ବାଇକରେ ନୁହେଁ ଘୋଡ଼ା ଉପରେ ଚଢି ଫୁଡ୍ ଡେଲିଭରୀ !
Advertisement

ବାଇକରେ ନୁହେଁ ଘୋଡ଼ା ଉପରେ ଚଢି ଫୁଡ୍ ଡେଲିଭରୀ !

ଗୋଟିଏ କ୍ଲିକରେ ଘର ଦୁଆରେ ପହଞ୍ଚିଯାଏ ଖାଦ୍ୟ ହେଉ ବା ଖାଦ୍ୟ ସାମଗ୍ରୀ ।  ଘୋଡ଼ା ଉପରେ ବସିଛନ୍ତି ଜଣେ ଫୁଡ୍ ଡେଲିଭରୀ ବୟ । ଏତେ ଥଣ୍ଡାରେ ଓ ବରଫ ଚାଦର ଆସ୍ତରଣ ଭିତରେ ନିଜର କର୍ତ୍ତବ୍ୟକୁ ଭୁଲିନାହାଁନ୍ତି ଡେଲିଭରୀ ବୟ।

ବାଇକରେ ନୁହେଁ ଘୋଡ଼ା ଉପରେ ଚଢି ଫୁଡ୍ ଡେଲିଭରୀ !

ଶ୍ରୀନଗର; ସ୍ମାର୍ଟ ପିପୁଲ୍ ଆଣ୍ଡ ସ୍ମାର୍ଟ ୱାର୍କ । ଆଜିକାଲି ସମସ୍ତେ ଅତ୍ୟାଧୁନିକରଣ କାମ କ୍ଷେତ୍ରରେ ବେଶ ସଜାଗ । ହାତ ପାହାନ୍ତାରେ ମିଳିଯାଉଛି ସବୁ କିଛି। ଏଇ ଯେମିତି ଗୋଟିଏ କ୍ଲିକରେ ଘର ଦୁଆରେ ପହଞ୍ଚିଯାଏ ଖାଦ୍ୟ ହେଉ ବା ଖାଦ୍ୟ ସାମଗ୍ରୀ । ତେବେ ସମସ୍ତଙ୍କୁ ଜଣା ଯେତେବେଳେ କେହି ଅନଲାଇନ ଫୁ଼ଡ ଅର୍ଡର କରିଥାନ୍ତି ଡେଲିଭରି କରିବାକୁ ଫୁଡ ଡେଲିଭରୀ  ସଦସ୍ୟ ବାଇକରେ ଆସି ଖାଦ୍ୟ ଦେଇଯାଆନ୍ତି । 

ହେଲେ ଜାମ୍ମୁକାଶ୍ମୀର (Jammu kashmir) ର ଏମିତି ଏକ ରୋମାଞ୍ଚକର ଭିଡ଼ିଓ (Video) ଏବେ ବେଶ ଭାଇରାଲ (Viral) ହେବାରେ ଲାଗିଛି । ବରଫ ଚାଦର(Ice sheet) ର ରାସ୍ତାରେ ଠକ ଠକ ଶବ୍ଦରେ ଘୋଡ଼ା (Horse) ଟି ଆଗେଇ ଆଗେଇ ଚାଲିଛି । ଆଉ ଏହି ଘୋଡ଼ା (Horse) ଉପରେ ବସିଛନ୍ତି ଜଣେ ଫୁଡ୍ ଡେଲିଭରୀ ବୟ (Food Delivery Boy) । ଏତେ ଥଣ୍ଡା (Severe Cold) ରେ ଓ ବରଫ ଚାଦର (Ice Sheet) ଆସ୍ତରଣ ଭିତରେ ନିଜର କର୍ତ୍ତବ୍ୟକୁ ଭୁଲିନାହାଁନ୍ତି ଡେଲିଭରୀ ବୟ (Delivery Boy)  ।

Also Read; ପୁଣି ଖସିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍ 

ସଠିକ ଠିକଣାରେ ଫୁଡ ଡେଲିଭରି (Food Delivery) କରିବା ସହ ନିଜ କାମ ସାରି ଫେରୁଛନ୍ତି ଡେଲିଭରୀ ବୟ ଜଣକ । ଯାହାର ଏହି ଭିଡିଓ (Video) ଟି ବେଶ ଭାଇରାଲ (Viral) ହେବାରେ ଲାଗିଛି ।