ଷ୍ଟୁଡିଓରେ ଗୀତ ଗାଇଲେ ବିଧାୟକ ସୁର ରାଉତରାୟ
Advertisement
Article Detail0/zeeodisha/odisha789870

ଷ୍ଟୁଡିଓରେ ଗୀତ ଗାଇଲେ ବିଧାୟକ ସୁର ରାଉତରାୟ

ତାଙ୍କର ନିଷ୍ଠାପର ସେବା, ପରୋପକାରୀ ମନୋଭାବ ଓ ଲୋକଙ୍କ ପ୍ରତି ଥିବା ଶ୍ରଦ୍ଧା, ସମ୍ମାନ ପାଇଁ ଲୋକେ ତାଙ୍କୁ ଯେପରି ଭଲପାଇବା ଦେଇ ଆସିଛନ୍ତି ଏହି ଗୀତକୁ ମଧ୍ୟ ସେପରି ଭଲପାଇବା ଦେବେ ବୋଲି ଆଶା। 

ଷ୍ଟୁଡିଓରେ ଗୀତ ଗାଇଲେ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଗୀତ ଗାଇଲେ ବିଧାୟକ ସୁର ରାଉତରାୟ (MLA Sura Routray)। ତାହା ପୁଣି ରାପ ସଙ୍ଗ୍ (RAP Song)। ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇଙ୍କ ସଙ୍ଗୀତ ନିର୍ଦେଶନାରେ ଆଜି କଟକର ମିଲନ ଷ୍ଟଡିଓ ଠାରେ ଏହି ଗୀତ ରେକର୍ଡ କରାଯାଇଛି। ନିଜର ବେଫିକର ଅନ୍ଦାଜ, ବିତର୍କିତ ବୟାନବାଜି, ନିଜସ୍ୱ ନିଆରା ଶୈଳୀ ସାଙ୍ଗକୁ କୌତୁକିଆ ମିଜାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ବିଧାୟକ ସୁର ରାଉତରାୟ ଗୀତର କିଛି ରାପ ଅଂଶ ଗାଇବେ। 

ଅରମାନ ମ୍ୟୁଜିକ ପ୍ରଯୋଜିତ ଏହି ଗୀତକୁ ଲେଖିଛନ୍ତି ତପୁ ନାୟକ। ସୁରଙ୍କ ସହିତ ଏହି ଗୀତରେ କଣ୍ଠଦାନ କରିଥିଲେ ଲୋପାମୁଦ୍ରା ନାୟକ ଓ ଜ୍ୟୋତିର୍ମୟୀ। ଜନପ୍ରତିନିଧି ଗାୟକ ଭୂମିକାରେ ଉପନିତ ହେବା କିଛି ନୂଆ କଥା ନୁହେଁ। ସୁରଙ୍କ ପୂର୍ବରୁ ବିଧାୟକ ତାରାପ୍ରସାଦ ବାହିନୀପତି (MLA Tara Bahinipati)ମଧ୍ୟ ଗୀତ ଗାଇ ଚର୍ଚ୍ଚାରେ ରହିସାରିଛନ୍ତି। ଏହି ଗୀତର ଶୀର୍ଷକ "ରଙ୍ଗବତୀ" ରଖାଯାଇଥିଲେ ମଧ୍ୟ ପ୍ରସିଦ୍ଧ ସମ୍ବଲପୁରୀ ରଙ୍ଗବତୀ ଗୀତ ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଲୋକଙ୍କ ପ୍ରିୟ ଓ ପସନ୍ଦର ସଙ୍ଗୀତ ନିର୍ଦ୍ଦେଶକ ଭାବେ ଜଣାଶୁଣା ଜାପାନୀ ଭାଇ। 

ତାଙ୍କର ନିଷ୍ଠାପର ସେବା, ପରୋପକାରୀ ମନୋଭାବ ଓ ଲୋକଙ୍କ ପ୍ରତି ଥିବା ଶ୍ରଦ୍ଧା, ସମ୍ମାନ ପାଇଁ ଲୋକେ ତାଙ୍କୁ ଯେପରି ଭଲପାଇବା ଦେଇ ଆସିଛନ୍ତି ଏହି ଗୀତକୁ ମଧ୍ୟ ସେପରି ଭଲପାଇବା ଦେବେ ବୋଲି ଆଶା। ନଭେମ୍ବର ୨୦ ତାରିଖ ନଭେମ୍ବର ଶୁକ୍ରବାର ଅପରାହ୍ନ ୪ଟା ସମୟରେ କଟକ ସମ୍ରାଟ ହଲ ନିକଟସ୍ଥ ମିଲନ ଷ୍ଟୁଡ଼ିଓରେ ଏହି ଗୀତ ରେକର୍ଡିଂ (Song Recording)କରାଯିବ।