ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିଶ୍ୱ ଏପରି ଏକ ଅବସ୍ଥାରେ ଆସି ପହଞ୍ଚିଛି ଯେଉଁଠି ପରମାଣୁ ଆକ୍ରମଣ ହେବାର ସମ୍ଭାବନା ବଢିଗଲାଣି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନ ଉପରେ ପରମାଣୁ ବୋମା (Nuclear Attack) ପକାଇ ଇତିହାସରେ ଅଭଙ୍ଗା ରେକର୍ଡ କରିଥିବା ଯୁକ୍ତରାଷ୍ଟ୍ର ଆମେରିକା-ୟୁଏସଏ (USA-United States of America) ଏବେ ଏକବିଂଶ ଶତାବ୍ଦୀରେ ପୁଣି ଥରେ ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୁଦ୍ଧରେ ଏପରି ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତତ୍ପର ହୋଇଉଠିଛି। 


COMMERCIAL BREAK
SCROLL TO CONTINUE READING

ସାମରିକ କ୍ଷେତ୍ରରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ୟୁଏସଏ ଉପସାଗରୀୟ ଦେଶରେ (Gulf Country) ସବୁଠାରୁ ଭୟାନକ ପରମାଣୁ ବୋମାବର୍ଷୀ ବିମାନ ବି-୫୨ (Nuclear Bomber B52)  ମୁତୟନ କରିସାରିଛି। ଏନେଇ ଆମେରିକାକୁ ମିଳିଥିବା ଗୁପ୍ତ ସୂଚନା ଅନୁସାରେ ଉପସାଗରୀୟ ଦେଶରେ ଅବସ୍ଥିତ ଆମେରିକୀୟ ମିଲିଟାର ବେସ୍ (USA Military Base) ଉପରେ ଆତଙ୍କାବଦୀ ଆକ୍ରମଣ ହେବାର ସମ୍ଭାବନା ବଢିଯାଇଛି।


ଏହାର ମୁକାବିଲା କରିବା ଲାଗି ଆମେରିକା ପକ୍ଷରୁ ଉପସାଗରୀୟ ଦେଶ ଅଞ୍ଚଳରେ ବି-୫୨ ପରମାଣୁ ବୋମାବର୍ଷୀ ବିମାନର ଏକ ସ୍କ୍ୱାଡ୍ରନ ମୁତୟନ କରାଯାଇଛି। ବିଗତ କିଛି ବର୍ଷ ଧରି ଏହି ଅଞ୍ଚଳରେ ଆମେରିକା ପକ୍ଷରୁ କରାଯାଇଥିବା ଆତଙ୍କବାଦ ଦମନ ଅଭିଯାନ ପରେ ପାଲଟା ଆକ୍ରମଣ କରିବାକୁ ଷଡଯନ୍ତ୍ର କରୁଛନ୍ତି ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀ। ଯାହାର ଉଦାହରଣ ହେଉଛି ବିଶ୍ୱରେ ଆତଙ୍କ ଖେଳାଇଥିବା ଆଇଏସ ଆତଙ୍କୀ ସଙ୍ଗଠନ (IS Terror Group) ମୁଖ୍ୟ ଆବୁ ବାକର ଅଲ ବାଗଦାଦୀର (Abu Bakr al-Baghdadi) ହତ୍ୟା। 


Also Read: ଜବାବ ଦେବାକୁ ତତ୍ପର ଡ୍ରାଗନ,ଭାରତ-ଆମେରିକା ଉପରେ କରିବ ପରମାଣୁ ହମଲା!



ଗତବର୍ଷ ଅକ୍ଟୋବର ୨୭ ତାରିଖରେ ଆମେରିକା ରାଷ୍ଟ୍ରପତି (USA President) ଡୋନାଲ୍ଡ ଟ୍ରମ୍ପଙ୍କ (Donald Trump) ଅନୁମତି ପାଇବା ପରେ ଆମେରିକୀୟ ସେନା (US Troops) ପକ୍ଷରୁ ସିରିଆର (Syria) ଇଦଲିବ ପ୍ରଦେଶସ୍ଥିତ (Idlib Province) ବାରିସା (Barisha) ନାମକ ସ୍ଥାନରେ କରାଯାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ସମୟରେ ଆତ୍ମଘାତୀ ବୋମା ବିସ୍ଫୋରଣରେ ନିଜକୁ ଉଡାଇ ଦେଇଥିଲା ଆଇଏସ ମୁଖିଆ ବାଗଦାଦୀ। 


Also Read: ଥମୁନି ଆମେରିକା ଇରାନ ବିବାଦ


 


ବିଗତ କିଛି ବର୍ଷ ଧରି ଲୁଚାଛପାରେ ପରମାଣୁ ଅସ୍ତ୍ର (Nuclear Weapon) ବିକଶିତ କରୁଥିବା ଇରାନକୁ (Iran) ନେଇ ଆମେରିକା ବେଶ ସତର୍କ ହୋଇଉଠିଛି। କାରଣ ଇରାନ ସମର୍ଥିତ ଅନେକ ଆତଙ୍କବାଦୀ ସଙ୍ଗଠନ ବିଭିନ୍ନ ଉପସାଗରୀୟ ଦେଶରେ ରହିଥିବା  ୟୁଏସ ମିଲିଟାରୀ ବେସ ସହିତ ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ କରିବାକୁ ଷଡଯନ୍ତ୍ର କରୁଛନ୍ତି। 


ଅନ୍ୟପଟେ ଇରାନ ରିଭୋଲ୍ୟୁସନୀରୀ ଗାର୍ଡ-ଆଇଆରଜି (IRG-Islamic Revolutionary Guard) ମେଜର ଜେନେରାଲ କାସିମ ସୁଲେମାନୀ (Qasem Soleimani) ହତ୍ୟା ପରେ ଆମେରିକା-ଇରାନ ସମ୍ପର୍କ ତିକ୍ତ ହୋଇଉଠିଛି। ଚଳିତ ବର୍ଷ ଜାନୁଆରୀ ୩ ତାରିଖରେ ୟୁଏସଏ ଡ୍ରୋନ ଆକ୍ରମଣରେ (USA Drone Strike) ଇରାକ (Iraq) ରାଜଧାନୀ ବାଗଦାଦ (Baghdad) ଠାରେ ପ୍ରାଣ ହରାଇଥିଲା ଇରାନୀ ସେନା ଅଧିକାରୀ ସୁଲେମାନୀ।  


ଆମେରିକାର ଏପରି କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଜବାବ ଦେବାକୁ ଯାଇ ଜାନୁଆରୀ ୭ ତାରିଖରେ ଇରାକସ୍ଥିତ ଆମେରିକା ମିଲିଟାରୀ ବେସ ଉପରେ ଇରାନ ପକ୍ଷରୁ ହୋଇଥିଲା ରକେଟ ଆକ୍ରମଣ (Rocket Strike)। ଏହି କାର୍ଯ୍ୟାନୁଷ୍ଠାନରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଆମେରିକୀୟ ସୈନ୍ୟ ଆହତ ହୋଇଥିବା ନେଇ ଆମେରିକା ସେନା ମୁଖ୍ୟାଳୟ ପେଣ୍ଟାଗନ (Pentagon) ପକ୍ଷରୁ କୁହାଯାଇଥିଲା। ସେବେ ଆମେରିକା-ଇରାନ ସମ୍ପର୍କ ବେଶ ତିକ୍ତାତାପୂର୍ଣ୍ଣ ହୋଇଉଠିଛି।   


Also Read: ଆମେରିକାର ବଦଲା ନେବ ଇରାନ, ଚାଲିଛି 'ବିଶ୍ୱ ବିନାଶକ' ପ୍ରସ୍ତୁତି


ଇରାନ ପକ୍ଷରୁ ହେବାକୁ ଥିବା ହମଲାର ଜବାବ ଦେବାକୁ ଆକ୍ରାମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି ଆମେରିକା। ଏପରିକି ଉପସାଗରୀୟ ଦେଶ ଅଞ୍ଚଳରେ ବି-୫୨ ପରମାଣୁ ବୋମାବର୍ଷୀ ବିମାନକୁ ଇମରଜେନ୍ସି ମୁଡରେ ମୁତୟନ କରିଛି ୟୁଏସଏ। ଏଥିରେ ପରମାଣୁ କ୍ଷମତାସମ୍ପନ୍ନ କ୍ରୁଜ ମିସାଇଲ ସଂଯୁକ୍ତ କରାଯାଇଛି। ଯାହା ୨୫୦୦ କିମି ଦୂରରେ ରହିଥିବା କୌଣସି ଟାର୍ଗେଟକୁ ଲକ୍ଷ୍ୟ ଭେଦ କରିବାରେ ସକ୍ଷମ।  



   
ଉପସାଗରୀୟ ଦେଶରେ ପରମାଣୁ କ୍ଷମତାଯୁକ୍ତ ବୋମାବର୍ଷୀ ବିମାନ ମୁତୟନ କରି ଆମେରିକା ଆମେରିକା ଆତଙ୍କବାଦୀ ଗୋଷ୍ଠୀ ଏବଂ ଏହାକୁ ସମର୍ଥନ ଜଣାଉଥିବା ରାଷ୍ଟ୍ରକୁ ଜବାବ ଦେବା ଲାଗି ସ୍ପଷ୍ଟ ଭାବେ ଜଣାଇଦେଇଛି। ଯେଉଁ ତାଲିକାରେ ରହିଛି ଇରାନ। ପୂର୍ବରୁ ଆଫଗାନିସ୍ତାନରେ ସମାନ୍ତରାଳ ସରକାର ଚଳାଇଥିବା ଆତଙ୍କୀ ସଙ୍ଗଠନ ତାଲିବାନକୁ (Taliban) ମଧ୍ୟ ଉପଯୁକ୍ତ ଜବାବ ଦେଇସାରିଛି ବି-୫୨ ପରମାଣୁ ବୋମାବର୍ଷୀ ବିମାନ। 


Also Read: ସୁଲେମାନୀଙ୍କ ହତ୍ୟାର ପ୍ରତିଶୋଧ ନେଲା ଇରାନ, ଗଡ଼େଇଲା ୮୦ ମୁଣ୍ଡ


ଏପରି ଧରଣର ଯୁଦ୍ଧବିମାନ ଉଭୟ ଆଣବିକ ଏବଂ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଏବଂ କ୍ଷେପଣାସ୍ତ୍ର ସହିତ ସଜ୍ଜିତ। ବି-୫୨ ପରମାଣୁ ବୋମାବର୍ଷୀ ବିମାନ ଏକ ସମୟରେ ୩୨ ହଜାର କିଗ୍ରା ଅସ୍ତ୍ରଶସ୍ତ୍ର ବହନ କରିବାକୁ ସକ୍ଷମ। ଏହାର ଲକ୍ଷ୍ୟଭେଦସ କରିବାର କ୍ଷମତା ୧୪୦୮୦ କିଲୋମିଟର। ଏହାର ୬ଟି ଇଞ୍ଜିନ୍ ରହିଛି। ଏହା ସବସୋନିକ୍ ବେଗରେ (Subsonic Speed) ଉଡିବାକୁ ସକ୍ଷମ। ଇରାନର ଆଣବିକ କେନ୍ଦ୍ରକୁ ନଷ୍ଟ କରିବା କରିବା ହେଉଛି ଆମେରିକା ମୂଳ ଲକ୍ଷ୍ୟ। 



କାରଣ ଆମେରିକା କେବେ ଚାହିଁନାହିଁ ଏହାର କୌଣସି ପ୍ରତିଦ୍ୱନ୍ଦ୍ୱୀ ଦେଶ ପରମାଣୁ କ୍ଷମତାସମ୍ପନ୍ନ ହେଉ। ଯଦି ଇରାନ ଆଣବିକ ଶକ୍ତି ହାସଲ କରେ ତାହେଲେ ଉପସାଗରୀୟ ଅଞ୍ଚଳରେ ଅବସ୍ଥିତ ଦେଶଙ୍କ ମଧ୍ୟରେ ରହିଥିବା ଶକ୍ତି ସନ୍ତୁଳନ ବିପଦପୂର୍ଣ୍ଣ ହୋଇଉଠିବ। ଯଦି ଏପରି ହୁଏ ତାହେଲେ ସାମରିକ, ରାଜନୈତିକ, ଅର୍ଥନୈତିକ କ୍ଷେତ୍ରରେ ଉପସାଗରୀୟ ଦେଶ ଉପରେ ରହିଥିବା ଆମେରିକୀୟ ପ୍ରଭାବ ପ୍ରତି ଏହା ଆହ୍ୱାନ ସୃଷ୍ଟି କରିବ। ବ୍ୟବସାୟିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆମେରିକା କେବେ ହେଲେ ଏହା ଘଟିବାକୁ ଦେବ ନାହିଁ।