କୋରୋନା ମହାସଙ୍କଟ: ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ରୁ ଉର୍ଦ୍ଧ୍ୱ, ମୃତ୍ୟୁ ସଂଖ୍ୟା ୬୪
Advertisement

କୋରୋନା ମହାସଙ୍କଟ: ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ରୁ ଉର୍ଦ୍ଧ୍ୱ, ମୃତ୍ୟୁ ସଂଖ୍ୟା ୬୪

ମହାରାଷ୍ଟ୍ରରେ ସଂକ୍ରମିତ କୋରୋନା ସଂଖ୍ୟା ୧୦୦୦ ଅତିକ୍ରମ କରିସାରିଛି । ରାଜ୍ୟରେ ବର୍ତ୍ତମାନ ୧୦୧୮ ଜଣଙ୍କୁ କୋରୋନା ପଜିଟିଭ ଥିବାର ପୃଷ୍ଟି କରାଯାଇଛି । ଏଥିରୁ ୬୪ ଜଣଙ୍କ ମୃତ୍ୟୁ  ଘଟିଛି । 

କୋରୋନା ମହାସଙ୍କଟ: ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ରୁ ଉର୍ଦ୍ଧ୍ୱ, ମୃତ୍ୟୁ ସଂଖ୍ୟା ୬୪

ମୁମ୍ୱାଇ: ଦେଶରେ ଦ୍ରୁତଗତିରେ ବୃଦ୍ଧି ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମଙ୍ଗଳବାର ବର୍ତ୍ତମାନ ଯାଏ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୭୦୦ ଅତିକ୍ରମ କରିସାରିଛି । ଏଥିସହ ମୃତ୍ୟୁ ସଂଖ୍ୟା ୧୨୪ରେ ପହଞ୍ଚିଛି । ତେବେ କୋରୋନା ସହ ଯୁଦ୍ଧରେ ଜିତିବା ପରେ ୩୨୫ ଆକ୍ରାନ୍ତ ଘରକୁ ଫେରିଛନ୍ତି । ଦେଶରେ ସର୍ବାଧିକ କୋରୋନା ଆକ୍ରାନ୍ତ ମହାରାଷ୍ଟ୍ରରୁ ଚିହ୍ନଟ କରାଯାଇଛି ।   

ବର୍ତ୍ତମାନ ଯାଏ ମହାରାଷ୍ଟ୍ରରେ ସଂକ୍ରମିତ କୋରୋନା ସଂଖ୍ୟା ୧୦୦୦ ଅତିକ୍ରମ କରିସାରିଛି । ରାଜ୍ୟରେ ବର୍ତ୍ତମାନ ୧୦୧୮ ଜଣଙ୍କୁ କୋରୋନା ପଜିଟିଭ ଥିବାର ପୃଷ୍ଟି କରାଯାଇଛି । ଏଥିରୁ ୬୪ ଜଣଙ୍କ ମୃତ୍ୟୁ  ଘଟିଛି । କେବଳ ମୁମ୍ବାଇରେ ୬୪୨ଟି କୋରୋନା ମାମଲା ରହିଛି । ଏଥିସହ ୪୦  ଜଣଙ୍କ ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ  ୧୫୦ଟି କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୨ ଜଣଙ୍କ ମୃତ୍ୟୁ ଘଟିଛି ।

ଅନ୍ୟକ୍ଷେ ରାଜସ୍ଥାନରେ ୧୫ଟି କୋରୋନା  ଭୂତାଣୁ ରିପୋର୍ଟ ପଜିଟିଭ ସାମ୍ନାକୁ ଆସିଛି । ଏହି ସମସ୍ତ ମାମଲା ଟବଲିଗୀ ଜାମାତ ସହିତ ଜଡ଼ିତ ଥିବାର ସୂଚନା ରହିଛି । ଜୟପୁରର ରାମଗଞ୍ଜରେ ତବଲିଗୀ ଜମାତର ୩ ଜଣଙ୍କୁ କୋରୋନା ପଜିଟିଭ୍ ମିଳିଛି । ସେହିପରି ମଙ୍ଗଳବାର ଦିଲ୍ଲୀ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି ଯେ,  କୋଭିଡ -19ର ଚିକିତ୍ସା କାର୍ଯ୍ୟ କରୁଥିବା ଡାକ୍ତର, ନର୍ସ କିମ୍ବା ସଫେଇ କର୍ମଚାରୀଙ୍କ ମୃତ୍ୟୁ ହେଲେ ୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରାଯାଇଛି ।