ମୁମ୍ବାଇର କଲ୍ୟାଣରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଠି ଜଣେ ୭୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଜୀବନ ବଞ୍ଚାଯାଇଥିଲା। ଏହି ବୃଦ୍ଧ ଜଣକ ଟ୍ରେନ୍ ଟ୍ରାକ୍ ଅତିକ୍ରମ କରି ଗୋଟିଏ ପ୍ଲାଟଫର୍ମରୁ ଅନ୍ୟ ପ୍ଲାଟଫର୍ମକୁ ଯାଉଥିଲେ ଏବଂ ହଠାତ୍ ମୁଣ୍ଡ ବୁଲାଇବା ପରେ ଟ୍ରାକରେ ପଡ଼ିଯାଇଥିଲେ।
Trending Photos
ନୂଆଦିଲ୍ଲୀ: ସଚେତନ ପରେ ମଧ୍ୟ ରାଳବାଇର ସୁରକ୍ଷା ନିୟମ ଉଲ୍ଲଂଘନ କରିବାରେ ଭାରତୀୟମାନେ ମାହିର! ପ୍ରାୟତଃ ଲୋକମାନେ ଗୋଟିଏ ପ୍ଲାଟଫର୍ମରୁ ଅନ୍ୟ ପ୍ଲାଟଫର୍ମକୁ ଯିବା ପାଇଁ ରେଳ ଟ୍ରାକ୍ ଅତିକ୍ରମ କରନ୍ତି। ଅନେକ ଲୋକ ମୋବାଇଲ୍ ଫୋନର ଲିଡ୍ କାନରେ ରଖି ଗୀତ ଶୁଣିବା ସମୟରେ ରେଳ ଟ୍ରାକ୍ ଅତିକ୍ରମ କରନ୍ତି। ଏହି କାରଣରୁ ସେମାନେ ଦୁର୍ଘଟଣାରେ ପ୍ରାଣ ହରାନ୍ତି। କିନ୍ତୁ ରେଳବାଇର ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ମର୍ମନ୍ତୁଦ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା।
ମୁମ୍ବାଇର କଲ୍ୟାଣରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଠି ଜଣେ ୭୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଜୀବନ ବଞ୍ଚାଯାଇଥିଲା। ଏହି ବୃଦ୍ଧ ଜଣକ ଟ୍ରେନ୍ ଟ୍ରାକ୍ ଅତିକ୍ରମ କରି ଗୋଟିଏ ପ୍ଲାଟଫର୍ମରୁ ଅନ୍ୟ ପ୍ଲାଟଫର୍ମକୁ ଯାଉଥିଲେ ଏବଂ ହଠାତ୍ ମୁଣ୍ଡ ବୁଲାଇବା ପରେ ଟ୍ରାକରେ ପଡ଼ିଯାଇଥିଲେ। ଏହି ସମୟରେ ମୁମ୍ବାଇ-ବାରାଣାସୀ ଟ୍ରେନର ଇଞ୍ଜିନ ତାଙ୍କ ଉପରେ ଚଢି ଯାଇଥିଲେ। ତେବେ ଟ୍ରେନର ଲୋକୋ ପାଇଲଟ୍ ଠିକ୍ ସମୟରେ ଏମର୍ଜେନ୍ସି ବ୍ରେକ୍ ଲଗାଇ ତାଙ୍କ ଜୀବନକୁ ବଞ୍ଚାଇଥିଲେ।
ଏହି ଘଟଣା ପରେ ରେଳ ମନ୍ତ୍ରଣାଳୟ ଟୁଇଟ୍ କରି ଏଭଳି ଅନଧିକୃତ ଢଙ୍ଗରେ ଟ୍ରାକ୍ ଅତିକ୍ରମ ନକରିବାକୁ ପରାମର୍ଶ ଦେଇ ଏହାକୁ ସାଂଘାତିକ ପଦକ୍ଷେପ ବୋଲି କହିଛି। କେନ୍ଦ୍ରୀୟ ରେଳବାଇ ଅନୁଯାୟୀ, ଏହି ଘଟଣା ରବିବାର ମଧ୍ୟାହ୍ଣ ପ୍ରାୟ ୧୨ଟା ୪୫ ସମୟରେ ଘଟିଛି। ଏହି ଟ୍ରେନ୍ ଥାନେ ଜିଲ୍ଲାର କଲ୍ୟାଣ ରେଳ ଷ୍ଟେସନର ପ୍ଲାଟଫର୍ମରୁ ଯାଉଥିଲା। ଟ୍ରେନର ଗତି ନିୟନ୍ତ୍ରଣରେ ଥିଲା ଏବଂ ଲୋକୋ ପାଇଲଟ୍ ଏସ.କେ. ପ୍ରଧାନ ମଧ୍ୟ ବହୁତ ସତର୍କ ଥିଲେ, ତେଣୁ ବୃଦ୍ଧ ରକ୍ଷା ପାଇ ଯାଇଥିଲେ। ମୃତ୍ୟୁ ମଖରୁ ବଞ୍ଚିଥିବା ବୃଦ୍ଧଙ୍କ ନାମ ହରି ଶଙ୍କର ବୋଲି ଜଣାପଡିଛି।
Alert Loco Pilots of Mumbai-Varanasi train (02193) applied emergency brakes immediately after starting the train from Kalyan station & saved the life of a senior citizen who was crossing tracks.
Please do not cross tracks in an unauthorized manner. It can be fatal. pic.twitter.com/hHCtn9bVIu
— Ministry of Railways (@RailMinIndia) July 18, 2021
ଇଞ୍ଜିନର ଆଗ ଭାଗରେ ଫସି ରହିଥିବା ବୃଦ୍ଧ ଜଣକ ସାମାନ୍ୟ ଆଘାତ ପାଇଛନ୍ତି। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ବୃଦ୍ଧ ଇଞ୍ଜିନର ଆଗ ଭାଗରେ ଫସି ରହିଥିବାର ଦେଖାଯାଉଛି। ଭିଡିଓରେ ଦେଖାଯାଉଛି ଯେ, ଯଦି ଟ୍ରେନର ଚକ ଟିକିଏ ଗତି କରିଥାନ୍ତା ତେବେ ବୃଦ୍ଧଙ୍କ ଜୀବନ ବଞ୍ଚାଇବା କଷ୍ଟକର ହୋଇଥାନ୍ତା। ଏହି ସମୟରେ ଅଧିକାରୀମାନେ କହିଛନ୍ତି ଯେ, ସେଣ୍ଟ୍ରାଲ ରେଲୱେ ଜେନେରାଲ ମ୍ୟାନେଜର ଆଲୋକ କାନସାଲ ଦୁଇଜଣ ଲୋକୋ ପାଇଲଟ ଏବଂ ସିପିଡବ୍ଲୁଇଙ୍କୁ ପ୍ରତ୍ୟେକଙ୍କୁ ୨ ହଜାର ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି।