Pakistan Army Chief: ଭାରତରୁ ଯୁଦ୍ଧ ଧମକ ଦେଲା ପାକିସ୍ତାନ! ନୂଆ ସେନା ମୁଖ୍ୟ କହିଲେ...
Advertisement
Article Detail0/zeeodisha/odisha1470029

Pakistan Army Chief: ଭାରତରୁ ଯୁଦ୍ଧ ଧମକ ଦେଲା ପାକିସ୍ତାନ! ନୂଆ ସେନା ମୁଖ୍ୟ କହିଲେ...

Pakistan Army Chief: LOC ଗସ୍ତ ସମୟରେ ଜେନେରାଲ ମୁନିର, ପାକ୍ ସେନାର ମନବଳ ସୁଦୃଢ କରିବା ସହ ସେମାନଙ୍କୁ କିଭଳି ଅଧିକ ପ୍ରଫେସନାଲ୍ କରାଯାଇପାରିବ ତାହାକୁ ନେଇ ଆଲୋଚନା କରିଥିଲେ। ଭାରତ ପକ୍ଷରୁ ପାକିସ୍ତାନ ଓ ଗିଲଗିଟ ବାଲଟିସ୍ତାନକୁ ନେଇ ଅନେକ ମିଥ୍ୟା ପ୍ରଚାର କରାଯାଉଥିବା ସେ ଅଭିଯୋଗ କରିଛନ୍ତି। 

Pakistan Army Chief: ଭାରତରୁ ଯୁଦ୍ଧ ଧମକ ଦେଲା ପାକିସ୍ତାନ! ନୂଆ ସେନା ମୁଖ୍ୟ କହିଲେ...

Pakistan Army Chief, ଇସ୍ଲାମାବାଦ୍: ଭାରତକୁ ପ୍ରତ୍ୟେକ୍ଷରେ ଯୁଦ୍ଧର ଧମକ ଦେଇଛି ପାକିସ୍ତାନ। ଗତ ନଭେମ୍ବର ୨୪ ତାରିଖରେ ଜେନେରାଲ ଅସିମ ମୁନିରଙ୍କୁ ପାକିସ୍ତାନର ସେନା ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି।  ମୁନିରଙ୍କ ନୁଯୁକ୍ତିକୁ ନେଇ ଅନେକ ବିବାଦ ଉପୁଜି ଥିବାବେଳେ ସେନାର ଉଚ୍ଚପଦସ୍ଥ ସ୍ତରରେ ଅଦଳବଦଳ ହୋଇଛି। ଦାୟିତ୍ୱ ଗ୍ରହଣ ପରେ ଅସିମ ମୁନିର, LOCରେ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି। ଏହି ସମୟରେ ସେ, ଭାରତ ସହ ଯୁଦ୍ଧ ପ୍ରସଙ୍ଗ ଉଠାଇଥିଲେ।

ଦାୟିତ୍ୱ ଗ୍ରହଣ ପରେ ଶନିବାର ନୂଆ ସେନା ମୁଖ୍ୟ ଅସିମ ମୁନିର ପ୍ରଥମ ଥର ପାଇଁ LOC ଗ୍ରସ୍ତ କରିଥିଲେ। ଏହି ଗସ୍ତବେଳେ ସେ ରାଖଚିକରି ସେକ୍ଟରେ ପାକ୍ ସେନାମମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ନୂଆ ସେନା ମୁଖ୍ୟ କହିଥିଲେ ଯେ, ପାକିସ୍ତାନୀ ସେନା କେବଳ ନିଜର ମାତୃଭୂମିର ପ୍ରତିଟି ଇଞ୍ଚକୁ ସୁରକ୍ଷା ଦେବେ ତାହା ନୁହଁ ଶତ୍ରୁକ ମଧ୍ୟ ପ୍ରତିହତ କରିବାରେ ସକ୍ଷମ ଅଛନ୍ତି। ଏହା ବ୍ୟତୀତ ଭାରତୀ ରାଜନେତାଙ୍କୁ ନେଇ ଅନେକ ଆପତ୍ତିଜନକ ଟିପ୍ପଣୀ କରିଥିଲେ। 

Also Read: Delhi Riot Case: ଉମର ଖାଲିଦ ଓ ଖାଲିଦ ସୈଫକୁ ବଡ଼ ଆଶ୍ୱସ୍ତି

ସେ କହିଥିଲେ, "ନିକଟରେ ଭାରତର ନେତୃବୃନ୍ଦମାନେ ବାଲତିସ୍ତାନ ଓ ଜାମ୍ମୁ କାଶ୍ମୀରକୁ ନେଇ ଅନେକ ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିବା ଆମେ ଦେଖିଛୁ। ପାକିସ୍ତାନ ସେନା ସବୁବେଳେ ନିଜର ମାତୃଭୂମିର ରକ୍ଷା ପାଇଁ ପ୍ରସ୍ତୁତ। ଯଦି ଆମ ବିରୁଦ୍ଧରେ ଯୁଦ୍ଧ ଡାକରା ଦିଆ ଯାଏ ତେବେ ଆମେ ଶତ୍ରୁକୁ ଉଚିତ ଜବାବ ଦେବୁ।" ପାକିସ୍ତାନର ସେନା ସଙ୍କଟ ସମୟରେ ଅସିମ ମୁନିର, ସେନା ମୁଖ୍ୟ ଭାର ପାଇଛନ୍ତି। ନଭେମ୍ବର ୨୪ରେ ଜେନରାଲ କ୍ୱାମାର ଜାଭେଦ୍ ବାଜୱାଙ୍କ ଅବସର ପରେ ଅସିମଙ୍କୁ ତାଙ୍କ ସ୍ଥାନ ଦିଆଯାଇଛି।

LOC ଗସ୍ତ ସମୟରେ ଜେନେରାଲ ମୁନିର, ପାକ୍ ସେନାର ମନବଳ ସୁଦୃଢ କରିବା ସହ ସେମାନଙ୍କୁ କିଭଳି ଅଧିକ ପ୍ରଫେସନାଲ୍ କରାଯାଇପାରିବ ତାହାକୁ ନେଇ ଆଲୋଚନା କରିଥିଲେ। ଭାରତ ପକ୍ଷରୁ ପାକିସ୍ତାନ ଓ ଗିଲଗିଟ ବାଲଟିସ୍ତାନକୁ ନେଇ ଅନେକ ମିଥ୍ୟା ପ୍ରଚାର କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଏହା ବ୍ୟତୀତ ସୀମାରେ ସର୍ବଦା ଆଲର୍ଟ ରହିବାକୁ ସେ ଯାବାନମାନଙ୍କୁ ପରାମର୍ଶ ଦେଇଛନ୍ତି। ମୁନିରଙ୍କ ପୂର୍ବରୁ ଲେଫ୍ଟନାଣ୍ଟ ଜେନେରାଲ ଶାହିଦ ଇମତିଆଜର ଏଲଓସି ପରିଦର୍ଶନ କରିଥିଲେ।

Also Read: Israeli ambassador : 'ହିଟଲର ଜଣେ ମହାନ ପୁରୁଷ ଥିଲେ, ତୁମେ ଭାରତ ଶୀଘ୍ର ଛାଡ଼', ଜାଣନ୍ତୁ କାହା

ସୂଚନାଯୋଗ୍ୟ, ଜାମ୍ମୁ କାଶ୍ମୀର ଓ ସୀମା ପାର ଆତଙ୍କବାଦକୁ ନେଇ ଭାରତ ଓ ପାକିସ୍ତାନର ସମ୍ପର୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। ୨୦୧୯ ଅଗଷ୍ଟରେ ଭାରତ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଇ ତାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କରିଛି। ଯାହା ପରେ ପାକିସ୍ତାନ ଅଧିକ ଉଗ୍ର ହୋଇଥିଲା। ଆଉ ଏହାର ପ୍ରଭାବରେ ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ଓ ବାଣିଜ୍ୟିକ ସମ୍ପର୍କ ଖାରାପ ହୋଇଛି। ଭାରତ ସବୁ ବେଳେ ଜାମ୍ମୁ କାଶ୍ମୀର ଓ ଲଦାଖକୁ ଭାରତର ଅଭିନ୍ନ ଅଙ୍ଗ ବୋଲି କହୁଛି।