Advertisement
Article Detail0/zeeodisha/odisha2305228
Zee OdishaOdisha National-InternationalPakistan govt : ପାକିସ୍ତାନର ବଡ ନିଷ୍ପତି, ପିଓକେରେ ଅର୍ଦ୍ଧସାମରିକ ସୈନ୍ୟଙ୍କୁ ମୁତୟନ କରିବ

Pakistan govt : ପାକିସ୍ତାନର ବଡ ନିଷ୍ପତି, ପିଓକେରେ ଅର୍ଦ୍ଧସାମରିକ ସୈନ୍ୟଙ୍କୁ ମୁତୟନ କରିବ

Pakistan Approves Deployment of Paramilitary Frontier Constabulary in PoK:ପାକ୍‌ ଅଧିକୃତ କଶ୍ମୀରରେ ଅର୍ଦ୍ଧସାମରିକ ବଳ ଫ୍ରଣ୍ଟିୟର କନ୍‌ଷ୍ଟାବୁଲାରିକୁ ନିୟୋଜିତ କିରବା ପାଇଁ ପାକିସ୍ତାନ ସରକାର ରବିବାର ମଞ୍ଜୁରୀ ପ୍ରଦାନ କରିଛନ୍ତି।

Pakistan
Pakistan

Pakistan govt : ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ଅର୍ଦ୍ଧସାମରିକ ବଳ ଫ୍ରଣ୍ଟିୟର କନ୍‌ଷ୍ଟାବୁଲାରିକୁ ନିୟୋଜିତ କିରବା ପାଇଁ ପାକିସ୍ତାନ ସରକାର ରବିବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଗତ ମାସରେ ପିଓକେରେ ଜୋର୍‌ଦାର ଆନ୍ଦୋଳନ ଜାରି ରହିବା ସହ ଅନେକ ଲୋକ ପ୍ରାଣ ହରାଇଥିଲେ। ପାକ୍‌ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଉକ୍ତ ଅଞ୍ଚଳରେ ୬ ପ୍ଲାଟୁନ୍‌ ଅର୍ଦ୍ଧସାମରିକ ସୈନ୍ୟ ୩ ମାସ ପାଇଁ ମୁତୟନ ରହିବେ।

ଆତଙ୍କବାଦୀଙ୍କ ବିରୋଧରେ ନୂଆ ଅଭିଯାନ ଆରମ୍ଭ ହେବ ବୋଲି ଦିନକ ପୂର୍ବରୁ ପାକିସ୍ତାନ ଘୋଷଣା କରିଥିଲା।ସୂଚନାଯୋଗ୍ୟ, ଅତ୍ୟଧିକ ଦରଦାମ୍‌ ବୃଦ୍ଧି, ମହଙ୍ଗା ବିଜୁଳି ପ୍ରତିବାଦରେ ଜମ୍ମୁ-କଶ୍ମୀର ଜଏଣ୍ଟ ଆଓ୍ବାମୀ ଆକ୍ସନ କମିଟି (ଜେଏଏସି) ପକ୍ଷରୁ ଗତ ମାସରେ ପିଓକେରେ ଜୋର୍‌ଦାର ଆନ୍ଦୋଳନ କରାଯାଇଥିଲା। ଏଥିରେ ବହୁସଂଖ୍ୟାରେ ବ୍ୟବସାୟୀ ସାମିଲ ହୋଇଥିଲେ। ବିବାଦୀୟ ଅଞ୍ଚଳର ପ୍ରଧାନମନ୍ତ୍ରୀ ଚୌଧୁରୀ ଅନଓ୍ବାରୁଲ ହକ୍‌ ଗୃହମନ୍ତ୍ରୀ ମୋହସିନ ନକ୍‌ଭିଙ୍କୁ ଭେଟିବା ପରେ ଅର୍ଦ୍ଧସାମରିକ ସୈନ୍ୟ ମୁତୟନ ପାଇଁ ନିଷ୍ପତ୍ତି ହୋଇଛି।

Add Zee News as a Preferred Source
About the Author