Omicron Variant ରହିଛି HIV ସହ ସମ୍ପର୍କ! ଜାଣନ୍ତୁ କିପରି
Advertisement

Omicron Variant ରହିଛି HIV ସହ ସମ୍ପର୍କ! ଜାଣନ୍ତୁ କିପରି

ଜଣେ ସାଧାରଣ ସୁସ୍ଥ ବ୍ୟକ୍ତିଙ୍କ ଶରୀର ରୋଗ ପ୍ରତିରୋଧକ ପ୍ରଣାଳୀ ୨ ସପ୍ତାହ ମଧ୍ୟରେ ଏକ ଭାଇରସକୁ ଶରୀରରୁ ସଫା କରିଥାଏ। 

Omicron Variant ରହିଛି  HIV ସହ ସମ୍ପର୍କ! ଜାଣନ୍ତୁ କିପରି

ନୂଆଦିଲ୍ଲୀ: ଭାଇରସ ପରେ ଏବେ ସାରା ଦୁନିଆରେ ଆତଙ୍କ ଖେଳାଇଛି କୋରୋନା ମହମାରୀର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ। ବିଶ୍ୱରେ ଏହାର ଉତ୍ପତ୍ତି କେଉଁଠାରୁ ହୋଇଛି ସେ ନେଇ କୌଣସି ପ୍ରମାଣ ମିଳିନଥିବା ବେଳେ ସର୍ବପ୍ରଥମେ
ଏହାକୁ ଦକ୍ଷିଣ ଆଫ୍ରିକା ଠାରେ ଚିହ୍ନଟ କରାଯାଇଥିଲା। 

ବର୍ତ୍ତମାନ  SARS-CoV-2 Variant ଭ୍ୟାରିଏଣ୍ଟ ଚିନ୍ତାର କାରଣ ପାଲିଟିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (World Health Organization) ଡବ୍ଲ୍ୟୁଏଚଓ (WHO) ପକ୍ଷରୁ କୁହାଯାଇଛି। ସଦ୍ୟ ହୋଇଥିବା ଗବେଷଣାରୁ ଏକ ଜଣାପଡି଼ଛି ଓମିକ୍ରନ୍ (Omicron) ହ୍ୟୁମାନ୍ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍ (Human Immunodeficiency Virus) ଏଚଆଇଭି (HIV) ସହିତ ଏକ ସଂଯୋଗ  ରହିଥାଇପାରେ।

ଏନେଇ ଦକ୍ଷିଣ ଆଫ୍ରିକା ଗବେଷକଙ୍କ ମତରେ ଓମିକ୍ରନ୍ ର ଉତ୍ପତ୍ତି ଏବଂ ଏଚଆଇ ମଧ୍ୟରେ କୌଣସି ସଂଯୋଗ ରହିଥାଇପାରେ। ଯଦିଓ ଏନେଇ ସେଭଳି କୌଣସି ଦୃଢ ପ୍ରମାଣ ମିଳିନାହିଁ। ଗତ ମାସ ମଧ୍ୟଭାଗରେ ଏହା ପ୍ରଥମେ ଏହି ଆଫ୍ରିକୀୟ ଦେଶରେ ଚିହ୍ନଟ ହୋଇଥିଲା। ହେଲେ ଏହା ସମ୍ଭବ ଯେ ବିଶ୍ୱ ର ଅନ୍ୟ କୌଣସି ସ୍ଥାନରେ ଏହାର ଉତ୍ପତ୍ତି ହୋଇ ଥାଇପାରେ।

ଏହା ମଧ୍ୟ ସମ୍ଭବ ଯେ ଓମିକ୍ରନ୍ ଜଣେ ଏଚ୍.ଆଇ.ଭି ସଂକ୍ରମିତ ରୋଗୀଙ୍କ ଶରୀରରେ  ଜନ୍ମ ନେଇଥାଇପାରେ ଯିଏ ତାଙ୍କ ଚିକିତ୍ସାକୁ ଅଧାରୁ ଛାଡି  ଦେଇଥିଲେ କିମ୍ବା ଆଦୌ ଔଷଧ ଦେଇନଥିଲେ। ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା କୌଣସି କୋରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିବା ପାଇଁ ଅଧିକ ସମୟ ନେଇଥାନ୍ତି। ଏହି କାରଣରୁ ଭାଇରସ ମଣିଶ ଶରୀରେ ପୁଣି ଥରେ ବିଭିନ୍ନ ପ୍ରକାରର ଜୈବିକ କାର୍ଯ୍ୟକଳାପ କରିବାକୁ ଅଧିକ ସମୟ ପାଇଥାଏ।

ଅନ୍ୟ ଜୀବଙ୍କ ପରି ଏହି ଭାଇରସ ଅଧିକ ଦିନ ବଞ୍ଚିବା ରହିବା ସହ ମୃତ୍ୟୁକୁ ବିଳମ୍ବ କରିବାକୁ ଚାହାଁନ୍ତି। ଏହି ପ୍ରକ୍ରିୟାରେ ଏହା ଶରୀରକୁ ଖାଇଥାଏ ଏବଂ ଯଥାସମ୍ଭବ ପ୍ରଜନନ କରିଥାଏ। ଏହି ଭାଇରସ ନକଲ କରିବା ଭଳି ପ୍ରକ୍ରିୟାରେ ପ୍ରଜନନ କରିଥାଏ। SARS-CoV-2, Omicron କିମ୍ବା ଏହାର ସମ୍ପର୍କୀୟ ଡେଲ୍ଟା, ଗାମା, ବିଟା ଏବଂ ଆଲଫା କ୍ଷେତ୍ରରେ ଏହା ଏକ କୋଷ ମାନବ ଶରୀରରେ ସୃଷ୍ଟି ହୋଇଥାଏ।

ଏଚ୍.ଆଇ.ଭି ଭାଇରସ ଏକ ମାନବ ଶରୀରରେ SARS-CoV-2 Mutation କରିବା ପାଇଁ ଉପଯୁକ୍ତ ଉପାୟ ସୃଷ୍ଟି କରିପାରେ। ଯାହା Omicron ପରି ନୂତନ ପ୍ରକାର Variant ସୃଷ୍ଟି କରିପାରେ। ମଧୁମେହ କିମ୍ବା କର୍କଟ ଭଳି ବିଭିନ୍ନ ରୋଗରେ ଚିକିତ୍ସାଧିନ ଅବସ୍ଥା ଥିବା ଲୋକଙ୍କ ଶରୀରରେ ନୂତନ ପ୍ରକାର Variant ଉତ୍ପତ୍ତି କରିବାରେ ଏହା ସହାୟକ ହୋଇଥାଏ।

କୌଦୂହଳର କଥା ଏହା ଯେ ଉଭୟ ଏଚ୍.ଆଇ.ଭି ଏବଂ ଓମିକ୍ରନ ଭ୍ୟାରିଏଣ୍ଟ  ସଂକ୍ରମଣର ଉତ୍ପତ୍ତିସ୍ଥଳ ହେଉଛି ଦକ୍ଷିଣ ଆଫ୍ରିକା। ଗତ ବର୍ଷ ପ୍ରକାଶିତ  UNAIDS ରିପୋର୍ଟରେ ଏହା କୁହାଯାଇଛି ଯେ ୧୮-୪୫ ବର୍ଷ ବୟସ ବର୍ଗରେ ପ୍ରତି ୫ ଜଣରୁ ଜମେ ଦକ୍ଷିଣ ଆଫ୍ରିକୀୟ ନାଗରିକ ହେଉଛନ୍ତି ଏଚ୍.ଆଇ.ଭି ଆକ୍ରାନ୍ତ। ସବୁ ଠାରୁ ବଡ଼ ସମସ୍ୟା ହେଉଛି ୩୦ ପ୍ରତିଶତରୁ ଅଧିକ ଏଚ୍.ଆଇ.ଭି ସଂକ୍ରମିତ ବ୍ୟକ୍ତି Antiretroviral Therapy କରନ୍ତି ନାହିଁ। ଏହି ଔଷଧ ଏଚ୍.ଆଇ.ଭି ଆକ୍ରାନ୍ତ ରୋଗୀଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ (Immune System in Human Body) ପୁନରୁଦ୍ଧାର କରିଥାଏ।

ଏଚ୍.ଆଇ.ଭି ସଂକ୍ରମିତ ବ୍ୟକ୍ତି Antiretroviral Therapy କରିନଥାନ୍ତି ସେମାନଙ୍କ  ଶରୀରେ SARS-CoV-2 Variant ବିସ୍ତାର କରିବାର ସମ୍ଭାବନା ଅଧିକ ରହିଥାଏ। କାରଣ ଏଭଳି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ରହିଥାଏ।

ବ୍ରିଟେନ ସ୍ଥିତ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଗବେଷଣା ଅନୁସାରେ ଦକ୍ଷିଣ ଆଫ୍ରିକା ଭଲି ଦେଶରେ ଏଚ୍.ଆଇ.ଭି, ଓମିକ୍ରନ୍ ବିସ୍ତାର କରିବାରେ ସହାୟକ ହୋଇଥାଇପାରେ। ଯେଉଁମାନେ ଏଚ୍.ଆଇ.ଭି. ସହିତ ବାସ କରନ୍ତି, ଯେଉଁମାନେ ସେମାନଙ୍କର ଜୀବାଣୁକୁ ନିୟନ୍ତ୍ରଣ କରନ୍ତି, ସେମାନେ Immunocompetent ଅଟନ୍ତି ଏବଂ ଆମ ସମସ୍ତଙ୍କ ପରି ଏଭଳି ଭାଇରସକୁ ନଷ୍ଟ କରିବାରେ ସକ୍ଷମ ହୋଇଥାନ୍ତି।

ଜଣେ ସାଧାରଣ ସୁସ୍ଥ ବ୍ୟକ୍ତିଙ୍କ ଶରୀର ରୋଗ ପ୍ରତିରୋଧକ ପ୍ରଣାଳୀ ୨ ସପ୍ତାହ ମଧ୍ୟରେ ଏକ ଭାଇରସକୁ ଶରୀରରୁ ସଫା କରିଥାଏ। ହେଲେ ଏଚଆଇଭି ଆକ୍ରାନ୍ତ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ହୋଇନଥାଏ। ଏହା କେବଳ ଏଚ୍.ଆଇ.ଭି ସଂକ୍ରମଣ ମଧ୍ୟରେ ସୀମିତ ନୁହେଁ। ଯେ କୌଣସି ଚିକିତ୍ସା ଅବସ୍ଥା ଯାହା ମାନବ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ହ୍ରାସ କରିଥାଏ ତାହା ମଣିଶ ଶରୀରର ଏହି ଶକ୍ତିକୁ ଅକ୍ଷମ କରିଦେଇଥାଏ।

ଏଚ୍‌ଆଇଭି ସହିତ ଓମିକ୍ରନ୍‌ ସଂଯୋଗର ସିଦ୍ଧାନ୍ତ Alpha Variant ଉପରେ ହୋଇଥିବା ଗବେଷଣାରୁ ମିଳିଥିଲା। ବ୍ରିଟେନ ଠାରେ ଚିକିତ୍ସିତ ହେଉଥିବା ଏକ Immunocompromised ରୋଗୀଙ୍କ ମଧ୍ୟରେ ଡକ୍ଟର କେମ୍ପଙ୍କ ଦଳ ଏଭଳି ରୋଗୀଙ୍କ ଶରୀରରେ ବହୁ ସଂଖ୍ୟକ ପରିବର୍ତ୍ତନ ପାଇଥିଲେ। ଏହି ପରିବର୍ତ୍ତନ ଅପେକ୍ଷାକୃତ ଅଳ୍ପ ସମୟ ମଧ୍ୟରେ ଘଟିଥିଲା। ଏହା ଆମକୁ ଏହି ସିଦ୍ଧାନ୍ତକୁ ନେଇଗଲା ଯେ Alpha Variant ର ଦ୍ରୁତ ବିସ୍ତାର ଏକ ପ୍ରତିରୋପିତ ବ୍ୟକ୍ତିଙ୍କ ଠାରୁ ଆରମ୍ଭ ହୋଇଥିଲା।

ଓମିକ୍ରନ୍ ର ଉତ୍ପତ୍ତି ପଛରେ ଏଚ୍.ଆଇ.ଭି ସଂଯୋଗ ସିଦ୍ଧାନ୍ତ ପରୀକ୍ଷା କରିବାକୁ, ଦକ୍ଷିଣ ଆଫ୍ରିକାସ୍ଥିତ ଏକ ଅନୁସନ୍ଧାନକାରୀ ଦଳ ଏଚ୍.ଆଇ.ଭି. ଭୂତାଣୁର ଏକ ଇଞ୍ଜିନିୟରିଂ ସଂସ୍କରଣ ପ୍ରସ୍ତୁତ କରୁଛନ୍ତି ଯାହାକୁ pseudovirus particle ଭାବେ ବ୍ୟବହାର କରାଯିବ। ଯାହା ଓମିକ୍ରନ୍ ର  spike protein ସହିତ ମେଳ ଖାଉଛି। ଯାହାର ମୂଳ strain ହେଉଛି SARS-CoV-2। ଏନେଇ ହେବାକୁ ଯାଉଥିବା ପରୀକ୍ଷାରୁ ଓମିକ୍ରନ୍ ଏବଂ ଏଚଆଇଭି ମଧ୍ୟରେ ରହିଥିବା ସଂଯୋଗର ପର୍ଦ୍ଦାଫାଶ ହୋଇପାରିବ।