ମଳୟ ରଞ୍ଜନ ମହାନ୍ତି,ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଥିବା ଉପକୂଳ ରାଜପଥ ପ୍ରକଳ୍ପକୁ ନେଇ ଚାଲିଥିବା ବିବାଦ ଭିନ୍ନ ମୋଡ ନେଇଛି। ରାଜ୍ଯ ସରକାରଙ୍କ ସହ ଆଲୋଚନା ନକରି ଏହାର  ନକ୍ସା ପରିବର୍ତ୍ତନ କରିଥିବା ଅଭିଯୋଗରେ କେନ୍ଦ୍ର ଉପରେ ରାଜ୍ଯ ସରକାର ବର୍ଷିଥିବାବେଳେ ଏବେ ସ୍ଥିତି ବଦଳିଛି। ଏ ପ୍ରସଙ୍ଗରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ମୁଖ୍ଯମନ୍ତ୍ରୀଙ୍କ ଆଲୋଚନା କରିବା ପରେ ଏହାର ସମାଧାନ ହେବାର ସମ୍ଭାବନା ରହିଛି।


COMMERCIAL BREAK
SCROLL TO CONTINUE READING

ଉପକୂଳ ରାଜପଥ ପ୍ରକଳ୍ପ କାର୍ଯ୍ଯର ପ୍ରଗତି ସମ୍ପର୍କିତ ବୈଠକ ପ୍ରତ୍ଯେକ ବ୍ଯବଧାନରେ କେନ୍ଦ୍ର ରାଜ୍ଯ ମଧ୍ଯରେ ହେବା ସହ ଏହାର ଅଗ୍ରଗତି ହେବ ବୋଲି କୁହାଯାଇଛି। ରାଜ୍ୟର ଗୋପାଳପୁର ବନ୍ଦର ଠାରୁ ଦୀଘା ପର୍ଯ୍ୟନ୍ତ ହେବାକୁ ଥିବା ରାଜପଥ ବାବଦରେ ଯୋଜନା ବୋର୍ଡ ଉପାଧ୍ଯକ୍ଷ ଗୋପାଳପୁର ସାତପଡା ସମ୍ପର୍କରେ ଯେଉଁ ଅଭିଯୋଗ ଆଣିଥିଲେ ତାହାର ସମାଧାନ ହେବା ନେଇ ଚର୍ଚ୍ଚା ହେଉଛି। 


Also Read: ଉପକୂଳ ରାଜପଥ ନିର୍ମାଣ ଦାବି ନେଇ ପଦଯାତ୍ରା


ଏହି ରାଜପଥ ନକ୍ସା ପରିବର୍ତ୍ତନ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ସମ୍ପୂର୍ଣ୍ଣ ମିଥ୍ଯା ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ। ରାଜ୍ଯ ସରକାର ଏ ସମ୍ପର୍କର ମିଛ କହି ଲୋକଙ୍କୁ ଭୂଆଁ ବୁଲାଉଥିବା ସ୍ପଷ୍ଟ ହୋଇଯାଇଛି ବୋଲି ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପି କହିଛି। ଅନ୍ଯପକ୍ଷେ କଂଗ୍ରେସ ମଧ୍ଯ ଏ ପ୍ରସଙ୍ଗରେ କଂଗ୍ରେସ ଉଭୟ କେନ୍ଦ-ରାଜ୍ୟ ବିଜେଡି ଉପରେ ବର୍ଷିଛି। କୌଣସି ଯୋଜନାକୁ ସଠିକ ଭାବେ କାର୍ଯକାରୀ ନକରି କେବଳ ରାଜନୈତିକ ଫାଇଦା ପାଇଁ ଏଭଳି ଲଢେଇ କରାଯାଉଥିବା କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ



ଅନ୍ଯପକ୍ଷେ ଉପକୂଳ ରାଜପଥ ପ୍ରସଙ୍ଗରେ ମୁଖ୍ଯମନ୍ତ୍ରୀ ଆଲୋଚନା କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କ ସହ ଆଲୋଚନା କରିବା ପରେ ସୁଫଳ ମିଳିବା ନେଇ ଆଶା କରାଯାଉଛି। ହେଲେ କେନ୍ଦ୍ର ସରକାରଙ୍କ ବିଜେପି ସରକାରଙ୍କ ଠାରୁ ପ୍ରତିଶୃତିର ବାସ୍ତବ ପ୍ରତିଫଳନ ଉପରେ ପ୍ରଶ୍ନ ଉଠାଇଛି ଶାସକ ବିଜେଡି। ଏହି ରାଜପଥ ନିଶ୍ଚିତ ଭାବେ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ କିନ୍ତୁ ଏହାର ବାସ୍ତବ ରୂପାୟନକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର।