ଦେଶରେ ଓମିକ୍ରନ୍ ମାମଲା ୧୫୧ କୁ ବୃଦ୍ଧି; ଚିନ୍ତା ପ୍ରକଟ କଲେ AIIMS ନିର୍ଦ୍ଦେଶକ
Advertisement
Article Detail0/zeeodisha/odisha1051354

ଦେଶରେ ଓମିକ୍ରନ୍ ମାମଲା ୧୫୧ କୁ ବୃଦ୍ଧି; ଚିନ୍ତା ପ୍ରକଟ କଲେ AIIMS ନିର୍ଦ୍ଦେଶକ

Omicron Cases: ମହାରାଷ୍ଟ୍ରରୁ ନୂତନ ମାମଲା ଆସିବା ପରେ ବର୍ତ୍ତମାନ ଓମିକ୍ରନ୍ ମାମଲା ଦେଶରେ ୧୫୧ କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରର ସଦ୍ୟତମ ୬ ଟି ମାମଲା ମଧ୍ୟରୁ ମୁମ୍ବାଇ ବିମାନବନ୍ଦରରେ ଯାଞ୍ଚ ବେଳେ ଚାରିଟି ମାମଲା ଧାରା ପଡି ଥିବାବେଳେ ବାକି ଦୁଇଟି ମାମଲା ପିମ୍ପ୍ରି ଚିଞ୍ଚୱାଡ ଏବଂ ପୁଣେରୁ ମିଳିଛି ।

ଦେଶରେ ଓମିକ୍ରନ୍ ମାମଲା ୧୫୧ କୁ ବୃଦ୍ଧି; ଚିନ୍ତା ପ୍ରକଟ କଲେ AIIMS ନିର୍ଦ୍ଦେଶକ

Omicron Cases in India: ଦେଶରେ କୋରୋନା ଭାଇରସ୍ (Coronavirus) 'ଓମିକ୍ରନ୍'ର ନୂତନ ଭାରିଆଣ୍ଟର (Omicron Variant) ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ରବିବାର ଦିନ ମହାରାଷ୍ଟ୍ର ଏବଂ ଗୁଜୁରାଟରେ ନୂଆ ମାମଲା ଆସିବା ପରେ ଓମିକ୍ରନ୍‌ ମାମଲା ୧୫୧ କୁ ବୃଦ୍ଧି ପାଇଛି । ଏହି ସମୟରେ, ଦିଲ୍ଲୀ AIIMS ର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ (Randeep Guleria) ଓମିକ୍ରନ୍ ଭାରିଆଣ୍ଟ ବିଷୟରେ କହିଛନ୍ତି ଯେ ବ୍ରିଟେନ ଭଳି ଖରାପ ପରିସ୍ଥିତି ନହେଉ ବୋଲି ଆମେ ଆଶା କରିବା । ବ୍ରିଟେନରେ ଗୋଟିଏ ଦିନରେ ୧୦,୦୦୦ ରୁ ଅଧିକ ଓମିକ୍ରନ୍ ମାମଲା ରିପୋର୍ଟ ହୋଇଛି, ଯାହାକି ଏହି ଭାରିଆଣ୍ଟର ଦୈନିକ ସର୍ବାଧିକ ସଂଖ୍ୟା ଅଟେ । ଗତ ୨୪ ଘଣ୍ଟା ମଧ୍ୟରେ ବ୍ରିଟେନରେ କୋରୋନା ଭୂତାଣୁ ସଂକ୍ରମଣର ୯୦,୦୦୦ ରୁ ଅଧିକ ନୂତନ ମାମଲା ପଞ୍ଜିକୃତ ହୋଇଥିଲା ।

ଡକ୍ଟର ଗୁଲେରିଆ କହିଛନ୍ତି, “ଆମକୁ ଅଧିକ ତଥ୍ୟ ଦରକାର । ଯେତେବେଳେ ଦୁନିଆର ଅନ୍ୟ କେତେକ ସ୍ଥାନରେ ସଂକ୍ରମଣ ମାମଲା ବଢୁଛି, ସେତେବେଳେ ଆମକୁ ତୀକ୍ଷ୍ଣ ନଜର ରଖିବା ଏବଂ ସେହି ଅନୁଯାୟୀ ପ୍ରସ୍ତୁତ ହେବା ଆବଶ୍ୟକ ।” ଗତ ମାସରେ ନୂତନ ଭାରିଆଣ୍ଟ ଉତ୍ପନ୍ନ ହେବା ପରେ, ସେ କହିଥିଲେ ଯେ ଓମିକ୍ରନ୍ ର ସ୍ପାଇକ୍ ପ୍ରୋଟିନ୍ ଅଞ୍ଚଳରେ ୩୦ ରୁ ଅଧିକ ମ୍ୟୁଟେସନ୍ ମିଳିଛି, ଯାହା ପ୍ରତିରକ୍ଷା ପ୍ରଣାଳୀରୁ ଦୂରେଇ ରହିବାର କ୍ଷମତା ବିକାଶ କରିବାରେ ସାହାଯ୍ୟ କରିପାରିବ ଏବଂ ସେଥିପାଇଁ ଟିକାକରଣର ପ୍ରଭାବକୁ ମୂଲ୍ୟାଙ୍କନ କରିବା ଜରୁରୀ ।

ଭାରତରେ କୋରୋନା ଭାଇରସର ଓମିକ୍ରନ୍ ଭାରିଆଣ୍ଟର ମୋଟ ମାମଲା ୧୫୧ କୁ ବୃଦ୍ଧି ପାଇଛି । କେନ୍ଦ୍ରୀୟ ଏବଂ ରାଜ୍ୟ ଅଧିକାରୀଙ୍କ ଅନୁଯାୟୀ, ୧୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ- ମହାରାଷ୍ଟ୍ର (୫୪), ଦିଲ୍ଲୀ (୨୨), ରାଜସ୍ଥାନ (୧୭), କର୍ଣ୍ଣାଟକ (୧୪), ତେଲେଙ୍ଗାନା (୨୦), ଗୁଜୁରାଟ (୯), କେରଳ (୧୧), ଓମିକ୍ରନ୍ ମାମଲା ଆନ୍ଧ୍ରପ୍ରଦେଶ (୧), ଚଣ୍ଡିଗଡ଼ (୧), ତାମିଲନାଡୁ (୧) ଏବଂ ପଶ୍ଚିମବଙ୍ଗ (୧) ରେ ଚିହ୍ନଟ ହୋଇଛି ।
 
ଓମିକ୍ରନ୍ ଭାରିଆଣ୍ଟ ବିଷୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଶନିବାର ଜନସ୍ୱାସ୍ଥ୍ୟ ସୁବିଧା ତଥା ଏହାର ବିସ୍ତାରକୁ ରୋକିବା ପାଇଁ ସାମାଜିକ ପଦକ୍ଷେପ ଜରୁରୀ ବୋଲି ଜୋର ଦେଇଛି । WHO ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳର ଆଞ୍ଚଳିକ ନିର୍ଦ୍ଦେଶକ ପୁଣମ୍ ଖେତ୍ରପାଲ ସିଂ କହିଛନ୍ତି ଯେ କଂକ୍ରିଟ ସ୍ୱାସ୍ଥ୍ୟ ଏବଂ ସାମାଜିକ ପଦକ୍ଷେପ ସହିତ ଦେଶଗୁଡ଼ିକ ଓମିକ୍ରନ୍ ବିସ୍ତାରକୁ ରୋକି ପାରିବେ । ସେ ଏକ ବୟାନରେ କହିଛନ୍ତି ଯେ ବିପଦରେ ଥିବା ଲୋକଙ୍କ ସୁରକ୍ଷା ଉପରେ ଆମର ଧ୍ୟାନ ରହିବା ଉଚିତ୍ ।

ଏହା ବି ପଢ଼ନ୍ତୁ: SBI ବଦଳାଇଲା ନିୟମ, ଜାଣି ରଖନ୍ତୁ ଅନ୍ୟଥା ବନ୍ଦ ହୋଇପାରେ ଆପଣଙ୍କ ଟ୍ରାନ୍ଜେକ୍ସନ୍

ଏହା ବି ପଢ଼ନ୍ତୁ: ସପ୍ତାହରେ ୨ ଦିନ ବଦଳରେ ୩ ଦିନ ମିଳିବ ଛୁଟି! FY-୨୩ ମଧ୍ୟରେ ଲାଗୁହେବ ଲେବର କୋଡ୍