍ମ ଦୃଷ୍ଟିରୁ ମୌଳିକ ନୁହେଁ। ମୌଳିକ ଅଧିକାର ଉପରେ ସରକାର ହସ୍ତକ୍ଷେପ କରିପାରିବେ ନାହିଁ।

Also Read: Hindutva ପରେ Tipu Sultan ନାମକୁ ନେଇ ମୁହାଁମୁହିଁ BJP-ShivSena

ସରକାର ହିଜାବ ମାମଲାରେ ସରକାର ଉଦାରତା ଦେଖାନ୍ତୁ ବୋଲି ଆବେଦନକାରୀ କହିଛନ୍ତି। ଧର୍ମନିରପେକ୍ଷତା ଆଧାରରେ ଏହି ମାମଲା ସ୍ଥିର ହୋଇପାରିବ ନାହିଁ। ସରକାରଙ୍କୁ ୟୁନିଫର୍ମ ରଙ୍ଗ ଅନୁଯାୟୀ ହିଜାବ ପିନ୍ଧିବାକୁ ଅନୁମତି ଦେବା ଆବଶ୍ୟକ। ପରୀକ୍ଷା ଶେଷ ପର୍ଯ୍ୟନ୍ତ ଅନୁମତି ଦେବାକୁ ହେବ। ଏହା ପରେ ସରକାର ଏ ପ୍ରସଙ୍ଗରେ ନିଷ୍ପତ୍ତି ନେଇପାରନ୍ତି।