ମୋହସିନ୍ ଫଖରୀଜଦେହ (Mohsen Fakhrizadeh) ଙ୍କ ହତ୍ୟା ପାଇଁ ସୁଦୂର ନିୟନ୍ତ୍ରିତ ଅସ୍ତ୍ର (remote control arms) ବ୍ୟବହାର କରୁଥିଲେ।
Trending Photos
ନୂଆଦିଲ୍ଲୀ: ଇରାନର ପରମାଣୁ ବୈଜ୍ଞାନିକ ମୋହସିନ୍ ଫଖରୀଜଦେହଙ୍କ ହତ୍ୟାକୁ ନେଇ ଏକ ନୂତନ ତଥ୍ୟ ଉଭା ହୋଇଛି। ଏକ ଅନୁସନ୍ଧାନ ମୁତାବକ ମୋହସିନଙ୍କୁ ଦୂରରୁ ନିୟନ୍ତ୍ରିତ ଅସ୍ତ୍ରରେ ହତ୍ୟା କରାଯାଇଛି। କେବେ ଏହି ହତ୍ୟା ପଛରେ ଇସ୍ରାଏଲର ହାତ ଥିବା ସନ୍ଦେହ କରାଯାଉଛି।
ଇରାନ (Iran) ର ଜାତୀୟ ସୁରକ୍ଷା ପରିଷଦର ମୁଖ୍ୟ ଅଲି ଶାମଖାନୀ (Ali Samkhani)ଙ୍କ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଏହି (Iran nuclear scientist) ହତ୍ୟାକାଣ୍ଡ ଉପରେ ଆଲୋକପାତ କରିଛି। ସେ କହିଛନ୍ତି ଯେ, ଆକ୍ରମଣକାରୀ ଏହି ହତ୍ୟାରେ ବୈଦ୍ୟୁତିକ ଉପକରଣ ବ୍ୟବହାର କରିଥିଲେ। ସେମାନେ ନିଜେ ଏହି ଘଟଣାରେ ଉପସ୍ଥିତ ନଥିଲେ। ମୋହସିନ୍ ଫଖରୀଜଦେହ (Mohsen Fakhrizadeh) ଙ୍କ ହତ୍ୟା ପାଇଁ ସୁଦୂର ନିୟନ୍ତ୍ରିତ ଅସ୍ତ୍ର (remote control arms) ବ୍ୟବହାର କରୁଥିଲେ।
Also Read: ଚୀନ ଏବଂ ଇରାନ ହ୍ୟାକର୍ସଙ୍କ ଟାର୍ଗେଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ
ଶ୍ୟାମଖାନୀ ପୁଣି କହିଛନ୍ତି ଯେ, ବୈଜ୍ଞାନିକ ଫଖରୀଜଦେହଙ୍କ ସୁରକ୍ଷା ପାଇଁ ଆବଶ୍ୟକ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଥିଲା। କିନ୍ତୁ ହତ୍ୟାକାଣ୍ଡ ଘଟାଇବା ପାଇଁ ଶତ୍ରୁମାନେ ଏହି ନୂତନ ପଦ୍ଧତି ବ୍ୟବହାର କରିଛନ୍ତି। ଦୁର୍ଭାଗ୍ୟବଶତଃ ସେମାନେ ତାଙ୍କ ଉଦ୍ଦେଶ୍ୟରେ ସଫଳ ହୋଇଥିଲେ। ଶତ୍ରୁଙ୍କ ପାଇଁ ଏହା ଏକ କଷ୍ଟସାଧ୍ୟ ମିଶନ୍ ଥିଲା। ତେଣୁ ସେମାନେ ବହୁ ଦୂରରେ ବସି ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର କରି ଏହି କାଣ୍ଡ ଘଟାଇଥିବା ଆଶଙ୍କା କରାଯାଉଛି।
ଇରାନର ଗୁଇନ୍ଦା ସଂସ୍ଥାମାନେ ପୂର୍ବାନୁମାନ କରିଥିଲେ ଯେ, ଫଖରୀଜଦେହଙ୍କୁ ହତ୍ୟା କରିବାର ଷଡଯନ୍ତ୍ର କରାଯାଇଛି। ତାଙ୍କୁ ଯେକୌଣସି ସମୟରେ ଆକ୍ରମଣ କରାଯାଇପାରେ। କିନ୍ତୁ ଗୁଇନ୍ଦା ସଂସ୍ଥା ଏହି ପ୍ରସଙ୍ଗରେ କୈଣସି ବିସ୍ତୃତ ସୂଚନା ଦେଇନାହାଁନ୍ତି। ଅପରପକ୍ଷେ, ଫଖରୀଜଦେହଙ୍କ କାରକୁ କିଛି ବନ୍ଧୁକଧାରୀ ଟାର୍ଗେଟ କରିଥିଲେ ବୋଲି ଇରାନ ଗୃହମନ୍ତ୍ରାଳୟ କହିଛି।