ଫେବୃଆରୀ ୨୬ରେ ପୁଣି 'ଭାରତ ବନ୍ଦ'!
Advertisement

ଫେବୃଆରୀ ୨୬ରେ ପୁଣି 'ଭାରତ ବନ୍ଦ'!

CAIT ଆସନ୍ତା ୨୬ ତାରିଖରେ ଦେଶବ୍ୟାପୀ ଦୋକାନ ବନ୍ଦ ରଖିବାକୁ ନିଷ୍କତ୍ତି ନେଇଛି। ଯାହାକୁ ସର୍ବଭାରତୀୟ ପରିବହନ କଲ୍ୟାଣ ସଂଘ ସମର୍ଥନ କରିଛି। 

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ପୁଣି ଦେଶବ୍ୟାପୀ ଦୋକାନ ବଦାର ସହ ଅଖଚକ ବନ୍ଦ। ଏଥର କୃଷକ ନୁହେଁ ବନ୍ଦ ପାଳନ କରିବେ ବ୍ୟବସାୟୀକ ସଙ୍ଗଠନ। ବାରମ୍ବାର GST ନିୟମରେ ପରିବର୍ତ୍ତକୁ ବିରୋଧ କରି ସର୍ବଭାରତୀୟ ବ୍ୟାବସାୟ ସଂଗଠନ (CAIT) ବନ୍ଦ ଡାକରା ଦେଇଛି। ଏହି ବନ୍ଦ ଡାକରାକୁ ଅନ୍ୟ ସଂଘ ଗୁଡିକ ବି ସମର୍ଥନ ଜଣାଇଛନ୍ତି। 

ସୋମବାର ଠାରୁ ନାଗପୁର (Nagpur)ରେ ଜାତୀୟ ବ୍ୟବସାୟୀକ ସମ୍ମିଳନୀ (National trade conference) ଆରମ୍ଭ ହୋଇଯାଇଛି। ଏହି ସମ୍ମିଳନୀରେ GST ନିୟମରେ ପରିବର୍ତ୍ତକୁ ବିରୋଧ କରାଯାଇଛି। ଆଉ ପ୍ରତିବାଦ ସ୍ୱରୁପ CAIT ଆସନ୍ତା ୨୬ ତାରିଖରେ ଦେଶବ୍ୟାପୀ ଦୋକାନ ବନ୍ଦ ରଖିବାକୁ ନିଷ୍କତ୍ତି ନେଇଛି। ଯାହାକୁ ସର୍ବଭାରତୀୟ ପରିବହନ କଲ୍ୟାଣ ସଂଘ ସମର୍ଥନ କରିଛି। ସେହି ବନ୍ଦ (Bharaat Band) ଦିନ ଦୋକାନ ବଜାର ସହ ଅଖଚକ ମଧ୍ୟ ବନ୍ଦ ରଖିବାକୁ ସଙ୍ଘ କହିଛି।

Also Read: ଆସନ୍ତା ୧୫ରେ ଓଡିଶା ବନ୍ଦ

CAIT କହିଛି ଯେ, ଗତ ୪ ବର୍ଷରେ ୩୩୦ରୁ ଊର୍ଦ୍ଧ୍ୱ ଥର GST ନିୟମରେ ସଂଶୋଧନ (Amendment) କରାଯାଇଛି। ଲଗାତାର ନିୟମ ପରିବର୍ତ୍ତନ ହେବା ଦ୍ୱାରା ବ୍ୟବସାୟୀମାନେ ଦୋକାନ ଅପେକ୍ଷା GST ହିସାବରେ ଅଧିକ ସମୟ ବିତାଉଛନ୍ତି। ଆଇନରେ ସୁଦ୍ଧାର ପାଇଁ ଯେଉଁ ସବୁ ପ୍ରସ୍ତାବ ଦିଆଯାଇଥିଲା ତାହା ପରିଷଦ ଲାଗୁ କରାଯାଉନଥିବା ଅଭିଯୋଗ ହୋଇଛି।