Shocking News: କମର ଜାଭେଦ ବାଜୱାଙ୍କୁ ନେଇ ଆସିଲା ବଡ଼ ଖବର, ଦୋହଲିଗଲା ସମଗ୍ର ପାକିସ୍ତାନ
Advertisement
Article Detail0/zeeodisha/odisha1513517

Shocking News: କମର ଜାଭେଦ ବାଜୱାଙ୍କୁ ନେଇ ଆସିଲା ବଡ଼ ଖବର, ଦୋହଲିଗଲା ସମଗ୍ର ପାକିସ୍ତାନ

Pakistan News:  ପୂର୍ବତନ ପାକିସ୍ତାନୀ ସେନା ଅଧିକାରୀ ଆଦିଲ ରଜା କହିଛନ୍ତି ଯେ ସେନା ମୁଖ୍ୟ ଜେନେରାଲ୍ କାମର ଜାଭେଦ୍ ବାଜୱା ଏବଂ ପୂର୍ବତନ ଆଇଏସଆଇ ମୁଖ୍ୟ ଜେନେରାଲ ଫୈଜଙ୍କ ବାବଦରେ ଯାହା କହିଛନ୍ତି ତାହା ବର୍ତ୍ତମାନ ପାକିସ୍ତାନ ରାଜନୀତିରେ ହଇଚଇ ସୃଷ୍ଟି କରିଛି। 

Shocking News: କମର ଜାଭେଦ ବାଜୱାଙ୍କୁ ନେଇ ଆସିଲା ବଡ଼ ଖବର, ଦୋହଲିଗଲା ସମଗ୍ର ପାକିସ୍ତାନ

Qamar Javed Bajwa: ପୂର୍ବତନ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ୍ କାମର ଜାଭେଦ୍ ବାଜୱାଙ୍କୁ ନେଇ ଆସିଛି ଏକ ସମ୍ବେଦନଶୀଳ ଖବର। ପାକିସ୍ତାନୀ ସେନାର ଜଣେ ପୂର୍ବତନ ଅଧିକାରୀ ଏକ ଭିଡିଓ ପୋଷ୍ଟ କରି ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ଏହି ପାକିସ୍ତାନୀ ଅଧିକାରୀ ଜଣଙ୍କ କହିଛନ୍ତି ଯେ, ଜେନେରାଲ ବାଜୱା ପାକିସ୍ତାନୀ ଅଭିନେତ୍ରୀଙ୍କୁ ହନିଟ୍ରାପ ଭଳି କାର୍ଯ୍ୟରେ ବ୍ୟବହାର କରୁଥିଲେ।

ପୂର୍ବତନ ପାକିସ୍ତାନୀ ସେନା ଅଧିକାରୀ ଆଦିଲ ରଜା କହିଛନ୍ତି ଯେ ସେନା ମୁଖ୍ୟ ଜେନେରାଲ୍ କାମର ଜାଭେଦ୍ ବାଜୱା ଏବଂ ପୂର୍ବତନ ଆଇଏସଆଇ ମୁଖ୍ୟ ଜେନେରାଲ ଫୈଜ ପାକିସ୍ତାନୀ ଅଭିନେତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏପରିକି ସେମାନେ ଦେଶର ଅଭିନେତ୍ରୀଙ୍କୁ ରାଜନୈତିକ ବିରୋଧୀ ଏବଂ ଅନ୍ୟମାନଙ୍କ ଫସାଇବା ପାଇଁ କରାଯାଉଥିବା ହନିଟ୍ରାପ ଭଳି କାର୍ଯ୍ୟରେ ମଧ୍ୟ ବ୍ୟବହାର କରୁଥିଲେ।

ଅବସରପ୍ରାପ୍ତ ପାକିସ୍ତାନୀ ମେଜର ଆଦିଲ ରାଜା ପାକିସ୍ତାନୀ ସେନାରୁ ଅବସର ନେଇଥିବା ଲୋକଙ୍କୁ ନେଇ ଗଠିତ ସଙ୍ଗଠନର ମୁଖପାତ୍ର ରହିଛନ୍ତି। ଲଣ୍ଡନ ଠାରେ ରହୁଥିବା ଆଦିଲ ରାଜାଙ୍କ ଏହି ଭିଡିଓ ପାକିସ୍ତାନ ରାଜନୀତିରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନିଜର ଭିଡ଼ିଓ ଜରିଆରେ ପୂର୍ବତନ ପାକିସ୍ତାନୀ ସେନା ଅଧିକାରୀ ଜଣଙ୍କ କହିଛନ୍ତି, "ପାକିସ୍ତାନୀ ସେନା ଅଧିକାରୀ ସେମାନଙ୍କ ସୁବିଧା ପାଇଁ ଟପ୍ ମଡେଲ ଏବଂ ଅଭିନେତ୍ରୀଙ୍କୁ ବ୍ୟବହାର କରିଥାନ୍ତି। ଏହି ଅଭିନେତ୍ରୀଙ୍କୁ ବଡ ନେତା ତଥା ଶକ୍ତିଶାଳୀ ପଦବୀରେ ରହିଥିବା ଲୋକଙ୍କୁ ପଠାଯାଇ ସେମାନଙ୍କ ଭିଡିଓ ରେକର୍ଡିଂ କରାଯାଏ। ସେହି ଭିଡିଓ ଆଧାରରେ ସେମାନଙ୍କୁ ବ୍ଲାକମେଲିଂ କରାଯାଇଥାଏ। "

ଦୀର୍ଘ ଦିନ ଧରି ଦେଶରେ ଏସବୁ ଚାଲିଛି ବୋଲି କହିଛନ୍ତି ପୂର୍ବତନ ପାକିସ୍ତାନୀ ସେନା ଅଧିକାର। ନିଜର ଭିଡ଼ିଓ ଜରିଆରେ ସେ ସେହି  ଅଭିନେତ୍ରୀଙ୍କ ନାମ ବାବଦରେ ଉଲ୍ଲେଖ କରିନାହାଁନ୍ତି। ହେଲେ ଏନେଇ ସେ ଅନେକ କୋଡୱାର୍ଡ ବ୍ୟବହାର କରି MH, SA ଏବଂ MK ଭଳି ନାମ କହିଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କର ଏହି ଭିଡିଓକୁ ମେହୱିଶ ହୟାତ, ମାହିରା ଖାନ, ସଜଲ ଅଲୀ ଏବଂ କୁବ୍ରା ଖାନଙ୍କ ନାମ ସହ ସେୟାର କରୁଛନ୍ତି। ଏନେଇ ଅବସରପ୍ରାପ୍ତ ପାକିସ୍ତାନୀ ମେଜର କହିଛନ୍ତି ଯେ ସେ ଦେଇଥିବା ନାମର ଅନେକ ମଡେଲ ଏବଂ ଅଭିନେତ୍ରୀ ଏବେ ତାଙ୍କ ଦେଶରେ ଉପସ୍ଥିତ ଅଛନ୍ତି।

Also Read: Sex Scandal: ପାକିସ୍ତାନ ଗୃହମନ୍ତ୍ରୀଙ୍କ ଡାର୍ଟି ପିକଚର ଭାଇରାଲ

ଆଦିଲ ରାଜାଙ୍କ ବିବୃତ୍ତି ଏବଂ ସୋସିଆଲ ମିଡିଆ ମଞ୍ଚରେ ଟ୍ରୋଲ ହେବା ପରେ ପାକିସ୍ତାନୀ ଅଭିନେତ୍ରୀ ସଜଲ ଅଲୀ ପ୍ରତିକ୍ରିୟା ରଖିଛନ୍ତି। ଏନେଇ ସେ କହିଛନ୍ତି ଯେ ତାଙ୍କ ଚରିତ୍ର ସଂହାର କରିବା ପାଇଁ ଉଦ୍ୟମ କରାଯାଉଛି। କୁବ୍ରା ଖାନ କହିଛନ୍ତି ଯେ ସେ ଆଦିଲ ରାଜାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏହି ଭିଡିଓ ଆସିବା ପରେ ପାକିସ୍ତାନ ରାଜନୀତିରେ ଏହି ପ୍ରସଙ୍ଗକୁ ନେଇ ଅନେକ ଆଲୋଚନା ଚାଲିଛି।