ଜମ୍ମୁ କାଶ୍ମୀରର କଠୁଆରେ ବୋମା ସହିତ ପ୍ରବେଶ କଲା ପାକିସ୍ତାନୀ ଡ୍ରୋନ୍; ଗୁଳିକରି ଖସାଇଲେ ସେନା
Advertisement
Article Detail0/zeeodisha/odisha1201017

ଜମ୍ମୁ କାଶ୍ମୀରର କଠୁଆରେ ବୋମା ସହିତ ପ୍ରବେଶ କଲା ପାକିସ୍ତାନୀ ଡ୍ରୋନ୍; ଗୁଳିକରି ଖସାଇଲେ ସେନା

Pakistani drone: କଠୁଆ ଜିଲ୍ଲାର ହିରାନଗର ସେକ୍ଟରରେ ଅନ୍ତର୍ଜାତୀୟ ସୀମା ନିକଟରେ ଚୁମ୍ବକୀୟ ବୋମା ଏବଂ UBGL ଗ୍ରେନେଡ ସହିତ ଭାରତ ସୀମାକୁ ପ୍ରବେଶ କରିଥିବା ଏକ ପାକିସ୍ତାନୀ ଡ୍ରୋନକୁ ସେନାବାହିନୀ ତରଫରୁ ଗୁଳି ମାରି ଖସାଯାଇଛି ।

ଜମ୍ମୁ କାଶ୍ମୀରର କଠୁଆରେ ବୋମା ସହିତ ପ୍ରବେଶ କଲା ପାକିସ୍ତାନୀ ଡ୍ରୋନ୍; ଗୁଳିକରି ଖସାଇଲେ ସେନା

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର (Jammu and Kashmir) କଠୁଆ ଜିଲ୍ଲାର ହିରାନଗର ସେକ୍ଟରରେ ଅନ୍ତର୍ଜାତୀୟ ସୀମା ନିକଟରେ ଚୁମ୍ବକୀୟ ବୋମା ଏବଂ ୟୁବିଜୀଏଲ ଗ୍ରେନେଡ ସହିତ ଭାରତ ସୀମାକୁ ପ୍ରବେଶ କରିଥିବା ଏକ ପାକିସ୍ତାନୀ ଡ୍ରୋନକୁ (Pakistani drone) ସେନାବାହିନୀ ତରଫରୁ ଗୁଳି ମାରି ଖସାଯଇଛି । ଏହି ଡ୍ରୋନ୍ ସୀମା ଅପର ପାର୍ଶ୍ୱରୁ ଆସିଥିଲା ଏବଂ ଏହାକୁ ତଲ୍ଲି ହରିୟା ଚକ ଅଞ୍ଚଳରେ ଗୁଳିକରି ଖସାଯାଇଛି ।

ପୋଲିସର ଅତିରିକ୍ତ ମହାନିର୍ଦ୍ଦେଶକ ମୁକେଶ ସିଂ କହିଛନ୍ତି, “ଜିଲ୍ଲା କଠୁଆର ଥାନା ରାଜବାଗର ତଲ୍ଲି ହରିୟା ଚକ ଅଞ୍ଚଳରେ ଦେଖାଯାଇଥିବା ଡ୍ରୋନ୍ କାର୍ଯ୍ୟକଳାପକୁ ଆଧାର କରି ପ୍ରତିଦିନ ସକାଳେ ପୋଲିସ୍ ସର୍ଚ୍ଚ ଟିମକୁ ଏହି ସାଧାରଣ ଅଞ୍ଚଳକୁ ପଠାଯାଉଥିଲା । ଆଜି ସକାଳେ ସର୍ଚ୍ଚ ଟିମ୍ ସୀମା ପାର୍ଶ୍ୱରୁ ଏକ ଡ୍ରୋନ୍ ଆସୁଥିବା ଦେଖି ସେମାନେ ଏହା ଉପରକୁ ଗୁଳି ଚଳାଇଥିଲେ ।'

ସେ ଆହୁରି ମଧ୍ୟ କହିଛନ୍ତି, "ଡ୍ରୋନ୍ ଗୁଳି କରି ଖସାଯାଇଥିଲା । ଏହା ସହିତ ଏକ ପେଲୋଡ୍ ସଂଲଗ୍ନ ଅଛି । ସାତୋଟି ଚୁମ୍ବକୀୟ ବୋମା ଏବଂ ସାତୋଟି ୟୁବିଜିଏଲ୍ (ଅଣ୍ଡର ବ୍ୟାରେଲ୍ ଗ୍ରେନେଡ୍ ଲଞ୍ଚର୍) ଗ୍ରେନେଡ୍ ଜବତ କରାଯାଇଛି ।"

ଅମରନାଥ ଯାତ୍ରା ୩୦ ଜୁନ୍ ରୁ ଆରମ୍ଭ ହେବାକୁ ଯାଉଛି । ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣର ବୃଦ୍ଧି ମଧ୍ୟରେ ସରକାରଙ୍କ ପାଇଁ ଏହା ଏକ ଚ୍ୟାଲେଞ୍ଜ ଠାରୁ କମ୍ ନୁହେଁ । ଭାରତର ସମ୍ମାନିତ ହିନ୍ଦୁ ତୀର୍ଥଯାତ୍ରା ମଧ୍ୟରୁ ଅମରନାଥ ଯାତ୍ରା ଅନ୍ୟତମ । କୋରୋନା କାରଣରୁ ଦୁଇ ବର୍ଷର ବ୍ୟବଧାନ ପରେ ଏହି ବର୍ଷ ଯାତ୍ରା ଆରମ୍ଭ ହେବାକୁ ଯାଉଛି । କୋରୋନା ମହାମାରୀ ଯୋଗୁଁ ୨୦୨୦ ଏବଂ ୨୦୨୧ ରେ ଅମରନାଥ ଯାତ୍ରା ହୋଇପାରି ନ ଥିଲା ।  

ଏହା ବି ପଢ଼ନ୍ତୁ: ସରପଞ୍ଚରୁ ସଂସଦ; କିଛି ଏପରି ରହିଛି ସୁଲତାଙ୍କ ରାଜନୈତିକ ଯାତ୍ରା

ଏହା ବି ପଢ଼ନ୍ତୁ: BJD ଘୋଷଣା କଲା ଚାରି ରାଜ୍ୟସଭା ପ୍ରାର୍ଥୀଙ୍କ ନାମ, ଏଥିରେ ବି ୩୩% ସଂରକ୍ଷଣ

ଏହା ବି ପଢ଼ନ୍ତୁ: ୫ ଷ୍ଟାର ହୋଟେଲରେ କାମ କରେ ଏହି କୁକୁର, ପ୍ରତିମାସରେ ପାଇଥାଏ ମୋଟା ଦରମା!