୨୪ରେ ଲଘୁଚାପ, ୨୫ରୁ ବର୍ଷିବ!
Advertisement

୨୪ରେ ଲଘୁଚାପ, ୨୫ରୁ ବର୍ଷିବ!

 ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୯୮୯.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ଠାରୁ ୧୧ ପ୍ରତିଶତ କମ୍ । ୨ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୨୦ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । କିନ୍ତୁ ଏବେ ବି ରାଜ୍ୟର ୮ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ।

୨୪ରେ ଲଘୁଚାପ, ୨୫ରୁ ବର୍ଷିବ!

ଭୁବନେଶ୍ୱର: Odisha Weather Update: ଆଜି ମିଆଁମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସହ ଉତ୍ତର ପୂର୍ବ ତତ୍ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।

ଯାହାର ପ୍ରଭାବରେ ସେପ୍ଟେମ୍ୱର ୨୫ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସହ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳ ଦେଇ ଲଘୁଚାପ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଯଦି ପାଗ ଅନୁକୂଳ ହୁଏ ତେବେ ଏହା ଆହୁରି ଘନୀଭୂତ ହୋଇ ଅବପାତ ଏବଂ ଗଭୀର ଅବପାତରେ ପରିଣତ ହେବାର ମଧ୍ୟ ସମ୍ଭାବନା ରହିଛ । ଏହାର ପ୍ରଭାବରେ ବିଶେଷ କରି ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଯାଇଛି ।

ସେପଟେ ଗତକାଲିର ଲଘୁଚାପ ଏବେ ଦକ୍ଷିଣ ପୂର୍ବ ଝାଡଖଣ୍ଡ ଓ ଏହାର ଆଖପାଖରେ ସକ୍ରିୟ ରହିଛି । ଆଉ ଏକ ମୌସୁମୀ ଟ୍ରଫ୍ ଲାଇନ୍ ମଧ୍ୟ ସକ୍ରିୟ ରହିଛି । ଏହି ପାଣିପାଗ ନିୟାମକ ପ୍ରଭାବରେ ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ୫ଟି ଜିଲ୍ଲା ସୁନ୍ଦରଗଡ, କେନ୍ଦୁଝର, ସମ୍ବଲପୁର, ଝାରସୁଗୁଡା ଓ ଦେବଗଡରେ ଅତି ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେପଟେ ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୯୮୯.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ଠାରୁ ୧୧ ପ୍ରତିଶତ କମ୍ । ୨ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୨୦ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । କିନ୍ତୁ ଏବେ ବି ରାଜ୍ୟର ୮ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ।

ଅଧିକ ପଢ଼ନ୍ତୁ:-ଆନନ୍ଦ ଗିରି କିଏ ଓ ମହନ୍ତ ନରେନ୍ଦ୍ର ଗିରିଙ୍କ ସହ ତାଙ୍କର ସମ୍ପର୍କ କିପରି ଥିଲା?

ଅଧିକ ପଢ଼ନ୍ତୁ:-ପୁଣିଥରେ ବାପା ହେଲେ ଆକାଶ

ଅଧିକ ପଢ଼ନ୍ତୁ:-ମହନ୍ତ ନରେନ୍ଦ୍ର ଗିରିଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ସାମ୍ନାକୁ ଆସିଲା ମୃତ୍ୟୁର କାରଣ