Pragyapan Medha: ଏଥିରେ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ କର୍ତ୍ତବ୍ୟପଥରେ ଗଡ଼ିବ ଓଡି଼ଶାର ପ୍ରଜ୍ଞାପନ ମେଢ଼
Advertisement

Pragyapan Medha: ଏଥିରେ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ କର୍ତ୍ତବ୍ୟପଥରେ ଗଡ଼ିବ ଓଡି଼ଶାର ପ୍ରଜ୍ଞାପନ ମେଢ଼

Odisha Pragyapan Medha: ଏଥର ସାଧାରଣତନ୍ତ୍ର ଦିବସ (Republic Day 2024) ପରେଡ୍‌ରେ (Parade) ରାଜଧାନୀ ଦିଲ୍ଲୀର (Delhi) କର୍ତ୍ତବ୍ୟ ପଥରେ (kartavya Path) ଗଢିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ (Pragyapan Medha) । ଲଗାତାର ୩ ବର୍ଷ ହେବ ରାଜ୍ୟର ପ୍ରଜ୍ଞାପନ ମେଢ଼ ସାଧାରଣତନ୍ତ୍ର ଦିବସରେ ଚୟନ ହୋଇପାରି ନଥିଲା । ଏଥର କିନ୍ତୁ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ସ୍ଥାନ ପାଇଛି ରାଜ୍ୟର ପ୍ରଜ୍ଞାପନ ମେଢ଼।

ସୌ(ସୋସିଆଲ ମିଡିଆ)

ସୂଚନା ଅନୁଯାୟୀ, ପ୍ରଜ୍ଞାପନ ମେଢ (Pragyapan Medha) ପ୍ରସ୍ତୁତି ପାଇଁ ଓଡ଼ିଶାରୁ ଯାଇଥିବା ସ୍କେଚକୁ ଡିଆରଡିଓ ଓ ସଂସ୍କୃତି ବିଭାଗ ପକ୍ଷରୁ ଚୟନ କରାଯାଇଛି। ଦେଶର ବିଭିନ୍ନ ରାଜ୍ୟରୁ ଯାଇଥିବା ପ୍ରସ୍ତୁତି ଭିତରୁ ଓଡ଼ିଶା ୩ ନମ୍ବର ସ୍ଥାନରେ ରହିଛି। ଏହି ପ୍ରଜ୍ଞାପନ ମେଢ ଚୟନ ପାଇଁ ଓଡ଼ିଶା ଦ୍ବାରା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟର (Union Ministry of Defence) ପ୍ରଜ୍ଞାପନ ମେଢର ବିଶେଷଜ୍ଞ କିମିଟି ନିକଟରେ ରଘୁରାଜପୁର ପଟ୍ଟଚିତ୍ର ଜରିଆରେ ମହିଳା ସଶକ୍ତୀକରଣ, ଡ୍ରିଙ୍କ ଫ୍ରମ୍ ଟ୍ୟାପ ଓ ମିଲେଟ୍ ମିସନ ଭଳି ତିନିଟି ବିଷୟକୁ ଦାଖଲ କରାଯାଇଥିଲା । ବିଶେଷଜ୍ଞ କମିଟି ଦ୍ବାରା ତିନି ବୈଠକରେ ବିଚାରବିମର୍ଶ ପରେ ରଘୁରାଜପୁର ପଟ୍ଟଚିତ୍ର ଜରିଆରେ ମହିଳା ସଶକ୍ତୀକରଣ (Women Empowerment) ପ୍ରସଙ୍ଗକୁ ଚୟନ କରାଯାଇଥିଲା ।

କେବେ ନିର୍ମାଣ ହେବ ଏହି ପ୍ରଜ୍ଞାପନ ମେଢ

୨୦୨୪ ଜାନୁୟାରୀ ୪ରେ ଏହି ପ୍ରଜ୍ଞାପନ ମେଢ଼ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏହା ସଂପୂର୍ଣ୍ଣ ଭାବେ ନିର୍ମାଣ ହେବା ଲାଗି ୧୬ ଦିନ ସମୟ ଲାଗିବ । ସାଧାରଣତନ୍ତ୍ର ଦିବସ ପରେଡ୍‌ ପୂର୍ବରୁ ଅର୍ଥାତ୍ ରିହରସଲରେ କର୍ତ୍ତବ୍ୟପଥରେ ଏହି ପ୍ରଜ୍ଞାପନ ମେଢ଼ ଗଡ଼ିବ । ଏହାପରେ  ସାଧାରଣତନ୍ତ୍ର ଦିନ ସମ୍ବଲପୁରୀ ସଙ୍ଗୀତର (Sambalpuri Song) ତାଳେତାଳେ ଗଡ଼ିବ ଏହି ପ୍ରଜ୍ଞାପନ ମେଢ଼ । ରଘୁରାଜପୁର ପଟ୍ଟଚିତ୍ର କିଭଳି ମହିଳାମାନଙ୍କୁ ଅର୍ଥନୈତିକ ବିକାଶରେ ସହଯୋଗ କରୁଛି ତାହାକୁ ଏହି ମେଢ଼ ସାହାଯ୍ୟରେ ବିଭିନ୍ନ ଦୃଷ୍ଟାନ୍ତ ଜରିଆରେ ଦର୍ଶାଯିବ।

Also Read-Ayodhya: ଆଜି ଉଦ୍ଦଘାଟିତ ହେବ ଅଯୋଧ୍ୟା ଧାମ ଜଙ୍କସନ୍, ଜାଣନ୍ତୁ ଏଠାରେ କି ସୁବିଧା ପାଇବେ ଯାତ୍ରୀ

ପ୍ରକାଶ ଥାଉ କି, ଦିଲ୍ଲୀର କର୍ତ୍ତବ୍ୟପଥରେ ୨୦୨୪ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ (Republic Day 2024 Parade ) ଓଡ଼ିଶା ସମେତ ତେଲେଙ୍ଗାନା, ତାମିଲନାଡୁ, ରାଜସ୍ଥାନ, ମଣିପୁର, ମହାରାଷ୍ଟ୍ର, ଲଦାଖ, ମେଘାଳୟ, ହରିୟାନା, ଲଦାଖ, ମଧ୍ଯପ୍ରଦେଶ, ଝାଡ଼ଖଣ୍ତ, ଗୁଜରାଟ, ଛତିଶଗଡ଼, ଆସମ, ଅରୁଣାଚଳ ପ୍ରଦେଶ, ଆନ୍ଧ୍ର ପ୍ରଦେଶର, କର୍ଣ୍ଣାଟକ ଓ ଗୋଆର ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଫ୍ରାନ୍ସର ରାଷ୍ଟ୍ରପତି (French President) ଇମାନୁଏଲ ମାକ୍ରନ୍ (Emmanuel Macron) ମୁଖ୍ୟ ଅତିଥି ରୂପ ଯୋଗ ଦେବା ନେଇ ସୂଚନା ମିଳିଛି ।